31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଜମ୍ମୁକଶ୍ମୀର: ହୀରାନଗର ପାକିସ୍ତାନ ସୀମାରେ ପୁଣି ଏକ ଶୃଡଙ୍ଗ

ଜମ୍ମୁକଶ୍ମୀର: ହୀରାନଗର ପାକିସ୍ତାନ ସୀମାରେ ପୁଣି ଏକ ଶୃଡଙ୍ଗ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପାଇଁ ପାକିସ୍ତାନ ଚେଷ୍ଟା ଜାରି ରଖିଛି । କାରଣ ଆଗାମୀ ଦିନରେ ସୀମାବର୍ତ୍ତୀ ଅଂଚଳରେ ପାକିସ୍ତାନୀ ସୈନିକଙ୍କ ଦ୍ୱାରା ସୀମା ସଂଘର୍ଷ ଉଲ୍ଲଂଘନ କରି ଗୁଳି ବର୍ଷଣ କରିବା ଓ ମାତ୍ର ଶୃଡଙ୍ଗ ରାସ୍ତାରେ ଆତଙ୍କବାଦୀଙ୍କୁ ପ୍ରବେଶ କରେଇବା ଘଟଣାକୁ ଭାରତର ସତର୍କ ଯବାନ ଧ୍ୱସଂ କରିବାରେ ଲାଗିଛନ୍ତି । ଶନିବାର ଦିନ କଠୁଆର ହୀରାନଗରରେ ଆଇବିର ପାନସର ଅଂଚଳରେ ଏକ ଶୃଡଙ୍ଗର ସନ୍ଧାନ ମିଳିଛି । ହୀରାନଗର ଅନ୍ତରାଷ୍ଟ୍ରୀୟ ସୀମାରେ ପଂଜାବରୁ ସଟେ ପାନସର ଓ ପହାଡପୁର ମଧ୍ୟରେ ଜିରୋ ଲାଇନ ଓ ତାରବନ୍ଦୀ ମଧ୍ୟରେ ଟନଲ ମିଳିଛି । ହୀରାନଗରରେ ୧୦ ଦିନ ମଧ୍ୟରେ ପାକିସ୍ତାନ ପକ୍ଷରୁ ଖୋଳାଯାଇଥିବା ଅନ୍ୟ ଏକ ଟନଲ ମିଳିବା ନେଇ ସୂଚନା ରହିଛି । ୪ ଦିନ ପୂର୍ବରୁ ସେହି ସ୍ଥାନରେ ଏକ ବଡ ଗଡା ମିଳିଥିଲା । ଯାଂଚ ପାଇଁ ସେହି ସ୍ଥାନରେ ଅଧିକାରୀ ପହଂଚିଥିଲେ । ଏହା ପୂର୍ବରୁ ୧୩ ଜାନୁୟାରୀ, ୧୮ ନଭେମ୍ବର ୨୦୨୦, ଅଗଷ୍ଟ ୨୦୨୦, ୧୪ ଫେବୃୟାରୀ ୨୦୧୭ ଓ ୨୦୧୬ ମସିହାରେ ଶୃଡଙ୍ଗ କରାଯାଇଥିବା ଜଣାପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking