27.8 C
Bhubaneswar
Wednesday, April 17, 2024
Homeଓଡିଶାରାଜ୍ୟ ଶ୍ରମ ବିଭାଗ ର ନିର୍ଦେଶ ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ପ୍ରହସନ ରେ...

ରାଜ୍ୟ ଶ୍ରମ ବିଭାଗ ର ନିର୍ଦେଶ ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ପ୍ରହସନ ରେ ପରିଣତ ହୋଇଛି – ଆଇ .ଏନ .ଟି .ୟୁ .ସି

ବ୍ୟାସନଗର –  ଆମ ଦେଶରେ ରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅସଂଗଠିତ ଶ୍ରମିକ ଓ ନିର୍ମାଣ ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ଆଇନ ଆଜି ଯାଜପୁର ଜିଲ୍ଲା ରେ ଦିଗହରା ସହିତ ରାଜ୍ୟ ଶ୍ରମ ବିଭାଗ ର ନିର୍ଦେଶ ଏଠାରେ କାର୍ଯ୍ୟକାରୀ ହୋଇପାରୁନାହିଁ !ଏବେ ରାଜ୍ୟ ଶ୍ରମ ସଚିବ ଅନୁ ଗର୍ଗ ଙ୍କ ପତ୍ର ଅନୁଯାୟୀ ସମସ୍ତ ପ୍ରବାସୀ ଶ୍ରମିକ ମାନଙ୍କୁ ଜୁଲାଇ 31 ତାରିଖ ସୁଦ୍ଧା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଭାବେ ଅବିଳମ୍ବେ ସେମାନଙ୍କ ନାମ ପଞ୍ଜିକୃତ କରିବାକୁ ପତ୍ର ସଂଖ୍ୟା 265 ତା 17.7.2020ରିଖ ଅନୁଯାୟୀ ଜିଲ୍ଲାପାଳ ମାନେ ତନଖି କରିବା ସହିତ ଜିଲ୍ଲାର ଶ୍ରମ କାର୍ଯ୍ୟାଳୟ କୁ ନିର୍ଦେଶ ଦିଆଯାଇଅଛି ! ଜିଲ୍ଲାର ପଞ୍ଜିକୃତ ପ୍ରବାସୀ ଶ୍ରମିକ ମାନଙ୍କ ସଂଖ୍ୟା 2 ଲକ୍ଷରୁ ଉର୍ଦ୍ଧ ଥିଲେ ମଧ୍ୟ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଏଯାବତ ଚିନ୍ନଟ ପକ୍ରିୟାରେ ତପ୍ତରତା ପ୍ରକାଶ ପାଇନଥିବା ପରିଲକ୍ଷିତ ହୋଇଛି ! ଯାଜପୁର ଜିଲ୍ଲା ରାଜ୍ୟର ଏକ ଶିଳ୍ପ ଜିଲ୍ଲା ଭାବେ ମାନ୍ୟତା ପ୍ରକାଶ ପାଇବା ଓ ଲକ୍ଷ୍ୟାଧିକ ପ୍ରବାସୀ ଶ୍ରମିକ ମାନେ ଜିଲ୍ଲାରେ ବିନା କାର୍ଯ୍ୟରେ ଘରେ ବସିଥିବା ବେଳେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ 4 ମାସରୁ ଉର୍ଦ୍ଧ ତାଲା ପଡ଼ିବାକୁ ନେଇ ଆଜି ଆଇ .ଏନ .ଟି .ୟୁ .ସି .ର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧ୍ୟକ୍ଷ୍ୟତା ରେ ଏକ ବୈଠକ ରେ ଉଦବେଗ ପ୍ରକାଶ କରାଯାଇଥିଲା ! ବୈଠକ ରେ କରୋନା ମହାମାରୀ ଯୋଗୁଁ ରାଜ୍ୟ ଶ୍ରମ ଆୟୁକ୍ତ ଙ୍କ ନିର୍ଦେଶ ରେ ଆସିଥିବା 56 ହଜାର ନିର୍ମାଣ ଶ୍ରମିକ ଙ୍କୁ ସହାୟତା ରାଶି ଦେବାର 4 ମାସ ହୋଇଥିଲେ ହେଁ ଅଦ୍ୟାବଧି 18 ହଜାର ରୁ ଉର୍ଦ୍ଧ ଶ୍ରମିକ ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି ! ଏଠାରେ ସୂଚନାଯୋଗ୍ୟ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଶ୍ରମ କାର୍ଯ୍ୟାଳୟ ଙ୍କ ଜରିଆରେ ନୂତନ ନାମ ପଞ୍ଜିକୃତ କରିବା ,ନିର୍ମାଣ ଶ୍ରମିକ ଙ୍କୁ ସହାୟତା ରାଶି ପ୍ରଦାନ କରିବା ,ନବୀକରଣ ପକ୍ରିୟା ଚାଲୁ ରଖିବା ସହିତ ବିଭିନ୍ନ କଳକାରଖାନା ରେ ଛଟେଇ ଶ୍ରମିକ ମାନଙ୍କୁ ତତକ୍ଷଣାତ ଆଇନ ସହାୟତା ମିଳୁଥିବା ବେଳେ ସମଗ୍ର ଯାଜପୁର ଜିଲ୍ଲାରେ ଅସଂଗଠିତ ଶ୍ରମିକ ,ନିର୍ମାଣ ଶ୍ରମିକ ,କଳକାରଖାନା ଅନ୍ୟାୟ କର୍ମଚାରୀ ଛଟେଇ ହେଉଥିଲେ ମଧ୍ୟ କାର୍ଯ୍ୟାଳୟରେ ତାଲା ପଡିବା ଘଟଣା କୁ ନେଇ ଆଜିର ବୈଠକ ର ନିଷ୍ପତି ଅନୁଯାୟୀ ରାଜ୍ୟ ଶ୍ରମ ଆୟୁକ୍ତ ଓ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯିବବୋଲି ସଭାପତି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି !ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇ .ଏନ .ଟି .ୟୁ .ସି .ର ଜିଲ୍ଲା ସମ୍ପାଦକ ନୃସିଂହ ଚରଣ ପହି ,ସହ ସମ୍ପାଦକ ପରମାନନ୍ଦ ସେଠୀ ,ଯୁବ ଆଇ .ଏନ .ଟି .ୟୁ .ସି .ର ଚଦ୍ରକାନ୍ତ ଖଣ୍ଡାଇ ,ଉପ ସଭାପତି ନିରଞ୍ଜନ ପରିଡା ,ନିଖିଳ ଉତ୍କଳ ନିର୍ମାଣ ଶ୍ରମିକ ସଙ୍ଘ ର ସମ୍ପାଦକ ମାଧବ ମହାପାତ୍ର ,ବିଜୟ କୁମାର ବୋଇତାଇ,ପ୍ରସନ୍ନ ରାଉତ ,ମନୋଜ ଦାସ  ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି କହିଲେକି ରାଜ୍ୟ ଶ୍ରମ ସଚିବ ଓ ରାଜ୍ୟ ଶ୍ରମ ଆୟୁକ୍ତ ଙ୍କ ନିର୍ଦେଶ କୁ ବେଖାତିର କରିବା ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ,ଜିଲ୍ଲା ଶ୍ରମ ଅଧିକାରୀ ଓ ସହ ଶ୍ରମ ଅଧିକାରୀ ପଦ ଦୀର୍ଘ ଦିନ ଧରି ଖାଲି ଥିବାରୁ କାଁ ଭାଁ କେତେ ଜଣ ପଦାଧିକାରୀ ମନଇଛା ଆସିବା ଓ କାର୍ଯ୍ୟ ନକରିବା ଘଟଣାକୁ ଦୃଢ ନିନ୍ଦା କରିବା ସହିତ କାର୍ଯାଳୟ ର ଅଚଳାବସ୍ଥା କୁ ନେଇ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଥିଲେ !

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking