39.1 C
Bhubaneswar
Wednesday, April 24, 2024
Homeଓଡିଶାବିଲରେ ଗୋରୁ ଚରିବାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ : ୧ ମୃତ, ୧...

ବିଲରେ ଗୋରୁ ଚରିବାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ : ୧ ମୃତ, ୧ ଗୁରୁତର

ଯାଜପୁର : ବିଲରେ ଗୋରୁ ଚରିବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ । ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର । ଯାଜପୁର ଜିଲା ମଂଗଳପୁର ଥାନା ଅର୍ଦାଳୁଆ ପଂଚାୟତ କୁଅଁରସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି କାର୍ତିକ ଯେନା । ଅଭିଯୋଗ ମୁତାବକ କାର୍ତିଙ୍କ ବିରି ବିଲରେ ପିତବାସ ମହାପାତ୍ରଙ୍କର ଗାଈ ପଶି ପଂସଲ ନଷ୍ଟ କରିଦେଇଥିଲା । ଏହାକୁ ଦେଖି କାର୍ତିକ ଏବଂ ତାଙ୍କ ଭାଈ ବଂଶିଧର ପିତବାସଙ୍କୁ ଗାଳିଗୁଲଜ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପିତବାସଙ୍କର ଦୁଇ ପୁଅ ସୌମ୍ୟରଂଜନ ଓ ଦିପ୍ତିରଂଜନ ଉଭୟଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଉଭୟ କାର୍ତିକ ଏବଂ ବଂଶିଧର ଗୁରୁତର ହୋଇଥିଲେ । ଉଭୟଙ୍କୁ ପ୍ରଥମେ ଯାଜପୁର ମୁଖ୍ୟଡାକ୍ତରଖାନା ଓ ପରେ କଟକ ବଡଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ କାର୍ତିକଙ୍କର ମୃତ୍ୟୁ ହୋଇଯାଇଥିଲା । ବଂଶିଧରଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଏ ନେଇ ଅଭିଯୋଗ ପାଇବା ପରେ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଘଟଣାସ୍ଥଳରୁ ଅଭିଯୁକ୍ତ ଦ୍ୱୟ ପେଂରାର ଥିବା ଯାଜପୁର ଟାଉନ ଏସଡିପିଓ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking