26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଜାତୀୟସେବା ଯୋଜନା ସମ୍ମାନ ପାଇବେ ଓଡ଼ିଶାର ୨ ସ୍ବେଛାସେବୀ

ଜାତୀୟସେବା ଯୋଜନା ସମ୍ମାନ ପାଇବେ ଓଡ଼ିଶାର ୨ ସ୍ବେଛାସେବୀ

ମୟୂରଭଞ୍ଜ: ଚଳିତ ବର୍ଷ ଜାତୀୟ ସେବା ଯୋଜନା ସମ୍ମାନ ପାଇବେ ଓଡ଼ିଶାର ୨ ସ୍ବେଛାସେବୀ। ସ୍ବେଚ୍ଛାସେବୀ ଦୁଇ ଜଣ ହେଲେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଏମ୍.ପି.ସି ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଦିବ୍ୟାନୀ ବେହେରା ଓ ସୀମାନ୍ତ ମହାବିଦ୍ୟାଳୟର ପ୍ରଭଞ୍ଜନ ମଣ୍ଡଳ। ସର୍ବଭାରତୀୟ ସ୍ତରରେ ପ୍ରତିବର୍ଷ ଜାତୀୟ ସେବା ଯୋଜନାରେ ଉତ୍କର୍ଷ କାର୍ଯ୍ୟ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ସମଗ୍ର ଦେଶରେ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ଚୟନ ହୋଇଥିବା ସର୍ବଶ୍ରେଷ୍ଠ ୩୦ଜଣ ସ୍ବେଛାସେବୀ ମାନଙ୍କୁ ରାଷ୍ଟ୍ରପତି ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆୟୋଜିତ ସେପ୍ଟେମ୍ବର ୨୪ ତାରିଖ ତଥା ଜାତୀୟ ସେବା ଯୋଜନା ଦିବସରେ ସମ୍ମାନିତ କରିଥାନ୍ତି। ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ଚଳିତ ବର୍ଷ ଓଡ଼ିଶାର ୨ ସ୍ବେଛାସେବୀ ରାଷ୍ଟ୍ରପତି ଭବନରେ ଜାତୀୟ ସେବା ଯୋଜନା ସମ୍ମାନରେ ସମ୍ମାନିତ ହେବେ। ଏନେଇ ରବିବାର ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ସମ୍ମାନିତ ହେବାକୁ ଥିବା ସ୍ବେଚ୍ଛାସେବୀ ମାନଙ୍କ ନାମ ଘୋଷଣା କରାଯାଇଛି। ‘ପଲ୍ଲୀରୁ ଦିଲ୍ଲୀ’ ସ୍ୱପ୍ନ ପରି ଲାଗୁଥିଲେ ମଧ୍ୟ ଏହାକୁ ସଫଳ କରି ଦେଖାଇ ପାରିଛନ୍ତି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଦୁଇ ସ୍ବେଛାସେବୀ। ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଭାରତ ସରକାରଙ୍କ କ୍ରୀଡ଼ା ଏବଂ ଯୁବବ୍ୟାପାରର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏଭଳି ସଫଳତା ପାଇଁ ବିଭିନ୍ନ ମହଲରୁ ପ୍ରସଂଶାର ସୁଅ ଛୁଟି ଚାଲିଥିବା ବେଳେ ସ୍ବେଚ୍ଛାସେବୀ ମାନେ ଗୌରବନିତ ହୋଇଛନ୍ତି।

ସ୍ବେଛାସେବୀଙ୍କ ସଫଳତା ପଛରେ ଥିବା କେନ୍ଦ୍ର ସରକାରଙ୍କ ଭୁବନେଶ୍ୱର ଆଞ୍ଚଳିକ ନିର୍ଦେଶକ ଆର. ସାଇଦା ନାୟକ, ରାଜ୍ୟ ସରକାରଙ୍କ ଡେପୁଟି ସେକ୍ରେଟାରୀ ତଥା ରାଜ୍ୟ ଏନଏସଏସ ଅଧିକାରୀ ଡ଼ଃ ସୁରେଖା ସୁନ୍ଦରୀ ସ୍ୱାଇଁ, ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ ଚାନ୍ଦ, କୂଳସଚିବ ପ୍ରଫେସର ପ୍ରମୋଦ କୁମାର ଶତପଥୀ, ଏନଏସଏସ ସଂଯୋଜିକା ଉଷା ଶତପଥୀ, ଡିପିଓ ଡ଼ଃ ଶୁଭେନ୍ଦୁ କୁମାର ଦାସ ସହ କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ଦେବେଶ ଶଙ୍କର ହୋତା, ଡ଼ଃ କୈଳାସ ଚନ୍ଦ୍ର ମିଶ୍ର, ଡ଼ଃ ପ୍ରିୟବ୍ରତ ବେହେରା, ଡ଼ଃ ଆଲବେଣ୍ଟିନା ତିର୍କୀ, ଡ଼ଃ ଅନାମ ରାଉଳ, ଡ଼ଃ ତରୁଣ କୁମାର ଓଝା, ବାପା-ମା ଓ ସାଙ୍ଗସାଥିଙ୍କର ସହଯୋଗ ପାଇଁ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ପୂର୍ବରୁ ଗତ ୫ବର୍ଷରେ ଲଗାତାର ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ୬ ଜଣ ସ୍ବେଚ୍ଛାସେବୀ ଓ ୨ ଜଣ କାର୍ଯ୍ୟକ୍ରମ ଅଧିକାରୀ ଏହି ପୁରସ୍କାରରେ ପୁରସ୍କୃତ ହୋଇଥିବା ସହ ସେବା କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ଗର୍ବ ମଧ୍ୟ ହାସଲ କରିସାରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking