31.1 C
Bhubaneswar
Saturday, April 20, 2024
Homeଓଡିଶାଜଣେ ଭିକ୍ଷୁକ, ଦିବ୍ୟାଙ୍ଗ, କୁଷ୍ଠ ରୋଗରେ ପୀଡିତ, ଦୃଷ୍ଟିହୀନ, ବୃଦ୍ଧ ରାମ ମହାରଣାଙ୍କ ଗୋଟିଏ ଦିନ...

ଜଣେ ଭିକ୍ଷୁକ, ଦିବ୍ୟାଙ୍ଗ, କୁଷ୍ଠ ରୋଗରେ ପୀଡିତ, ଦୃଷ୍ଟିହୀନ, ବୃଦ୍ଧ ରାମ ମହାରଣାଙ୍କ ଗୋଟିଏ ଦିନ ମୃତ୍ୟୁ ପରେ ତାଙ୍କ ଭତ୍ତା ଟଙ୍କା ନେଲା କିଏ 

ଯାଜପୁର: ଭିକ୍ଷାବୃତ୍ତି କରି ଚଳୁଥିବା ରାମ ମହାରଣା ଜଣେ ବୃଦ୍ଧ, ଦିବ୍ୟାଙ୍ଗ, କୁଷ୍ଠ ରୋଗରେ ପୀଡ଼ିତ ଓ ଦୃଷ୍ଟି ଶକ୍ତି ହରାଇଥିବା ବ୍ୟକ୍ତି ତାଙ୍କ ଦେହ ଅସୁସ୍ଥ ହୋଇପଡିବାରୁ କ୍ଲବ ଦି ୟୁଥମାସର ସମ୍ପାଦକ, ସମାଜସେବୀ ରାଜେଶ କୁମାର ରାଉତ ( ଟିକିନା ରାଉତ ) 17 ତାରିଖରୁ 19 ତାରିଖ ଯାଜପୁର ରୋଡ଼ ମେଡ଼ିକାଲରେ ତାଙ୍କୁ ଆଡ଼ମିଶନ କରାଇ ଚିକିତ୍ସିତ କରାଉଥିବା ସମୟରେ ତାଙ୍କର 19 ତାରିଖରେ ଦେହାନ୍ତ ହୋଇଥିଲା । କିନ୍ତୁ ରାମ ମହାରଣାର ସ୍ତ୍ରୀ କଟି ମହାରଣା ବୁଢାର ଦେହ ଅଧିକ ଅସୁସ୍ଥ ଥିବାରୁ ବୁଢାକୁ ଛାଡି ବୁଢା ର ଭତ୍ତା ଟଙ୍କା ଆଣିବାକୁ ଯାଇପାରିଲା ନାହିଁ ଭାଗ୍ୟର ବିଡମ୍ବନା 19 ତାରିଖ ବୁଡାର ଦେହାନ୍ତ ହେବା ପରେ 21 ତାରିଖରେ ବ୍ୟାସନଗର ମୁନିସିପାଲିଟି କାର୍ଯ୍ୟାଳୟରେ ଭତ୍ତା ଟଙ୍କା ପାଇଁ ଭତ୍ତା ଖାତା ନେଇ ରାମର ଭଉଣୀ ପହଞ୍ଚିବା ରୁ ତାଙ୍କ ଖାତା ରୁ ଭତ୍ତା ଟଙ୍କା କିଏ ନେଇ ସାରିଛି ବୋଲି କାର୍ଯ୍ୟଳୟ ର କର୍ମଚାରୀ କହିବାରୁ ରାମର ଭଉଣୀ ମୁଣ୍ଡରେ ହାତଦେଇ ନିଜ ଘରକୁ ଫେରି ରାମର ସ୍ତ୍ରୀଙ୍କୁ କହିବାରୁ ରାମର ସ୍ତ୍ରୀ ତୁରନ୍ତ ଏହି ଘଟଣା ବିଷୟରେ ଗରୀବର ସାଥୀ ସମାଜସେବୀ ରାଜେଶ ରାଉତ ଙ୍କୁ ଜଣାଇ କାନ୍ଦି କହିଥିଲେ ମୋ ସ୍ୱାମୀର ଭତା ଟଙ୍କା କିଏ ଉଠାଇ ନେଇଛି । ତୁମେ ବୁଝା ବୁଝି କରି ମତେ ଦିଅ ତୁମର ଧର୍ମହେବ ମତେ ମୋ ସ୍ୱାମୀର ସୁଧୀ କ୍ରିୟାକର୍ମ କରିବାକୁ ଟଙ୍କା ଟିଏ ଟଙ୍କା ନାହିଁ  । ଏହି ସମୟରେ ମୋ ମୃତ ସ୍ୱାମୀର ଭତା ଟଙ୍କା କିଏ ନେଲା ,ଏହା କହି ରାମ ମହାରଣା ର ସ୍ତ୍ରୀ କଟି ମହାରଣା ନିରାଶ୍ରୟ ହୋଇ ରାଜେଶ ପାଖରେ ଗୁହାରି କରି କାକୁତି ମିନତି ହୋଇଥିଲେ ।  ଏହି ହୃଦୟ ବିଦାରକ ଘଟଣା ରାଜେଶ ଦେଖିବା ପରେ ତୁରନ୍ତ ବ୍ୟାସନଗର ପୌର କର୍ମଚାରୀ ଙ୍କ ସହ କଥା ହୋଇ କଟି ମହାରଣା ଙ୍କୁ ତାଙ୍କ ସ୍ୱାମୀର ଭତ୍ତା ଟଙ୍କା ଫେରାଇବା ପାଇଁ କଥା ହୋଇଥିଲେ ଓ ଭତା ଟଙ୍କା ଶୀଘ୍ର ଯୋଗାଇବା ପାଇଁ ମଧ୍ୟ କହିଥିଲେ ।
ଶେଷରେ ଦୁଇଦିନ ଛୁଟିପରେ ଅଫିସ ଖୋଲିବା ପରେ ପୌର କର୍ମଚାରୀ ରାଜେଶ ଙ୍କ କଥା ଅନୁଯାଇ ସବୁ କାଗଜ ପତ୍ର ତନଖି ଦେଖିବାପରେ ରାମ ମହାରଣା ଙ୍କର ହିସାବ ମିଳିଲା ଓ ଶେଷରେ ପୌର କର୍ମଚାରୀ ରାମ ମହାରଣା ଙ୍କ ଘରକୁ ଆସି ସମାଜସେବୀ ରାଜେଶ ରାଉତ ଙ୍କର ଉପସ୍ଥିତି ରେ ରାମ ମହାରଣା ଙ୍କ ସ୍ତ୍ରୀଙ୍କୁ ଭତା ଟଙ୍କା ଦେଇଥିଲେ ଓ ରାଜେଶ ରାମ ମହାରଣା ପରିବାର କୁ ମୃତ ପରିବାର କୁ ହରିସଚନ୍ଦ୍ର ଯୋଜନାରେ ଥିବା 3000 ହଜାରେ ଟଙ୍କା ଯୋଗାଇ ଦେଲେ ରାମ ମହାରଣା ଙ୍କର ଶୁଦ୍ଧିକ୍ରିୟା ଠିକସେ କରିପାରିବେ ବୋଲି ପୌର କର୍ମଚାରୀ ଙ୍କୁ ଦାବି କରି ସମସ୍ତ କାଗଜ ପତ୍ର ଦେଇଛନ୍ତି ଓ ଏହି ଟଙ୍କା କିପରି ମିଳିବ ପୌର କର୍ମଚାରୀ ଙ୍କୁ ଦାବି ମଧ୍ୟ କରିଛନ୍ତି ।  ରାଜେଶ ଙ୍କର ଗରିବ ଦୁଖୀ ଓ ନିରାଶ୍ରୟ ଙ୍କର ଏହି ପରି ସେବା କାର୍ଯ୍ୟ କୁ ସ୍ତାନିୟ ଅଞ୍ଚଳର ବୁଦ୍ଧିଯିବି ମାନେ ଭୁଇଁସୁ ପ୍ରଶଂସା କରିବା ସହିତ ରାଜେଶକୁ ସେବା କାର୍ଯ୍ୟ ପାଇଁ ଉତ୍ସାହିତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking