40.1 C
Bhubaneswar
Thursday, April 25, 2024
Homeଓଡିଶାଠାକୁରଙ୍କ ପାଖରେ ଗୁହାରିଆ ପଡ଼ିଥିବା ମହିଳା ମୃତ୍ୟୁ

ଠାକୁରଙ୍କ ପାଖରେ ଗୁହାରିଆ ପଡ଼ିଥିବା ମହିଳା ମୃତ୍ୟୁ

ଯାଁଳା : ଜଟଣୀ ବ୍ଲକ ଯାଁଳା ପଞ୍ଚାୟତ ଓଗାଳପଡ଼ାର ଗୋଟିଏ ଶିବ ମନ୍ଦିରରେ ଗୁହାରିଆ ପଡ଼ିଥିବା ଜଣେ ମହିଳା ପୋଖରୀରେ ପଡ଼ି ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ହେଲେ ସ୍ଥାନୀୟ ରାଧାଚରଣପୁର ଗ୍ରାମର କୈଳାସ ବେହେରାଙ୍କ ସ୍ତ୍ରୀ ବିମଳା (୫୦) ।
ସୂଚନା ଅନୁଯାୟୀ, ବିମଳା ଗତ କିଛି ଦିନ ହେବ ନିଜର ମାନସିକ ପୂରଣ ପାଇଁ ଓଗାଳପଡ଼ାର ଏକ ଶିବ ମନ୍ଦିରରେ ଗୁହାରିଆ ପଡ଼ିଥିଲେ। ମଙ୍ଗଳବାର ଭୋର ସମୟରେ ମନ୍ଦିର ନିକଟରେ ଥିବା ପୋଖରୀକୁ ଗାଧୋଇବାପାଇଁ ଯାଇଥିଲେ । କିନ୍ତୁ ଗାଧୋଇବା ସମୟରେ କୌଣସି କାରଣରୁ ପୋଖରୀରେ ପଡ଼ି ମୃତ୍ୟୁବରଣ କରିଥିଲେ । ଭଗବାନଙ୍କୁ ଦୁଃଖ ଜଣାଇବାକୁ ଆସିଥିବା ମହିଳାଙ୍କ ଏଭଳି ମୃତ୍ୟୁ ଘଟିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking