34.1 C
Bhubaneswar
Thursday, April 25, 2024
Homeଓଡିଶାନିରାଶ୍ରୟ ବୃଦ୍ଧାଙ୍କ ଜୀବନ କୁ ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ବଞ୍ଚାଇ ବ୍ୟାସନଗରର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଝି...

ନିରାଶ୍ରୟ ବୃଦ୍ଧାଙ୍କ ଜୀବନ କୁ ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ବଞ୍ଚାଇ ବ୍ୟାସନଗରର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଝି ଛନ୍ତି

ଯାଜପୁର: ବ୍ୟାସନଗର ସହରର ରାସ୍ତା କଡ଼ରେ ଏକ ମାନସିକ ବିକୃତ ବୃଦ୍ଧ ଯାଉ ଥିବା ସମୟରେ ସଂଜ୍ଞାହୀନ ଅବସ୍ଥାରେ ପଡି ରହିଥିବାର ଖବର ଜଣେ ବାଟୋଇ ,”କ୍ଲବ ଦି ୟୁଥ୍ ମାସ ” ର ସମ୍ପାଦକ ରାଜେଶ୍ ରାଉତ ଙ୍କୁ ଫୋନ୍ ଯୋଗେ ଜଣାଇଥିଲେ । ଏହି ଖବର ପାଇ ରାଜେଶ୍ ଓ କ୍ଲବ୍ ର ଅନ୍ୟ ସଦସ୍ୟ ତବିନ ସାମଲ, ମୁଂସଫ ଖାନ୍ ଙ୍କୁ ସାଙ୍ଗରେ ନେଇ ବୃଦ୍ଧା ଜଣଙ୍କ ପାଖରେ ଯାଇ ଦେଖିବାରୁ ବୃଦ୍ଧା ଜଣକର ଗୋଡ଼ ପାଦ ଦୁଇଟି ଖାଲି ଗୋଡ଼ରେ ଚାଲି ଚାଲି ଫୁଟୁକା ହୋଇ ଫାଟି ଯାଇ ପାଚି କି ପଚି ଯାଇଛି । ଏହା ଦେଖି ରାଜେଶ୍ ତୁରନ୍ତ ରାସ୍ତା କଡ଼ରୁ ବୃଦ୍ଧା ଜଣଙ୍କୁ ଆଣି ମେଡିକାଲ୍ ରେ ଚିକିତ୍ସା କରି ବା ପରେ ବୃଦ୍ଧା ଜଣଙ୍କୁ ମେଡିକାଲ୍ ରେ ଆଡମିସନ୍ କରିଥିଲେ । କିନ୍ତୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ କିଛି କର୍ମଚାରୀ କରୋନା ପଯେଟିଭ୍ ଚିହ୍ନଟ ହେବା ପରେ ମେଡିକାଲ୍ କୁ କିଛି ଦିନ ବନ୍ଦ କରାଗଲା ଏହି ସମୟରେ ଏହି ନିରାଶ୍ରୟ ବୃଦ୍ଧା ଜଣଙ୍କୁ ମେଡିକାଲ୍ ରୁ ବାହାର କରିଦିଆଲା ସେଇ ଦିନ ଠାରୁ ଦୀର୍ଘ ଦୁଇମାସ ହେବ ବୃଦ୍ଧା ଜଣଙ୍କୁ ମେଡିକାଲ୍ ର ଏକ ବରଣ୍ଡାରେ ପଡି ରହି ଜୀବନ ଯନ୍ତ୍ରଣାରେ ସଂଘର୍ଷ କରୁଥିବା ଦେଖି ରାଜେଶ୍ ଓ କ୍ଲବର ସଦସ୍ୟ ତବୀନ, କାହ୍ନୁ ପ୍ରତିଦିନ ଖାଇବାକୁ ଦେବାସହ କିଛିଦିନ ବେବଧାନ ରେ ବୃଦ୍ଧା ଙ୍କ ଗୋଡ଼କୁ ଡ୍ରେସିଂ କରୁଥିଲେ କିନ୍ତୁ ବୃଦ୍ଧା ଜଣଙ୍କ ମେଡିକାଲ୍ ରୁ ବାହାରି କିଛିଦିନ ପଦାରେ ବୁଲି ପୁନର୍ବାର ମେଡିକାଲ୍ କୁ ଅଣା ଗଲା । ଏହା ପରେ ଦୁଇମାସ ମେଡିକାଲ୍ ପରିସରରେ ପଡ଼ିରହି ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ମଧ୍ୟ ମେଡିକାଲ୍ କର୍ତ୍ତୃପକ୍ଷ କିଛିବି ନଜର ଦେଇନଥିଲେ କିନ୍ତୁ ଆଜି ବୃଦ୍ଧା ଜଣଙ୍କର ଗୋଡ଼ ପାଦ ପଚି ପୋକ ବାହାରି ଦୁର୍ଗନ୍ଧ ବାହାରୁ ଥୁବାରୁ ଆଖ ପାଖ ଲୋକ ମାନେ ସେଇ ବାଟ ଦେଇ ଯାତାୟାତ କରୁ ନଥିଲେ । ଏହି ସମୟରେ ମେଡିକାଲ୍ ରେ ରାଜେଶ୍ ଓ କ୍ଲବ୍ ର ଅନ୍ୟ ସଦସ୍ୟ ତବିନ ସାମଲ,ସୁଧାଂଶୁ ନାୟକ,ମାନସ ମହାପାତ୍ର,ଭବାନୀ ଶଙ୍କର ପ୍ରଧାନ, ବାଦଲ ମୁଖୀ ପହଞ୍ଚି ମେଡିକାଲ ରେ ବୃଦ୍ଧା ଜଣଙ୍କର ଗୋଡ଼କୁ ସଫା କରି ଡ୍ରେସିଂ କରିବା ସମୟରେ ବୋହୁତ ପୋକ ବାହାର କରିବା ପରେ ବୃଦ୍ଧା ଜଣଙ୍କୁ ଟିକେ ଆରାମ ଲାଗିବା ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିାଲକୁ ସ୍ଥାନାନ୍ତରିତ କରିଚନ୍ତି ଏହି ସେବା କାର୍ଯ୍ୟ ପାଇଁ ରାଜେଶ୍ ଓ କ୍ଲବ୍ ର ସମସ୍ତ ସଦସ୍ୟ ମାନଙ୍କୁ ସ୍ଥାନୀୟ ଅଞ୍ଚଳ ର ସମସ୍ତ ବୁଦ୍ଧି ଜିବି ମାନେ ଧନୟବାଦ୍ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking