ମୟୁରଭଞ୍ଜ: ଆଜି ମୟୁରଭଂଜ ଜିଲ୍ଲା ଗସ୍ତ କରିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏବଂ ବିଧାୟକ ତାରା ପ୍ରସାଦ ବାହିନୀ ପତି । ମୟୁରଭଂଜ ଜିଲ୍ଲାର ବିଭିନ୍ନ କ୍ଷତିଗ୍ରସ୍ତ ଜିଲ୍ଲା ସେମାନେ ପରିଦର୍ଶନ କରିଥିଲେ । ପରେ ମୟୁରଭଂଜ ଜିଲ୍ଲାପାଳଙ୍କୁ ଭେଟି ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ପରେ କହିଥିଲେ ଯେ,ମୟୁରଭଂଜ ଜିଲ୍ଲାରେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ପରିବାର ପାଇଁ ସରକାର କି ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ସେ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ତେବେ ପ୍ରଶାସନ ଏହାକୁ ଗୁରୁତର ସହ ନେଇନାହିଁ । ଏହା ସାମାନ୍ୟ ବନ୍ୟା ଥିଲା । ଆସିଲା ଚାଲିଗଲା । ଏକଥା ଜିଲ୍ଲାପାଳ କହିଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି । ଏହାକୁ ବାଦ ଦେଲେ ଚାଷୀ ଋଣ ଛାଡ ପାଇଁ ମଧ୍ୟ ସେମାନେ ଦାବି କରିଥିଲେ ।