34.1 C
Bhubaneswar
Thursday, April 25, 2024
Homeଓଡିଶାପୁଣି ଚର୍ଚ୍ଚାରେ ଜଲେଶପଟ୍ଟା ଆଶ୍ରମ, ମୁଖ୍ୟ ସ୍ୱାମିଜୀଙ୍କୁ ହତ୍ୟା ଧମକ

ପୁଣି ଚର୍ଚ୍ଚାରେ ଜଲେଶପଟ୍ଟା ଆଶ୍ରମ, ମୁଖ୍ୟ ସ୍ୱାମିଜୀଙ୍କୁ ହତ୍ୟା ଧମକ

ଫୁଲବାଣୀ : ପୁଣି ଚର୍ଚ୍ଚାରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ର ଜଲେଶପଟା ଆଶ୍ରମ । ସଂସ୍କୃତ କନ୍ୟାଶ୍ରମର ମୁଖ୍ୟ ସ୍ୱାମିଜୀଙ୍କୁ ଏକ ଅଜଣା ଫୋନ୍‌ରୁ ହତ୍ୟା ଧମକ ମିଳିଥିବା ସ୍ୱାମିଜୀ ଥାନାରେ ଅଭିଯୋଗ କରିଛନ୍ତି । ସ୍ୱାମିଜୀଙ୍କୁ ଶନିବାର ଅପରାହ୍ନରେ କେହି ଅଜଣା ବ୍ୟକ୍ତି ତାଙ୍କର ମୋବାଇଲ ୯୪୩୯୨୨୩୮୪୧କୁ ୯୧୭୮୨୪୬୬୬୩ ନମ୍ବରରୁ ହତ୍ୟା ଧମକ ଦେଇଛି । ଅଜଣା ବ୍ୟକ୍ତି ଜଣକ ହିନ୍ଦୀ ଭାଷାରେ ସ୍ୱାମିଜୀଙ୍କୁ ଆଗାମୀ ୪ଦିନ ମଧ୍ୟରେ ହତ୍ୟାକରିବା ସହ ଆଶ୍ରମକୁ ଉଡ଼ାଇ ଦେବାପାଇଁ ଧମକ ଦେଇଛି । ଏନେଇ ସ୍ୱାମିଜୀ ଏବଂ ଆଶ୍ରମ କର୍ତ୍ତୃପକ୍ଷ ତୁମୁଡ଼ିବନ୍ଧ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି । ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ଶରାଫ ମାମଲା ରୁଜୁ କରିବା ସହ ଆଶ୍ରମଗସ୍ତ କରି ଛାନଭିନ ଆରମ୍ଭ କରିଛନ୍ତି । ରାତିରେ ଆଶ୍ରମ ନିକଟରେ ପୁଲିସ ପାଟ୍ରୋଲିଂ କରାଯାଇଛି ।

ସୂଚନାଯୋଗ୍ୟ, ଗତ ୨୦୦୮ରେ ଅନୁରୂପ ଭାବେ କେହିଜଣେ ଅଜଣା ବ୍ୟକ୍ତି ତତ୍କାଳୀନ ସ୍ୱାମିଜୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ଧମକ ଦେଇଥିଲେ । ପରବର୍ତ୍ତୀ ସମୟରେ କିଛି ଆତତାୟୀ ଜଲେଶପଟ୍ଟା ଆଶ୍ରମ ଭିତରକୁ ପ୍ରବେଶ କରି ସ୍ୱାମିଜୀଙ୍କ ସମେତ ୫ ସହଯୋଗୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହା ପରେ କନ୍ଧମାଳ ଜିଲ୍ଲାରେ ଦେଖାଦେଇଥିଲା ହିଂସାକାଣ୍ଡ । ଏହାକୁନେଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ବହୁ ଧନ ଜୀବନ ମଧ୍ୟ ନଷ୍ଟହେବା ସହିତ ଦୀର୍ଘଦିନ ପର୍ଯ୍ୟନ୍ତ ଜିଲ୍ଲାରେ କଫ୍ୟୁ ଜାରି କରାଯାଇଥିଲା । ସ୍ୱାମିଜୀଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ତୁମୁଡ଼ିବନ୍ଧ ଠାରୁ ଆରମ୍ଭକରି ସାରା ଦେଶରେ ଦାବି ଉଠିଥିଲା । ତେବେ ପୁଣିଥରେ ଏଭଳି ହତ୍ୟା ଧମକ ପରେ ଆଶ୍ରମକୁ କଡା ସୁରକ୍ଷା ଦେବାପାଇଁ ଆଶ୍ରମ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking