39.1 C
Bhubaneswar
Tuesday, April 23, 2024
Homeଖେଳଜେମ୍ସ ପାଟିନ୍‌ସନ୍‌ଙ୍କ ଅବସର ଘୋଷଣା

ଜେମ୍ସ ପାଟିନ୍‌ସନ୍‌ଙ୍କ ଅବସର ଘୋଷଣା

ମେଲ୍‌ବଣ୍ଣ:  ଅଷ୍ଟ୍ରେଲୀୟ ଫାଷ୍ଟ ବୋଲର୍ ଜେମ୍ସ ପାଟିନ୍‌ସନ୍ ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ପରିବାର ପ୍ରତି ଧ୍ୟାନ ଦେବା ସହ ନିଜ ରାଜ୍ୟ ପକ୍ଷରୁ ଖେଳିବା ଏବଂ ନୂଆ ପିଢ଼ିଙ୍କ ଫାଷ୍ଟ ବୋଲର୍ ପ୍ରସ୍ତୁତିର ସହାୟତା କରିବା ନିମନ୍ତେ ୩୧ ବର୍ଷୀୟ ଭିକ୍ଟୋରିଆ ପେସର୍ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି । ୨୦୧୧ରେ ମିଚେଲ୍ ଷ୍ଟାର୍କ ଓ ଡେଭିଡ୍ ୱାର୍ଣ୍ଣର୍‌ଙ୍କ ସହ ନ୍ୟୁଜିଲାଣ୍ଡ ବିପକ୍ଷ ବ୍ରିସ୍‌ବେନ୍ ଟେଷ୍ଟରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ୨୧ଟି ଟେଷ୍ଟ, ୧୫ ଦିନିକିଆ ଏବଂ ୪ ଟି-୨୦ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରି ଯଥାକ୍ରମେ ୮୧, ୧୬ ଓ ୩ଟି ୱିକେଟ୍ ନେଇଛନ୍ତି ।

ଅନ୍ତର୍ଜାତୀୟ କ୍ୟାରିୟର୍‌ରେ ସେ ଜୋର୍‌ଦାର ଆରମ୍ଭ କରିବା ସହ ଟେଷ୍ଟ ପଦାର୍ପଣରେ ୫ ୱିକେଟ୍ ସଫଳତା ହାସଲ କରିଥିଲେ । ଏହାପରେ ୨୦୧୧ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ସେ ପ୍ଲେୟର୍ ଅଫ୍ ଦ ସିରିଜ୍ ବିବେଚିତ ହୋଇଥିଲେ । ବ୍ୟାକ୍ ଇନ୍‌ଜୁରୀ ଯୋଗୁଁ କ୍ରିକେଟ୍‌ରୁ ଦୀର୍ଘ ସମୟ ଦୂରେଇ ରହିବା ପୂର୍ବରୁ ୨୦୧୫ ସେପ୍ଟେମ୍ବରରେ ସେ ତାଙ୍କ ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିଥିଲେ । ପରେ ଅବଶ୍ୟ ସେ ୨୦୧୯ରେ ଟେଷ୍ଟ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିବା ସହ ସେହି ବର୍ଷ ଆଶେସ୍ ସିରିଜ୍ ଖେଳିଥିଲେ ।

ତେବେ ୨୦୨୦ ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷ ସିଡ୍‌ନୀ ଟେଷ୍ଟ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଥିଲା । ନିକଟରେ ବ୍ୟାକ୍ ଇନ୍‌ଜୁରୀରୁ ସୁସ୍ଥ ହୋଇଥିବା ପାଟିନ୍‌ସନ୍ ପ୍ରଥମେ ଆଗାମୀ ଆଶେସ୍ ସିରିଜ୍ ପାଇଁ ଉପଲବ୍ଧ ହେବେ ବୋଲି ଆଶାବାଦୀ ଥିଲେ । ଅବସର ଘୋଷଣା ଅବସରରେ ସେ କହିଛନ୍ତି, ‘ବାସ୍ତବରେ ସିଜନ ପୂର୍ବରୁ ଆଶେସ୍ ସିରିଜ୍ ପାଇଁ ଦାବି ଉପସ୍ଥାପନ ନିମନ୍ତେ ମନସ୍ଥ କରିଥିଲି । ତେବେ ଆଗାମୀ ସିଜନ୍ ପାଇଁ ଯେପରି ପ୍ରସ୍ତୁତି କରିବାକୁ କରିବାକୁ ଚାହୁଁଥିଲି, ସେପରି ନଥିଲା ।

ଏପରି ସ୍ଥିତିରେ ମୋତେ ମୋ ବ୍ୟତୀତ ସାଥୀ ଖେଳାଳିଙ୍କ ସହ ନ୍ୟାୟ କରିବାକୁ ପଡ଼ିଥାନ୍ତା । ଏହା ମୋ ପାଇଁ କିମ୍ବା ଦଳ ପାଇଁ ଭଲ ହୋଇନଥାନ୍ତା ।’  ଦେଶ ପକ୍ଷରୁ ଖେଳିବାର ସୁଯୋଗ ଦେବା ସହ ଆହତ ସମସ୍ୟାରେ ଯୁଝୁଥିବା ବେଳେ ସମସ୍ତ ପ୍ରକାର ସହଯୋଗ ଦେଇଥିବାରୁ ସେ କ୍ରିକେଟ୍ ଅଷ୍ଟ୍ରେଲିଆ ସହ ସାଥୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଷ୍ଟ୍ରେଲିଆ କ୍ରିକେଟ୍ ପ୍ରତି ପାଟିସନ୍‌ଙ୍କ ଅବଦାନ ସମ୍ପର୍କରେ ଅଷ୍ଟ୍ରେଲିଆ ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲୀ କହିଛନ୍ତି, ପାଟିସନ୍‌ଙ୍କ ସହିତ ଖେଳିଥିବା ସାଥୀ ଖେଳାଳି ତାଙ୍କ ପ୍ରତିଯୋଗିତାପୂର୍ଣ୍ଣ ମନୋଭାବ ଦ୍ୱାରା ପ୍ରଭାବି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking