26.1 C
Bhubaneswar
Friday, March 29, 2024
Homeଓଡିଶାଆଜିଠୁ ଜେଇଇ ମେନ୍‌-୧

ଆଜିଠୁ ଜେଇଇ ମେନ୍‌-୧

ଭୁବନେଶ୍ବର : ‌ଦେଶରେ ଥିବା ସମସ୍ତ ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜର ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ସୋମବାରଠାରୁ ଯୁଗ୍ମ ପ୍ରବେଶିକା‌ ପରୀକ୍ଷା (ଜେଇଇ) ମେନ୍ ଆରମ୍ଭ ହୋଇଯାଇଛି । ଜାନୁଆରି ୯ ପର‌୍ୟ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ଦେଶ ଓ ବିଦେଶରେ ୨୩୩ ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ଯେଉଁଠାରେ ପ୍ରାୟ ୯ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଓଡ଼ିଶାର ପ୍ରାୟ ୩୩ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଲାଗି ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ପାଇଁ ୭ଟି ସହର ଯଥା ବ‌ାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ଢେଙ୍କାନାଳ, ରାଉରକେଲା ଓ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର କରାଯାଇଛି।
ପରୀକ୍ଷା ‌କେନ୍ଦ୍ରକୁ ଆସିବା ସମୟରେ ପରୀକ୍ଷାର୍ଥୀମା‌ନେ ଆଡମିଟ୍ କାର୍ଡ ସହ ଗୋଟିଏ ପାସ୍‌ପୋର୍ଟ ସାଇଜ୍ ଫଟୋ ଓ ପରିଚୟପତ୍ର ଆଣିବାକୁ ବାଧ୍ୟତାମୂଳକ କରାଯାଇଛି। ପରିଚୟପତ୍ର ଭାବେ ପ୍ୟାନ୍ କାର୍ଡ/ଡ୍ରାଇଭିଂ ଲାଇସେନ୍ସ/ରେସନ୍ କାର୍ଡ/ଦ୍ବାଦଶ ଶ୍ରେଣୀ ପରୀକ୍ଷାର ଫଟୋ ଲାଗିଥିବା ବୋର୍ଡ ଆଡମିଟ୍ କାର୍ଡ/ଫଟୋ ଥିବା ବ୍ୟାଙ୍କ ପାସବୁକ୍‌କୁ ବ୍ୟବହାର କରାଯାଇପାରିବ। ମୋବାଇଲ୍‌, କ୍ୟାମେରା, ପେନ୍ ଡ୍ରାଇଭ୍‌, ପେନ୍‌ସିଲ୍ ବାକ୍ସ, ହ୍ୟାଣ୍ଡବ୍ୟାଗ୍‌, ପର୍ସ, ପାଣି ବୋତଲ, ଷ୍ଟେସନାରି ସାମଗ୍ରୀ, ମାଇକ୍ରୋଫୋନ୍ ଆଦି ନ ଆଣିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି। ପରିଚୟପତ୍ର ଯାଞ୍ଚ ବିନା କୌଣସି ବି ପରୀକ୍ଷାର୍ଥୀଙ୍କୁ ‌କେନ୍ଦ୍ର ଭିତରକୁ ଛଡ଼ାଯିବ ନାହିଁ। ସମସ୍ତ କେନ୍ଦ୍ରରେ ସିସିଟିଭି ଲଗାଯାଇଛି। କେନ୍ଦ୍ର ଭିତରେ ପେନ୍‌/ପେନସିଲ୍‌, ସାଦା କାଗଜ ଯୋଗାଇ ଦିଆଯିବ। ବିଳମ୍ବରେ ଆସୁଥିବା ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହେବେ। ପରୀକ୍ଷା‌ ସରିବା ପରେ ପରୀକ୍ଷା ପରିଚାଳନା କରୁଥିବା ଏନ୍‌ଟିଏ(ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ପକ୍ଷରୁ ଉତ୍ତର କି’ ପ୍ରକାଶ କରାଯିବ। ଜାନୁଆରି ୩୧ରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ଏପ୍ରିଲ ୩ରୁ ୯ ଯାଏ ଜେଇଇ ମେନ୍‌-୨ ଅନୁଷ୍ଠିତ ହେବ ବୋଲି ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking