କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦୃର୍ଘଟଣାକୁ ନିୟଂତ୍ରଣ କରିବା ପାଇଁ ବିଧାୟକଙ୍କ ଜିଲ୍ଲାପାଳ ସହ ଆଲୋଚନା

ଯାଜପୁର : ଯାଜପୁର ଜଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ରଟ୍ରାଫିକ ନିୟଂତ୍ରଣ କରିବା ସହ ଦୃର୍ଘଟଣାକୁ ଏଡାଇବା ପାଇଁ ଆଜି ସୁକିନ୍ଦା ବିଧାୟକ ଇଂ ପ୍ରିତିରଂଜନ ଘଡ଼ାଇ ଏହାର ସମାଧାନ ପାଇଁ ଯାଜପୁର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସ୍ପଟ ଭିଜିଟ କରିଛନ୍ତି । ସହ ସଂଖ୍ୟାରେ ଯାନବାହାନ ଜାତଆତ ଦୈନିକ କରୁଛି । ଟ୍ରାଫିକ ସମସ୍ୟା ଦେଖା ଦେଉଛି । ଛକମାନଙ୍କରେ ଛୋଟ ବଡ଼ ଦୃର୍ଘଟଣା ମାନ ଦିନକୁ ଦିନ ଘଟିବାରେ ବୃଦ୍ଧି ପାଉଛି । ଫଳରେ ଧନ ଜୀବନ ହାନି ଘଟୁଛି । ଟ୍ରାଫିକ ସମସ୍ୟାକୁ ନିୟଂତ୍ରଣ ପାଇଁ ଜିଲ୍ଲପାଳଙ୍କ ସହ ଆଲୋଚନା କରିବା ସଙ୍ଗେ ସ୍ପଟ ଭିଜିଟ ମାନ କରିଛନ୍ତି । ଟ୍ରାଫିକ ସମସ୍ୟା
ନିୟତ୍ରଣ କଳିଙ୍ଗ ନଗରରେ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ଟାଟା -ବି ଆର ପିଲ ଏଲ (TATA-BRPL) କାରଖାନା ନିକଟରେ ଏକ ଗୋଲେଇ ଛକ ନିର୍ମାଣ କରିବା ପାଇଁ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି। ପ୍ରତିଦିନ ହଜାର ହଜାର ଭାରବାହୀ ଟ୍ରକ ଚଳାଚଳ କରୁଥିବା ଶିଳ୍ପାଞ୍ଚଳର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ସାଙ୍ଗରେ ନେଇ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ କ୍ଷେତ୍ର ପରିଦର୍ଶନ କରିଛନ୍ତି ।ଗୋଳେଇ ଛକ ମାପ ପ୍ରସ୍ତୁତ ମଧ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here