34.1 C
Bhubaneswar
Friday, March 29, 2024
Homeଓଡିଶା ଜେସିଆଇ ର ନିଆରା ପ୍ରୟାଶ :ଛାତ୍ରଛାତ୍ରୀଙ୍କ ସହ ନୈତିକତା ଦିବସ ପାଳନ

 ଜେସିଆଇ ର ନିଆରା ପ୍ରୟାଶ :ଛାତ୍ରଛାତ୍ରୀଙ୍କ ସହ ନୈତିକତା ଦିବସ ପାଳନ

ବଲାଙ୍ଗିର, – ଯେଉଁ ସମୟରେ ମାନବ ସମାଜ ତାର ନୈତିକତା ଭୁଲାଇ ବସି,  ବସ୍ତୁବାଦି ହୋଇ ପଦୁଛି । ସାଧାରଣ ମଣିଷ କେବଳ ଧନ ଦୌଲତ ଜମି ବାଡି ଗାଡି ମଟର ଭଲି ବିଭିନ୍ନ ଜିନଷ ର ଦୌଡ ରେ ସତ୍ୟ, ଅହିଂସା, ମାନବିକ ମୂଲ୍ୟବୋଧ ଓ ନିତି ଜ୍ଞାନ ହାରାଇ ବସୁଛି ସେଭଳି ସମୟରେ ଜେସିଆଇ, ବଲାଙ୍ଗିର ତରଫରୁ ଛାତ୍ରଛାତ୍ରି ମାନଙ୍କ ମଧ୍ୟରେ ନୈତିକତା କୁ ମଝବୁତ କରି ଭବିଷ୍ୟତରେ ତାଙ୍କୁ ଏକ ଭଲ ମଣିଷ ରୁପେ ଗଢି ତୋଳିବାର ଏକ ନିଆରା ପ୍ରୟାଶ ଜାରି ରଖିଛି । ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଅନ୍ତରାଷ୍ଟ୍ରୀୟ ସଂସ୍ଥା ଜେସିଆଇ ବଲାଙ୍ଗିର ସିଟି ତରଫରୁ, କୁଇନ ଇନ୍ଟରନେଶନାଲ ସ୍କୁଲର ୩୫୦ ଛାତ୍ରଛାତ୍ରୀ ଙ୍କ ମଧରେ ନୈତିକତା ଦିବସ ପାଳନ କରିଛି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ସଦା ସର୍ବଦା ସତ କହିବା, ଦାଇତ୍ୱବାନ ହେବା, ଦେଶ ଓ ସମାଜ ପ୍ରତି ନିଷ୍ଠାବାନ ହେବା ତଥା ମାନବିକ ମୂଲ୍ୟବୋଧ କୁ ଅଗ୍ରାଧୀକାର ଦେବା ପାଇଁ ଶପଥ ପାଠ କରାଯାଇଥିଲା । ଏହି ଦିନ ଜେସିଆଇ ତରଫରୁ ସମଗ୍ର ଦେଶରେ ପ୍ରାୟ ୧୫୦୦ ସ୍କୁଲରେ ଏକା ଥରକୁ ସମାନ କର୍ଯ୍ୟକ୍ରମର ଆୟୋଜନ କାରାଯାଇଥିଲା ।  ଶପଥ ପାଠ ପରେ ପରେ ସ୍କୁଲ ରେ ଏକ ଅନେଷ୍ଟି ସପ୍ ର ଉଦଘାଟନ କରଯାଇଥିଲା ।

ଏହି ସପ୍ ରେ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ସମ୍ବନ୍ଧିୟ ବିଭିନ୍ନ ସାମଗ୍ରି ଉପଲବ୍ଧ କାରାଯାଇଛି । ଏହି ସପ୍ ରେ ଛାତ୍ରଛାତ୍ରୀ ବିନା କାହା ଉପସ୍ଥିତି ରେ ନିଜେ ଆବଶ୍ୟକିୟ ସାମଗ୍ରୀ କିଣି ନିଜେ ପାଇସା ରଖି ଆସିବାର ବ୍ୟବସ୍ଥା କରାଯାଇଛି । ଯାହା ଛାତ୍ରଛାତ୍ରୀଙ୍କୁ ଛୋଟ ଦିନରୁ ସଚ୍ଚୋଟତା ପ୍ରତି ଜାଗୃକ କରିବ ବୋଲି ସଂସ୍ଥା ତରଫରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ କୁଇନ୍ସ ଇନ୍ଟରନେଶନାଲ ସ୍କୁଲ ର ଅଧ୍ୟକ୍ଷ ମୁଖ୍ୟ ଅତିଥି ରୁପେ ଯୋଗଦେଇ, ଏଭଳି କାର୍ଯ୍ୟକ୍ରମ ପ୍ରତ୍େୟକ ସ୍କୁଲ ରେ ହେବା ଆବଶ୍ୟକ ବୋଲି କହିବା ସହ ଆଗାମି ଦିନରେ ପିଲାଙ୍କ ଭିତରେ ନୈତିକତା କୁ ଆହୁରି ମଝବୁତ କରିବାର ସମସ୍ତ ପ୍ରୟାଶ କରିବେ ବୋଲି କହିଥିଲେ । ଜେସିଆଇ ବଲାଙ୍ଗିର ସିଟି ର ଅଧ୍ୟକ୍ଷା ଶ୍ରୀମତି ପିଙ୍କି ମୋଦିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁଜାତା ଅଗ୍ରବାଲ, କୈଲାଶ ଅଗ୍ରବାଲ, ପୁରୁଷୋତ୍ତମ ଅଗ୍ରବାଲ, ଶ୍ରୀକାନ୍ତ ଅଗ୍ରବାଲ, ପୀୟୁଷ ଅଗ୍ରବାଲ,ଅଭୀଳାଷ ଅଗ୍ରବାଲ,ପରେଶ ଅଗ୍ରବାଲ,ରାମତାର ଅଗ୍ରବାଲ,ସନ୍ତୋଷ ଲାଲ, ଶୃଷ୍ଟି ଅଗ୍ରବାଲ. ବନ୍ଦନା ଅଗ୍ରବାଲ, ନୀଲମ ଅଗ୍ରବାଲ ଓ ଅନୀଲ ମୋଦି ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking