27.1 C
Bhubaneswar
Thursday, April 25, 2024
Homeଓଡିଶାମାନବିକତା ଦେଖାଇ ବୃଦ୍ଧାଙ୍କୁ ଖାଇବାକୁ ଦେଲେ ଦୁଇ ଜବାନ

ମାନବିକତା ଦେଖାଇ ବୃଦ୍ଧାଙ୍କୁ ଖାଇବାକୁ ଦେଲେ ଦୁଇ ଜବାନ

ମାଲକାନଗିରି : ଗତ ସୋମବାର ଦିନ ଜଣେ ମହିଳା ଏସ୍‌.ଆଇ. ଶୁଭଶ୍ରୀ ନାୟକ ମାଲକାନଗିରି ଜୟପୁର ମୁଖ୍ୟରାସ୍ତା ପଦ୍ମଗିରି ଛକ ନିକଟରେ ଜଣେ ଅସହାୟ ଓ ମାନସିକ ବିକାରାଗସ୍ତ ମହିଳାଙ୍କୁ ନିଜ ପାଇଁ ଆଣିଥିବା ଖାଦ୍ୟ ନିଜ ହାତରେ ଖୁଆଇ ମାନବିକତା ଦେଖାଇଥିବା ବେଳେ ପୁଣି ଓଡିଶା ପୁଲିସର ଦୁଇଜଣ କନଷ୍ଟେବଲ ଗତକାଲି ସ୍ଥାନୀୟ ଆଇ.ଏମ୍‌.ଏସ୍‌.ଟି. ବିଦ୍ୟାଳୟ ନିକଟରେ କାର୍ଯ୍ୟରତ ଥିବା ସମୟରେ ଜଣେ ଅସହାୟ ବୃଦ୍ଧାଙ୍କୁୁ ନିଜ ପାଇଁ ଆସିଥିବା ଖାଦ୍ୟ ଖୁଆଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ମାଲକାନଗିରି ଆଦର୍ଶ ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମ ପ୍ରସାଦ ନାଗ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାକୁ କୋରୁକୋଣ୍ଡା ଯାଉଥିବା ସମୟରେ ସେଠାରେ କାର୍ଯ୍ୟରତ ଦୁଇଜଣ କନଷ୍ଟେବଲ ବାପି ସରକାର ଓ ରବି ମାଢି ସେଠାରେ ଏକ ବୃଦ୍ଧଙ୍କୁ ଖାଇବାକୁ ଦେଉଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ଉଭୟଙ୍କୁ ପଚାରିବାରୁ ଅସହାୟ ଭାବେ ବୁଢାଟି ଖାଇବାକୁ ନ ପାଇ ଭୋକିଲା ଅବସ୍ଥାରେ ବୁଲୁଥିଲେ । ଏହା ଜାଣିବା ପରେ ଏହି ଦୁଇଜଣ ଜଣଙ୍କର ମଧ୍ୟାହ୍ନ ଭୋଜନ ପାଇଁ ତାଙ୍କ ପାଇଁ ଆସିଥିବା ଭୋଜନ ମଧ୍ୟରୁ ଗୋଟିଏ ପ୍ୟାକେଟ ଉକ୍ତ ବୃଦ୍ଧଙ୍କୁ ପ୍ରଦାନ କରି ଅନ୍ୟଜଣଙ୍କ ଖାଦ୍ୟ ଉଭୟ ବାଂଟି ଖାଇଥିବା ପ୍ରକାଶ କରିଥିଲେ । ସାରା ଦେଶ ବର୍ତମାନ ପରିସ୍ଥିତିରେ ଏହି ମହାମାରି ସହ ଲଢୁଥିବା ବେଳେ ଏହା ଏକ ଆଦିବାସୀ ଅଧ୍ୟ୍ୟୁଷିତ ଅଂଚଳ । ଏଠାରେ ସଚେତନତାର ଘୋର ଅଭାବ ରହିଛି । ତେବେ ଆମର ମୁଖ୍ୟ କର୍ତବ୍ୟ ହେଲା ସଚେତନତା ଓ ସୁରକ୍ଷା ଯୋଗାଇ ଦେବା । ତେବେ ଅନିଛା ସତ୍ୱେ ବେଳେ ବେଳେ ଆମମାନଙ୍କୁ କଠୋର ହେବାକୁ ପଡୁଛି ବୋଲି ଏହି ଦୁଇ ଜଣ କନଷ୍ଟେବଲ ପ୍ରକାଶ କରିଛନ୍ତି । ପୁଲିସ ପଦବୀ ବ୍ୟତୀତ ଆମେ ମଧ୍ୟ ଜଣେ ଜଣେ ମନୁଷ୍ୟ । ତେଣୁ ସମସ୍ତେ ସେମାନଙ୍କର ଦ୍ୱାରା ଯେତିକି ସମ୍ଭବ ସେତିକି ଦୁଃଖି, ଗରିବଙ୍କର ସାହାଯ୍ୟ କରିବା ଆବଶ୍ୟକ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking