34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଜମ୍ମୁ-କାଶ୍ମୀର ରାମବନରେ ବାଦଲଫଟା ବର୍ଷା, ଭୂ-ସ୍ଖଳନରେ ୨ ମୃତ

ଜମ୍ମୁ-କାଶ୍ମୀର ରାମବନରେ ବାଦଲଫଟା ବର୍ଷା, ଭୂ-ସ୍ଖଳନରେ ୨ ମୃତ

ଜମ୍ମୁ : କାଶ୍ମୀର ଉପତ୍ୟାକାରେ ବର୍ଷା ଯୋଗୁ ଭୂ-ସ୍ଖଳନ ଓ ବାଦଲ ଫାଟିବା ଭଳି ପ୍ରାକୃତିକ ବିପର୍ଯ୍ୟୟ ଜାରି ରହିଛି। ଗୁରୁବାର ରାମବନରେ ବାଦଲ ଫାଟିଛି। ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ବାଦଲଫାଟିବା ଓ ଭୂ-ସ୍ଖଳନ ଯୋଗୁ ମୁଖ୍ୟ ମାର୍ଗରେ ମାଟି ଅତଡା ପଡିଛି। ଫଳରେ ଜମ୍ମୁ-ଶ୍ରୀନଗର ଯୋଗାଯୋଗ ବାଧିତ ହୋଇଛି। ରାମବନରେ ବାଦଲ ଫାଟିବା ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଜମ୍ମୁ-କାଶ୍ମୀରରେ ଲଗାଣ ବର୍ଷା ଯୋଗୁ ଭୂ-ସ୍ଖଳନ ଘଟଣା ବଢ଼ିବଢି ଚାଲିଛି। ରାମବନରେ ବାଦଲ ଫାଟିବା ଯୋଗୁ ପାହାଡରୁ ବଡ଼ ବଡ଼ ପଥର ଗଡି ତଳକୁ ଖସିଥିଲା। ଫଳରେ ଲୋକେ ଯିଏ ଜୁଆଡେ ପାରିଲେ ପଳାୟନ କରିଥିଲେ। ପାହାଡରୁ ପଥର ଖସିବା ଯୋଗୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ବାଦଲଫାଟିବା ଘଟଣା ଜଣାପଡିବା ମାତ୍ରେ ପ୍ରଶାସନ ପକ୍ଷରୁ ତୁରନ୍ତ ରିଲିଫ ଓ ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରାଯାଇଛି। ଏଥିରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜମାର୍ଗକୁ ବନ୍ଦ କରିଦିଆଯାଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ବାହନଙ୍କ ଭିଡ ଜମିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking