32.1 C
Bhubaneswar
Thursday, March 28, 2024
Homeଓଡିଶାଯଶୀପୁର ବ୍ଲକ ପ୍ରଶାସନ ବିଭିନ୍ନ ପ୍ରକଳ୍ପ ନାମରେ କୋଟିକୋଟି ଟଙ୍କା ଲୁଟ କରିଥିବା ଅଭିଯୋଗ

ଯଶୀପୁର ବ୍ଲକ ପ୍ରଶାସନ ବିଭିନ୍ନ ପ୍ରକଳ୍ପ ନାମରେ କୋଟିକୋଟି ଟଙ୍କା ଲୁଟ କରିଥିବା ଅଭିଯୋଗ

ମୟୁରଭଞ୍ଜ : ସାଧାରଣ ଲୋକଙ୍କୁ ଦୁର୍ନୀତିମୁକ୍ତ ସେବା ଯୋଗାଇ ଦେବା ଲକ୍ଷ୍ୟରେ ‘ମୋ ସରକାର’ ଓ 5T ଭଳି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ହେଲେ ଦୁର୍ନୀତି ରୋକିବାରେ ବିଫଳ ହୋଇଛି ଏସବୁ କାର୍ଯ୍ୟକ୍ରମ । ରାଜଧାନୀରେ ରହି ସରକାରୀ ରାଜକାର୍ଯ୍ୟର ଦାୟିତ୍ବ ତୁଲାଉଥିବା ସଚିବମାନେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଦୁର୍ନୀତିଖୋର ଲୁଟେରା ସାଜିଥିବା ପ୍ରଶାସନିକ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ଭଳି ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ କିଏ ସେହି ସଚୋଟ ବରିଷ୍ଠ ଅଧିକାରୀ ? ସୁରକ୍ଷା ଦେବା ପଛରେ କଣ ରହିଛି ତାଙ୍କର ସ୍ୱାର୍ଥ ତାକୁ ନେଇ ଉଠୁଛି ପ୍ରଶ୍ନବାଚୀ ।
ପ୍ରକାଶଯୋଗ୍ୟ, ମୟୁରଭଞ୍ଜ ଜିଲ୍ଲାରେ ପିଛା ଛାଡ଼ୁନି ଦୁର୍ନୀତି । କେତେ ବେଳେ ଚାରା ରୋପଣରେ କୋଟି କୋଟି ଟଙ୍କାର ଦୁର୍ନୀତି ତ ଆଉ କେତେ ବେଳେ ରବର ପ୍ରକଳ୍ପ କରି ଚଳୁ କରିଛନ୍ତି କୋଟି କୋଟି ଟଙ୍କା । ଏବେ ପୁଣି ଆସିଛି ଆଉ ଏକନୁଆ ଦୁର୍ନୀତି । ମନରେଗା ପ୍ରକଳ୍ପ ନାମରେ ଯଶୀପୁର ବ୍ଲକ ପ୍ରଶାସନ ଚତୁରତାର ସହ ଲୁଟି ଖାଇଛନ୍ତି କୋଟି କୋଟି ଟଙ୍କା ଏହାର ଏକ୍ସକ୍ଲୁସିଭ ଷ୍ଟୋରି ଆମେ ଆପଣଙ୍କୁ ଦେଖାଉଛୁ । ତେବେ ଯଶୀପୁର ବ୍ଳକରେ କାର୍ଯ୍ୟ ନ ହୋଇ ମଧ୍ୟ ନୂତନ ନିର୍ମାଣ ନାମରେ କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ଅର୍ଥ ଲୁଟ ହୋଇଛି । ତଦନ୍ତ ପାଇଁ ଭିଜିଲାନ୍ସ ଟିମ ଆସି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ୍ । ଯାହା ରାଜ୍ୟସରକାର ଆରମ୍ଭ କରିଥିବା ମୋ ସରକାର ଏବଂ 5T କାର୍ଯ୍ୟକ୍ରମ ପାଇଁ ଆହ୍ୱାନ ପାଲଟିଛି ।
ଏଠାରେ ବସବାସ କରୁଥିବା ଲୋକମାନେ ସରଳ ନୀରିହ ହଇଥିବାରୁ ଏହାର ସୁଯୋଗ ନେଇ ବିଭିନ୍ନ ସମୟରେ ପ୍ରକଳ୍ପ ନାମରେ କୋଟି କୋଟିଟଙ୍କାର ଦୁର୍ନୀତି କରିଛନ୍ତି ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ । ଏପରି ଏକ ଅଭିଯୋଗ ଆସିଛି ମୟୁରଭଂଜ ଜିଲ୍ଲା ଯଶିପୁର ବ୍ଲକରୁ । ଏଇ ବ୍ଲକର ଶିମିଳିପାଳ ପାଦ ଦେଶରେ ଥିବା ଗୁରୁଗୁଡ଼ିଆ,ବରେହିପାଣି, ଅସ୍ତକୁଅଁର, ଧଳାବଣି ଏବଂ ଏକତାଳି ଗ୍ରାମପଞ୍ଚାୟତ ମାନଙ୍କରେ ମନରେଗା ଯୋଜନା ନାମରେ କୋଟି କୋଟି ଟଙ୍କା ଚଳୁ କରିଛନ୍ତି ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ । ଗ୍ରାମପଞ୍ଚାୟତ ମାନଙ୍କରେ ଚେକ ଡ୍ୟାମ, କଲଭର୍ଟ ଏବଂ ରାସ୍ତା ନିର୍ମାଣ କାମରେ ବ୍ୟାପକ ଦୁର୍ନୀତି ହଇଥିବା ଅଭିଯୋଗ ହେଉଛି ।
ଯଶିପୁର ବ୍ଲକର ଉକ୍ତ ଗ୍ରାମପଞ୍ଚାୟତ ମାନଙ୍କରେ ହଇଥିବା ପ୍ରକଳ୍ପ ନାମକୁ ମାତ୍ର,ଜାଗା ଜାଗାରେ ପ୍ରକଳ୍ପ ହଇଥିଲେ ବି ଅତି ନିମ୍ନମାନର ନିର୍ମାଣକାର୍ଯ୍ୟ ହଇଥିବା ବେଳେ ଆଉ କେତେକ ଜାଗାରେ ପ୍ରକଳ୍ପ କାର୍ଯ୍ୟ ନ ହଇ ମଧ୍ୟ ସମ୍ପୂର୍ଣ୍ଣ ବିଲ ଟଙ୍କା ବିନା ଚେକ ମେଜରମେଣ୍ଟରେ ଉଠି ସାରିଥିବା ଭଳି ସଙ୍ଗୀନ ଅଭିଯୋଗ ହଇଛି । ପ୍ରକଳ୍ପର ନାମ ଅଛି ସତ ହେଲେ ସେଠାରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ସମ୍ପାଦନ ହଇ ନ ଥିବା ମଧ୍ୟ ଦେଖିବା ପାଇଁ ମିଳିଛି । ତେବେ ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଥିଲା।ତେବେ ଆଜକୁ ୨ମାସ ବିତି ଯାଇଥିଲେ ବି ଭିଜିଲାନ୍ସ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ହଇ ନ ଥିବାରୁ ବିଭାଗର କାର୍ଯ୍ୟକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି କରିଛନ୍ତି ଅଞ୍ଚଳବାସୀ । ତେବେ ଏଠି ପ୍ରଶ୍ନ ଉଠୁଛି କାହା ଚାପରେ କାର୍ଯ୍ୟାନୁଷ୍ଠାନ କରିବା ବଦଳରେ ଭିଜିଲାନ୍ସ ହାତବାନ୍ଧି ବସିଲା ।
ଅନ୍ୟପଟେ ବିନା ସୂଚନା ଫଳକ, ବିନା ଚେକ ମେଜରମେଣ୍ଟରେ କୋଟି କୋଟି ଟଙ୍କା ବାଟ ମାରଣା ହଇଥିବା ଅଭିଯୋଗ ହେବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କୁ ଅନ୍ୟତ୍ର ବଦଳି କରିବା ସହିତ ତାଙ୍କ ସ୍ଥାନରେ ନୂତନ କର୍ମଚାରୀ ନିଯୁକ୍ତ କରି ଚତୁରତାର ସହ ଖସାଇନେବାକୁ ଉଦ୍ୟମ କରିଛନ୍ତି । ଏପ୍ରସଙ୍ଗ ବିଧାନସଭାରେ ଉପସ୍ଥାପନ କରିବେ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ।
ସେହିପରି ଏସବୁକୁ ବାଦଦେଲେ ଦୁର୍ନୀତି ହଇଥିବା ପ୍ରକଳ୍ପ ଗୁଡିକର ଫାଇଲ ଅଫିସରୁ ହଜି ଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବ୍ଳକ କର୍ମଚାରୀ । ତେବେ ଏଠାରେ ପ୍ରଶ୍ନ ଉଠେ କି ପ୍ରକଳ୍ପ ନାମରେ ବିନା ଚେକ ମେଜରମେଣ୍ଟରେ ହଇଥିବା ବିଲ ସମ୍ପର୍କରେ ସୂଚନା ମିଳିଯିବାର ଭୟରେ ସୁପରିକଳ୍ପିତ ଭାବେ ଏପରି ମିଥ୍ୟା ନାଟକ କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଯଦି ଫାଇଲ ହଯଜିବାର ଥିଲା ଏକା ବେଳେ ଏତେ ଗୁଡାଏ ଫାଇଲ ହଜିଲା କିପରି ?? କାହା ଇଙ୍ଗିତରେ ଏସବୁ ଫାଇଲ ହଯଜିବାର ମିଥ୍ୟା ନାଟକ କରୁଛନ୍ତି ଅଧିକାରୀ ଓ ସଂପୃକ୍ତକର୍ମଚାରୀ ?? ଏହାବ୍ୟତୀତ ଏହି ବ୍ଲକର ପୂର୍ବତନ ଅଧିକାରୀ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ବିଲରୁ ଦୁଇ ପରସେଣ୍ଟ ପିସି ନେଉଥିବା ବେଳେ ଏବେ ତାହା ୫℅ରୁ ଅଧିକ ଦାବି କରାଯାଉ ଥିବାନେଇ ହେଉଥିବା ଆଲୋଚନାରୁ ଶୁଣିବାକୁ ମିଳୁଛି । ଯାହା ଏଠାରେ ହେଉଥିବା ଦୁର୍ନୀତିକୁ ସ୍ପଷ୍ଟ ପ୍ରମାଣିତ କରୁଛି ।
ଯଶିପୁର ଗୋଷ୍ଠି ଉନ୍ନୟନ ଅଧିକାରିଣୀ ମୁଟା ଅଙ୍କରେ ଟଙ୍କା ନେଇ ଏପରି କାର୍ଯ୍ୟ କର୍ମଚାରୀଙ୍କ ଦ୍ୱାରା କରାଇ ନିଜେ ବଞ୍ଚିବା ପ୍ରୟାସ ଆରମ୍ଭ କରିଛନ୍ତି । ଦୁର୍ନୀତି ସମ୍ପର୍କରେ ଖୁଳତାଡ଼ କରିବା ପରିବର୍ତ୍ତେ ଦୁର୍ନୀତିକୁ ଲୁଚାଇବା ପ୍ରୟାସରେ କେତେ ସଫଳ ହେବେ ନା ଏଠାରେ କାର୍ଯ୍ୟ କରୁଥିବା ଦୁର୍ନୀତିଖୋର ଅଧିକାରୀ ଓ କର୍ମଚାରୀଙ୍କୁ ‘ମୋ ସରକାର’ ହେଉକି 5T ଜରିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱଚ୍ଛ ଏବଂ ଦକ୍ଷ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଭିଜିଲାନ୍ସ ଜାଲରେ ଛନ୍ଦି ନୀରିହ ଲୋକଙ୍କ ଅଧିକାର ଫେରାଇ ଲୁଟ ଅର୍ଥ ଉଦ୍ଧାର କରିବାରେ କେତେ ସଫଳ ହେଉଛନ୍ତି ତାହା ଦେଖିବା ପାଇଁ ବାକି ରହିଲା । ଅନ୍ୟପକ୍ଷରେ ୬ ଟି ଗ୍ରାମପଞ୍ଚାୟତରେ ପ୍ରାୟ ୮/୧୦ କୋଟି ଟଙ୍କାର ଦୁର୍ନୀତି ହଇଥିବା ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ସହିତ ଜିଲ୍ଲାର ବଡବଡ ଅଧିକାରୀମାନେ ମଧ୍ୟ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରେ କିଛି ଅନିୟମିତତା ହଇଥିବା ଜାଣିବାକୁ ପାଇ ବି କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଭୟ କରିବା ପଛରେ କିଏ ଓ କାହିଁକି ? ଯଦି ପ୍ରକଳ୍ପ ନାମରେ ଦୁର୍ନୀତି ହଇଛି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବଦଳିକରି କଣ ପ୍ରମାଣ କରିବା ପାଇଁ ଚାହାଁନ୍ତି ବ୍ଲକ ଅଧିକାରୀ ନା ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ଏପରି ବଦଳି ଏହାର ମଧ୍ୟ ନିରପେକ୍ଷ ତଦନ୍ତ ହେବା ଜରୁରୀ ।
ସେପଟେ ଗୋଷ୍ଠି ଉନ୍ନୟନ ଅଧିକାରୀ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଯାଇ ଏହା ପଞ୍ଚାୟତ ସମିତିର କାର୍ଯ୍ୟ ନୁହେଁ ଏହା ଜିଲ୍ଲା ପ୍ରଶାସନ ଏବଂ ଗ୍ରାମପଞ୍ଚାୟତ କରିଥାନ୍ତି ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କୌଣସି ଭୁମିକା ନ ଥାଏ କିମ୍ବା ପ୍ରକଳ୍ପ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ମଧ୍ୟ ନାହିଁ କହିବା ପରିତାପର ବିଷୟ, ତେବେ ପ୍ରକଳ୍ପ ମଞ୍ଜୁରୀଠୁ ଆରମ୍ଭ କରି ଟଙ୍କା ପ୍ରଦାନ ସବୁଥିରେ ଗୋଷ୍ଠୀ ଉନ୍ନୟନଅଧିକାରୀଙ୍କ ବିନା ଅନୁମତିରେ କୌଣସି ଉନ୍ନୟନ ମୂଳକକାର୍ଯ୍ୟ ସମ୍ପାଦନ ହଇ ପାରିବା କଥା ନୁହଁ ହେଲେ କିପରି ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଏସବୁ କାର୍ଯ୍ୟ ସମ୍ପର୍କରେ ଜାଣି ନାହାଁନ୍ତି ? ନା ସବୁ ଜାଣି ଏହା ଜିଲ୍ଲା ପ୍ରଶାସନ ଏବଂ ଗ୍ରାମପଞ୍ଚାୟତ କାର୍ଯ୍ୟ କହି ନିଜ ମୁଣ୍ଡରୁ ଦୋଷ ଖସାଇବା ବାହାନା ଖଜୁଛନ୍ତି । ଯଦି ସମସ୍ତ ପ୍ରକଳ୍ପ ଜିଲ୍ଲା ପ୍ରଶାସନ ଏବଂ ପଞ୍ଚାୟତର ତେବେ ବ୍ଲକ ପ୍ରଶାସନ କୋଉ କୋଉ କାର୍ଯ୍ୟ କରୁଛି ?ଏବଂ ଜଣେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କଣ କାର୍ଯ୍ୟ ? ଏପରି ବହୁପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିଲେ ବି କହିବେ କାହାକୁ ଶୁଣିବ କିଏ ? ତେବେ ଏତେସବୁ ଘଟଲା ସାମ୍ନାକୁ ଆସିବାପରେ ମଧ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଜିଲ୍ଲା ପ୍ରଶାସନର ପାରିବା ପଣିଆକୁ ଏବେ ପଦାରେ ପକାଇଛି । ତେବେ ଯଶୀପୁର ବ୍ଲକର ମହାଦୁର୍ନୀତି ଘଟଣା ଆଗକୁ କୋଉ ମୋଡ଼ ନେଉଛି ଦେଖିବାକୁ ବାକି ରହିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking