34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବଲିଉଡକୁ ବଦନାମ କରିବାକୁ ଷଡଯନ୍ତ୍ର ଚାଲିଛି : ଜୟା ବଚ୍ଚନ

ବଲିଉଡକୁ ବଦନାମ କରିବାକୁ ଷଡଯନ୍ତ୍ର ଚାଲିଛି : ଜୟା ବଚ୍ଚନ

ନୂଆଦିଲ୍ଲୀ : କରୋନା ସଙ୍କଟ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଆଜି ସଂସଦର ଦ୍ୱିତୀୟ ଦିନ ଆରମ୍ଭ ହୋଇଥିବା ବେଳେ ସମାଜବାଦୀପାର୍ଟିର ସାଂସଦ ବା ଅଭିନେତ୍ରୀ ଜୟା ବଚ୍ଚନ ରାଜ୍ୟସଭାରେ ଶୂନ୍ୟକାଳରେ ନୋଟିସ ଦେଇଛନ୍ତି । ବଲିଉଡରେ ଡ୍ରଗ୍ସ କାରବାର ମାମଲା ଉପରେ ସଂସଦରେ ଜୟା ବର୍ଷିବା ସହ କହିଛନ୍ତି ଯେ, ବଲିଉଡକୁ ବଦନାମ କରିବାକୁ ଷଡଯନ୍ତ୍ର କରାଯାଉଛି । ବଲିଉଡରୁ ନାମ ହାସଲ କରିଥିବା ଲୋକେ ଏହାକୁ ନର୍ଦ୍ଦମା କହିଛନ୍ତି । ଏହା ଦୁର୍ଭାଗ୍ୟପୂର୍ଣ୍ଣ, ମୁଁ ଏଥିରେ ରାଜି ନୁହେଁ । ଏପରି ଲୋକଙ୍କ ଏଭଳି ଭାଷା ବ୍ୟବହାର ଉପରେ ସରକାର ରୋକ ଲଗାନ୍ତୁ । କିଛି ଖରାପ ଲୋକଙ୍କ ପାଇଁ ବଲିଉଡକୁ ଖରାପ କହିବା ଠିକ୍ ନୁହେଁ । ପ୍ରତ୍ୟକ୍ଷ ଭାବେ ୫ ଲକ୍ଷ ପରିବାର ସିଧାସଳଖ ରୋଜଗାର କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking