ଭୁବନେଶ୍ୱର: ବିଜେପିରେ ଜୟ ଢୋଲକିଆ ମିଶିବା ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଏହି ସମୟରେ ଜୟ ଥୋଲଙ୍କିଆଙ୍କୁ ନେଇ ବରିଶ୍ଠ ବିଜେଡି ନେତା ଦେବୀ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କାଲି ରାତି ପର୍ଯ୍ୟନ୍ତ ଆମ ସହ ଯୋଗାଯୋଗରେ ଥିଲେ ଜୟ ଢୋଲକିଆ । ଆଜି ସକାଳୁ ସେ ଫେରିବା କଥା, କିନ୍ତୁ ଆସିନାହାନ୍ତି । ସୂଚନାଯୋଗ୍ୟ, ଜୟ ଢୋଲକିଆ ବିଜେପିରେ ମିଶିଲେ ନୂଆପଡା ପାଇଁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ଦେଖା କରିଥିବା କୁହାଯାଉଛି ।










