37.1 C
Bhubaneswar
Thursday, March 28, 2024
Homeଅପରାଧନିଶା କାରବାର ରୋକିବାରେ ଅବକାରୀ ବିଭାଗ ବିଫଳ

ନିଶା କାରବାର ରୋକିବାରେ ଅବକାରୀ ବିଭାଗ ବିଫଳ

ଯାଜପୁର ଜିଲ୍ଲା ନିଶାବେପାରୀ ମଦ ମାଫିଆଙ୍କ ଭୂସ୍ବର୍ଗ ପାଲିଟିଛି l ସହରରୁ ଗାଁ ପଯ୍ୟନ୍ତ ମଦ ମାଫିଆଙ୍କ ରାଜ ଚାଲିଛି l ବ୍ରାଉନ ସୁଗାର କରବାର ଦିନକୁ ଦିନ ବୃଦ୍ଧି ପାଉଛି l ଅବକାରୀ ବିଭାଗ ଥିଲା ଭଳି ଜଣା ପଡ଼ୁ ନାହଁ l ତାହାର ଦୁଷ୍ଟନ୍ତ ଜେନା ପୁର ଅଞ୍ଚଳରୁ ଜଣାପଡିଛି l ଅବକାରୀ ବିଭାଗ ଗଂଜେଇ ଧରି ବାରେ ବିଫଳ ହୋଇଥିଲା ବେଳ ପୋଲିସ ଧରିବାକୁ ସକ୍ଷମ ହୋଇଛି ନିଶା ଧରି ବା ରେ ସଫଳ ହୋଇଛି l ଯାଜପୁର ଜିଲ୍ଲା ଜେନାପୁର ପୋଲିସ ଦ୍ବାରା ୧୧କେଜି ୭ଶହ ଗ୍ରାମ ଚୋରା ଗଞ୍ଜେଇ ଜବତ । ଏଥିସହ ୨ଜଣ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ୍ । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଏହି ଥାନା ଅନ୍ତର୍ଗତ ତୁରଙ୍ଗ ଗ୍ରାମର ଶୁକଦେଵ ଖୁଣ୍ଟିଆ ଏବଂ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଚଣ୍ଡିଆ ଗ୍ରାମର ସୁରେଶ ଚନ୍ଦ୍ର ଭୂୟାଁ । ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବରଡା ଛକ ନିକଟରେ ଏହି ଦୁଇ ଜଣ ପୋଲିସ ହାବୁଡ଼ରେ ପଡ଼ିଥିଲେ । ଏମାନଙ୍କ ନିକଟରୁ ଗଞ୍ଜେଇ ସହ ୨ଟି ମୋବାଇଲ, ନଗଦ ଏକ ହଜାର ଟଙ୍କା ଏବଂ ଗୋଟିଏ ମଟର ସାଇକେଲ ମଧ୍ୟ ଜବତ ହୋଇଛି । ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଛି । ପୋଲିସ୍ ଏହି ର୍ୟାକେଟକୁ ଠାବ କରିବା ପାଇଁ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଆଶିଷ କୁମାର ସାହୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking