27.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶମହିଳାଙ୍କ ମୁଣ୍ଡରେ ଛେପ ପକାଇ ବିବାଦରେ ଜାଭେଦ ହବିବ

ମହିଳାଙ୍କ ମୁଣ୍ଡରେ ଛେପ ପକାଇ ବିବାଦରେ ଜାଭେଦ ହବିବ

ମୁଜଫରନଗର: ଦେଶର ଲୋକପ୍ରିୟ ହେୟାର ଷ୍ଟାଇଲିଷ୍ଟ ମଧ୍ୟରୁ ଜଣେ ହେଉଛନ୍ତି ଜାଭେଦ ହବିବ । ଜାଭେ ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଇବା ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ନେଇ ବିବାଦ ଦେଖାଦେଇଛି । ଏକ ଟ୍ରେନିଂ କ୍ଲାସ୍ ସମୟରେ, ହବିବ୍ ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଉଛନ୍ତି । ଆଉ କହୁଛନ୍ତି କି ତାଙ୍କ ଛେପରେ ଶକ୍ତି ଅଛି । ଉତ୍ତର ପ୍ରଦେଶ ବାଗପତରେ ରହୁଥିବା ବ୍ୟୁଟି ପାର୍ଲର ସଞ୍ଚାଳିକା ଭାରତର ଟପ ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଜାଭେଦ ହବିବଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳାଙ୍କ ନାମ ପୂଜା ଗୁପ୍ତା । ସେ କହିଛନ୍ତି ଯେ, “ମୋ ନା’ ପୂଜା ଗୁପ୍ତା ଓ ମୋର ବଂଶିକା ବ୍ୟୁଟି ପାର୍ଲର ଅଛି । ମୁଁ ଜାଭେଦ ହବିବ ସାରଙ୍କ ସେମିନାରରେ ସାମିଲ ହୋଇଥିଲି । ଜାଭେଦ ସାର ମୋତେ ଅନ ଷ୍ଟେଜ ହେୟାର କଟ୍ ପାଇଁ ଡାକିଥିଲେ ଓ ମୋ ସହ ଦୁର୍ବ୍ୟବହାର କରିଥିଲେ । ସେ ଦେଖାଇଛନ୍ତି ଯେ ଆପଣଙ୍କ ପାଖରେ ପାଣି ନଥିଲେ ଆପଣ ଛେପ ଲଗାଇ ମଧ୍ୟ ହେୟାର କଟ୍ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking