30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶସୁରକ୍ଷାବଳଙ୍କୁ ବଡ଼ ସଫଳତା : ୩ ଆତଙ୍କବାଦୀ ନିପାତ

ସୁରକ୍ଷାବଳଙ୍କୁ ବଡ଼ ସଫଳତା : ୩ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ତ୍ରାଲ ଅଞ୍ଚଳରେ ସୁରକ୍ଷାବଳଙ୍କୁ ଏକ ବଡ଼ ସଫଳତା ମିଳିଛି। ମଙ୍ଗଳବାର ରାତିରେ ସୁରକ୍ଷାବଳଙ୍କ ଗୁଳିରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ ପରିମାଣରୁ ଆତଙ୍କବାଦୀଙ୍କ ବ୍ୟବହୃତ ଅସ୍ତ୍ରଶସ୍ତ୍ର ସହିତ ଗୋଳାବାରୁଦ ଜବତ ହୋଇଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଜମ୍ମୁ-କଶ୍ମୀର ପୁଲିସ, ସିଆରପିଏଫ୍ ଓ ସେନାର ଟିମ୍ ତ୍ରାଲରେ ଆତଙ୍କବାଦୀ ଥିବା ବିଶେଷ ସୂତ୍ରରୁ ସୂଚନା ପାଇଥିଲେ। ଏହାପରେ ଜମ୍ମୁ ଓ କଶ୍ମୀର ପୁଲିସ, ସିଆରପିଏଫ୍ ଓ ସେନାର ଟିମ୍ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳକୁ ଘେରାଉ କରିବା ପରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ଆରମ୍ଭ ହୋଇଥିଲା। ସୁରକ୍ଷାବଳଙ୍କ ଗୁଳିର ସାମ୍ନା କରି ନ ପାରି ତିନିଜଣ ଆତଙ୍କବାଦୀ ଘଟଣାସ୍ଥଳରେ ଟଳି ପଡ଼ିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking