28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଉତ୍ତର କୋରିଆର ମିସାଇଲ ଲଞ୍ଚରେ ଜାପାନ ଆତଙ୍କିତ, ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ନିର୍ଦ୍ଦେଶ

ଉତ୍ତର କୋରିଆର ମିସାଇଲ ଲଞ୍ଚରେ ଜାପାନ ଆତଙ୍କିତ, ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ନିର୍ଦ୍ଦେଶ

ଟୋକିଓ: ଉତ୍ତର କୋରିଆର ମିସାଇଲ ଲଞ୍ଚରେ ଜାପାନରେ ଆତଙ୍କ ଦେଖିବାକୁ ମିଳିଛି । ଗତକାଲି ଉତ୍ତର କୋରିଆ ଏକ ମିସାଇଲ ପରୀକ୍ଷଣ କରିଥିବା ବେଳେ ତାହା ରାଜଧାନୀ ଟୋକିଓ ନିକଟବର୍ତ୍ତୀ ତଥା ଉତ୍ତର-ପୂର୍ବ ଆକାଶସୀମା ଉପରେ ଅତିକ୍ରମ କରିଥିଲା । ଯାହାକୁ ନେଇ ଜାପାନ ଭୟଭୀତ ହେବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବା ପାଇଁ ପରାମର୍ଶ ମଧ୍ୟ ଦେଇଥିବା ସୂଚନା ମିଳିଛି । ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ, ଜାପାନର ଉପକୂଳ ସହରରେ ରହୁଥିବା ନାଗରିକଙ୍କୁ ଆଲର୍ଟ ରହିବା ସହ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଜାରି କରାଯାଇଛି ।

ତେବେ ଉତ୍ତର କୋରିଆର ଏହି ମିସାଇଲ ଉତ୍ତର ପୂର୍ବ ଜାପାନ ଆକାଶ ଅତିକ୍ରମ କରି ପ୍ରଶାନ୍ତ ମହାସାଗରରେ ଖସିଥିବା ସନ୍ଦେହ କରାଯାଉଛି । ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମଧ୍ୟ ଆସି ପାରିନାହିଁ । ଅନ୍ୟପଟେ ଏହି ଉତକ୍ଷେପଣ ନେଇ ଉତ୍ତର କୋରିଆ କୌଣସି ପ୍ରତିକ୍ରିୟା ରଖିନଥିବାବେଳେ, ଦକ୍ଷିଣ କୋରିଆ ଏହା ଉତ୍ତର କୋରିଆ ଦ୍ବାରା ହୋଇଥିବା ଦାବି କରିଛି । ଦକ୍ଷିଣ କୋରିଆ କହିଛି ଏହି ମିସାଇଲଟି ଏକ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ବର୍ଗର ଥିଲା । ସ୍ଥାନୀୟ ସମୟ ପ୍ରାୟ ୭.୪୪ ରେ ଏହା ଉତ୍ତର-ପୂର୍ବ ଜାପାନ ସୀମାବର୍ତ୍ତୀ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଖସିପଡିଛି ।

ଅନ୍ୟପଟେ ଜାପାନ ଉପକୂଳରେ ଏହି କ୍ଷେପଣାସ୍ତ୍ରଟି ମାଡ ହୋଇଥିବା ସନ୍ଦେହ କରାଯାଉଥିଲେ ସୁଦ୍ଧା ସେଠାରେ ମଧ୍ୟ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ପୁନର୍ବାର ଉତ୍ତର କୋରିଆ ପୁଣି ଏପରି ମିସାଇଲ ଲଞ୍ଚ କରିବା ଭୟରେ ଜାପାନର ଉତ୍ତର-ପୂର୍ବ ସୀମା ସମେତ ଅନ୍ୟ କିଛି ସହରଗୁଡିକୁ ସତର୍କ କରାଯାଇଛି । ନିକଟରେ ଦକ୍ଷିଣ କୋରିଆ ଓ ଆମେରିକା ନୈସେନା ମିଳିତ ଭାବେ ଏକ ନୌଭ୍ୟାସ ଆୟୋଜନ କରିଥିଲେ । ଏହି ସମରାଭ୍ୟାସରେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଥିଲା । ଶନିବାର ମଧ୍ୟ ଉତ୍ତର କୋରିଆ ମିସାଇଲ ମାଡ କରି ନିଜର ଅସନ୍ତୋଷ ଜାହିର କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking