ଦୁର୍ଦ୍ଧାନ୍ତ ଡାକୟତକୁ କାବୁ କଲା ଯାଜପୁରରୋଡ ପୋଲିସ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସ ସରୋବର ଅଞ୍ଚଳରୁ ଏକଦୁର୍ଦାନ୍ତ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି ଯାଜପୁର ରୋଡ ପୋଲିସ । ସେମାନଙ୍କ ଠାରୁ ମାରଣାସ୍ତ୍ର ସହ ଚୋରି ଜିନିଷ ଜବତ କରିଛି ଓ ଯୋଜନା କରୁ ଥିବା ଡକାୟତିକୁ ମଧ୍ୟ ପଣ୍ଡ କରିଛିl 5ଜଣ ଡକାୟତକୁ ଧରିବା ସଫଳ ହୋଇଛି । ଯାଜପୁର ରୋଡ ପୋଲିସ ପାଇଁ ଏକ ବଡ଼ ସଫଳତା ବୋଲି ଯାଜପୁର ରୋଡ ସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଛନ୍ତି । ଗତକାଲି (ରବିବାର) ବିଳମ୍ବିତ ରାତିରେ ଯାଜପୁର ରୋଡ ପୋଲିସ ପକ୍ଷରୁ ପେଟ୍ରୋଲିଂ ସମୟରେ କୌଣସି ଏକ ସୂତ୍ରରୁ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ବ୍ୟାସ ସରୋବରରେ ଡକାୟତ ଯୋଜନା କରୁଥିବା ଖବରପାଇ ସେଠାରେ ପୋଲିସ ଟିମ ପହଂଚି ଅତର୍କିତ ଭାବରେ ଚଢ଼ାଉ କରିଥିଲେ । ଡକାୟତ ମାନେ ଖସି ଯିବାକୁ ସମୟ ପାଇ ନଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାକୁ ସଫଳ ହୋଇଥିଲା 5ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ ।
ଯାଜପୁର ରୋଡ ପୋଲିସ, ଅଭିଯୁକ୍ତଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତଏହି ଡକାୟତମାନେ ପୂର୍ବରୁ ମଧ୍ୟ ବହୁ ଡକାୟତ ଘଟଣାରେ ସମ୍ପୃକ୍ତ ରହିଥିବା ସୂଚନା ଦେଇଛନ୍ତି । ଏହାସହ କିଛି ଦିନ ତଳେ ଯାଜପୁର ରୋଡ ର ଯୋଗୀ ସାହିରେ ହୋଇଥିବା ଡକାୟତୀ ଘଟଣାରେ ଏହି ଅଭିଯୁକ୍ତମାନେ ସମ୍ପୃକ୍ତ ଥିଲେ । ରବିବାର ବିଳମ୍ବିତ ରାତିରେ ଏହି ଡକାୟତମାନେ ବ୍ୟାସସରୋବର ନିକଟରେ ଡକାୟତି କରିବାକୁ ଯୋଜନା କରୁଥିଲେ। ପୋଲିସ ପହଞ୍ଚି ଏହି ଡକାୟତୀ ଯୋଜନାକୁ ପଣ୍ଡ କରିଥିଲା। ଘଟଣାସ୍ଥଳରୁ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳ ଦୁଇ ଜଣ ଡକାୟତ ଫେରାର ହୋଇଯାଇଥିଲେ। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ, କିଛି ମାରଣାସ୍ତ୍ର, 9ଟି ମୋବାଇଲ, ହାତଘଣ୍ଟା,ଦୁଇଟି ଜୀବନ୍ତ ବୋମା, ଗୋଟିଏ ବାଇକ, ସୁନା ମୁଦି ଓ ନଗଦ 3500ଟଙ୍କା ଆଦି ଜବତ କରିଛି ପୋଲିସ ।ଏହି ଅଭିଯୁକ୍ତମାନେ ଆଉ କେଉଁ କେଉଁ ଘଟଣାରେ ସମ୍ପୃକ୍ତ ରହିଛନ୍ତି ସେନେଇ ତଦନ୍ତ ଜାରି ରହିଛି । ଫେରାର ହୋଇଥିବା ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବା ନେଇ ଯାଜପୁର ପୋଲିସ ଏସଡପିଓ ଚିନ୍ମୟ ନାୟକ ସୂଚନା ଦେଇଛନ୍ତି l ଗିରଫ ହୋଇ ଥିବା ଡ଼କାୟତ ମାନେ ହେଲେ ଦେବପ୍ରସାଦ ହୋତା, ପ୍ରଶାନ୍ତ ନାୟକ. ଅନିରୋଧ ମହାରଣା, ସନ୍ତୋଷ ପୃଷ୍ଟି, ଓ ଅଜୟ ମଲିକପ୍ରମୁଖ ଏମାନଙ୍କ ଘର ଦିଗପହଣ୍ଡି, ନେମାଳ. ମୁଣ୍ଡମାଳ, ପାଟକୁରା ପ୍ରଭୁତି ଅଞ୍ଚଳ ର ପୋଲିସ ସୂଚନା ଦେଇଛି l ସାମ୍ବାଦିକ ସମ୍ମିଳନୀ ରେ ଥାନା ଅଧିକାରୀ ଅନିଲକୁ ମl ରମହାନ୍ତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here