34.1 C
Bhubaneswar
Friday, March 29, 2024
Homeଓଡିଶା୨୨୧ଦିନରେ ପହଁଚିଲା କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

୨୨୧ଦିନରେ ପହଁଚିଲା କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

ଯାଜପୁର : ସମ୍ପ୍ରତି ଭାରତବର୍ଷର ବିଭିନ୍ନ ସ୍ଥାନ ମାନଙ୍କରେ ମହାମାରୀ କରୋନା ବ୍ୟକ୍ତିର ଅର୍ଥନୈତିକ, ସାମାଜିକ ଓ ମାନସିକ ସ୍ଥିତିକୁ ଦୋହଲାଇ ଦେଇଥିବା ବେଳେ ଲୋକମାନଙ୍କୁ ସଚେତନ କରାଇବା ସହ ଆର୍ଥିକ ଅନଗ୍ରସର ବ୍ୟକ୍ତିମାନଙ୍କୁ ସହାୟତାର ହାତଟିଏ ବଢାଇଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ଏକ ନିଆରା ପ୍ରୟାସ ଜରିରଖିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁର ସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ । ଆଜକୁ ଦୀର୍ଘ ୨୨୧ଦିନ ଧରି ମାର୍ଚ୍ଚ ୨୨ତାରିଖଠାରୁ ସମଗ୍ର ଦେଶ ନାକବନ୍ଦୀ ଥିବାବେଳେ ଏହି ଅନୁଷ୍ଠାନ ପ୍ରଥମେ ଆଗେଇ ଆସିଥିଲା ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସହାୟତା ଯୋଗାଇ ଦେବାପାଇଁ ଦେଶର ବିଭିନ୍ନ ଶାଖା କାର୍ଯ୍ୟାଳୟ ମାଧ୍ୟମରେ। ଆଜି ୨୨୧ତମ ଦିବସରେ ରାଜ୍ୟ ବିଭିନ୍ନ ସ୍ଥାନ ମାନଙ୍କରେ ମାତୃ ପୂଜନ,ନଦୀ ନିରାଜନ ଓ କରୋନା ସଚେତନତା ସହ ଆର୍ଥିକ ଅନଗ୍ରସର ବ୍ୟକ୍ତିମାନଙ୍କୁ ଅନୁଷ୍ଠାନର ନିଜସ୍ୱ ପାଣ୍ଠିରେ ମାକ୍ସ,ସାବୁନ,ସାନିଟାଇଜର, ବ୍ଲିଚିଂ,ଓ.ଆର.ଏସ ଆଦି ବଣ୍ଟନ ସହ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଥିବାର ଦେଖିବାକୁ ମିଳିଛି।ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ, ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର, କଳାକାର ଶଶୀକାନ୍ତ ପଣ୍ଡା ଆଦି ପରିଚାଳନା କରୁଥିବାର ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking