39.8 C
Bhubaneswar
Thursday, April 18, 2024
Homeଓଡିଶାଜଳ ସମ୍ପଦ ମନ୍ତ୍ରୀଙ୍କ ବରୀ ଗସ୍ତ

ଜଳ ସମ୍ପଦ ମନ୍ତ୍ରୀଙ୍କ ବରୀ ଗସ୍ତ

ଯାଜପୁର : ବୁଧଵାର ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀକୁ ଗସ୍ତରେ ଆସିଛନ୍ତି ଜଳସମ୍ପଦ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ । ଚଳିତ ବନ୍ୟାରେ ଭାଙ୍ଗି ଯାଇଥିବା ନଦୀ ବନ୍ଧର ଘାଇ ପରିଦର୍ଶନ କରିଥିଲେ । ବନ୍ଧ ବାଡ଼ ପରିଦର୍ଶନ କରିଥିଲେ ,ଗମୁ ଓ ମହାକାଳପଡ଼ାର ସୁଇଜଗେଟ ପରିଦର୍ଶନ କରି ରତ୍ନଗିରି ଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ବରୀର ନଦୀ ନାଳ ବନ୍ଧ ବାଡ଼ ଓ ଡ୍ରେନେଜ ପୁନଉଦ୍ଧାର କରି ସୁଦୃଢ କରିବା ଉପରେ ଗୁରୁତ୍ୱଆରୋପ କରିବା ସହ କରୋନାରୁ ରକ୍ଷା ପାଇବା ପାଇଁ ସଚେତନତା ବାର୍ତ୍ତା ଦେଇ ଦେଇଥିଲେ । ମନ୍ତ୍ରୀ ଆସିବା ବାଟରେ କରୋନା ଉପରେ ସଚେତନ କରି ସାନିଟାଇଜର ଓ ମାକ୍ସ ବଣ୍ଟନ କରି ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ଅଜାଣତ ଛକରେ ବରୀ ବ୍ରାହ୍ମଣୀ ବଞ୍ଚାଅ ଅଭିଯାନ ପକ୍ଷରୁ ଆବାହକ ଲୋକନାଥ ଦାସଙ୍କ ନେତୃତ୍ୱରେ ବ୍ରାହ୍ମଣୀ ଚିରସ୍ରୋତା ପାଇଁ ଏକ ସ୍ମାରକ ପତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ବରୀ ବିଧାୟିକା ସୁନନ୍ଦା ଦାସ, ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ଜିଲ୍ଲାପରିଷଦ ସଭ୍ୟ ଅଶୋକ ସାମଲ, ବିଜେଡି ବ୍ଲକ ସଭାପତି କେଦାର ସାମଲ ,ପ୍ରମୁଖ ବିଜେଡିର ଛାମୁଆ ନେତା ଉପସ୍ଥିତ ଥିଲେ । ଜଳସମ୍ପଦ ଓ ଡ୍ରେନେଜ ଅଧିକାରୀମାନେ ଉପସ୍ଥିତ ଥିଲେ । ନଦୀ ବନ୍ଧର ଘାଇ ଗୁଡିକ ମରାମତି କରିବା ପାଇଁ ନିର୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking