39.1 C
Bhubaneswar
Tuesday, April 23, 2024
Homeଅପରାଧଯୌତୁକ ଯୋଗୁ ବିଫଳ ହେଲା ପ୍ରେମ ବିବାହ : ପ୍ରେମିକାକୁ ହତ୍ୟାକରି ଯବାନ୍ ଗିରଫ

ଯୌତୁକ ଯୋଗୁ ବିଫଳ ହେଲା ପ୍ରେମ ବିବାହ : ପ୍ରେମିକାକୁ ହତ୍ୟାକରି ଯବାନ୍ ଗିରଫ

ଭବାନୀପାଟଣା: ଫେସବୁକ୍‌ରେ ଆରମ୍ଭ ହୋଇଥିଲା ପ୍ରେମ । ଉଭୟ ପ୍ରେମିକ ଓ ପ୍ରେମିକା ପରସ୍ପରକୁ ଖୁବ୍ ଭଲ ପାଉଥିଲେ । ଉଭୟେ ଗୋଟିଏ ଜାତିର ହୋଇଥିବାରୁ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ହେଲେ ସେମାନଙ୍କ ବିବାହରେ ପ୍ରତିବନ୍ଧକ ସାଜିଲା ଯୌତୁକ । ବିବାହ ପାଇଁ ପ୍ରେମିକର ପରିବାର ଯୌତୁକ ମାଗିଲେ । ପ୍ରେମିକାର ବାପା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ । ତେବେ ପ୍ରେମ ବିବାହରେ ବିଫଳ ହେବାରୁ ପ୍ରେମିକାକୁ ଘରୁ ଡାକି ନେଇ ନିର୍ମମ ଭାବେ ହତ୍ୟା କଲା ପ୍ରେମିକ । ଏହି ହତ୍ୟାକାଣ୍ଡ ବଲାଙ୍ଗିର ଜିଲ୍ଲା ସିନ୍ଧେଇକେଲା ଥାନା ଶୁଣ୍ଢିମୁଣ୍ଡା ଗାଁରେ ଘଟିଛି । ଘଟଣାରେ ମାସେ ପରେ ପୁଲିସ୍ ପ୍ରେମିକ ବେଶଧାରୀ ଜଣେ ଯବାନକୁ ଗିରଫ କରିଛି ।

ପ୍ରେମିକ ହେଉଛି ବ୍ରହ୍ମପୁରର ସନ୍ତୋଷ ସାହୁ । ସେ ସୈନ୍ୟ ବାହିନୀରେ ଚାକିରୀ କରେ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଶକ୍ତିନଗରପଡ଼ାର ଦୂର୍ଗା ସାହୁଙ୍କ ଝିଅ ସୂର୍ଯ୍ୟକାନ୍ତି ସାହୁଙ୍କ ସହ ତା’ର ଫେସବୁକରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରେମ ପରେ ଉଭୟେ ନିଜ ନିଜ ପରିବାର ସମ୍ମୁଖରେ ବାହାଘରର ପ୍ରସ୍ତାବ ରଖିଥିଲେ । ସମାନ ଜାତି ହୋଇଥିବାରୁ ଉଭୟ ପରିବାର ମଧ୍ୟ ରାଜି ହୋଇଥିଲେ । ତେବେ ବିବାହ ବାବଦକୁ ୩୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ ସନ୍ତୋଷର ମା’ । କିନ୍ତୁ ସୂର୍ଯ୍ୟକାନ୍ତିଙ୍କ ବାପା ଏତେ ଟଙ୍କା ଯୌତୁକ ଦେବାକୁ ରାଜି ହୋଇନଥିଲେ । ତେଣୁ ବାହାଘର ପ୍ରସ୍ତାବ ଭାଙ୍ଗି ଯାଇଥିଲା । ବାହାଘର ଭାଙ୍ଗିଯିବାରୁ ଭୀଷଣ ଭାବେ ରାଗି ଯାଇଥିଲ ସନ୍ତୋଷ । ପ୍ରେମ ବିବାହ ବିଫଳ ହେବା ଦେଖି ସନ୍ତୋଷ ପ୍ରତିକ୍ରିୟାଶୀଳ ହୋଇ ସୁର୍ଯ୍ୟକାନ୍ତିକୁ ଘରୁ ଡାକି ନେଇ ସିନ୍ଧେକେଲା ସ୍କୁଲ ନିକଟରେ ହତ୍ୟା କରିଥିଲା ।

ଗତବର୍ଷ ଡିସେମ୍ୱର ୯ ତାରିଖରେ ପୁଲିସ୍ ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଶୁଣ୍ଢିମୁଣ୍ଡା ଗାଁରୁ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା । ସାଇଣ୍ଟିଫିକ ଟିମକୁ ମିଳିଥିବା ସୁରାକ୍‌ରୁ ତଦନ୍ତ କରିବା ପରେ ମୃତ ଯୁବତୀ ଜଣକ ସୂର୍ଯ୍ୟକାନ୍ତି ବୋଲି ଜଣାପଡ଼ିଥିଲା । ସୂର୍ଯ୍ୟକାନ୍ତିଙ୍କ ବାପାଙ୍କ ଠାରୁ ଲିଖିତ ଅଭିଯୋଗ ପାଇବା ପରେ ପୁଲିସ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା । ସୂର୍ଯ୍ୟକାନ୍ତିଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଥିବା ନେଇ ଜାଣିବା ପରେ ପୁଲିସ୍ ସନ୍ତୋଷକୁ ଗିରଫ କରିଛି । ପାଖାପାଖି ମାସ ହେବ ପୁଲିସ୍ ସନ୍ତୋଷକୁ ଖୋଜାଖୋଜି କରୁଥିଲା । କିଛି ଦିନ ତଳେ ସନ୍ତୋଷକୁ ପୁଲିସ୍ ଅଟକ ରଖିଥିବା ଜଣାପଡ଼ିଥିଲା । ଆଜି ତାକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । କୋର୍ଟରେ ଜାମିନ୍ ଆବେଦନ ଖାରଜ ହେବା ପରେ ତାକୁ ଜେଲ୍ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking