28.1 C
Bhubaneswar
Thursday, March 28, 2024
Homeଓଡିଶାସୁକିନ୍ଦା ନିର୍ବାଚନ ମଣ୍ଡଳୀ ନବଗଠିତ ଯୁବ ବିଜେଡି କମିଟିର ପ୍ରଥମ ବୈଠକ

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ନବଗଠିତ ଯୁବ ବିଜେଡି କମିଟିର ପ୍ରଥମ ବୈଠକ

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ନବ ଗଠିତ ଯୁବ ବିଜେଡି କମିଟିର ପ୍ରଥମ ବୈଠକ ଦାନଗଦି ବ୍ଲକ ଦେଉଳକଣ ପଞ୍ଚାୟତରେ ଅନୁଷ୍ଠିତ ହୋଇଛି । ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ତଥା ୮ ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମହାନ୍ତି ନୂତନ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସଂଗଠନକୁ କିପରି ସୁଦୃଢ଼ ହେବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି। ଉକ୍ତ ବୈଠକରେ ଯାଜପୁର ଜିଲ୍ଲା ବିଜେଡି ଉପସଭାପତି ପବିତ୍ର ମୋହନ ମହାପାତ୍ର, ଯାଜପୁର ଜିଲ୍ଲା ଯୁବ ବିଜେଡି ସମ୍ପାଦକ ସୌମ୍ୟ ରଂଜନ ମହାପାତ୍ର ଓ ଦାନଗଦି ବ୍ଲକ ଯୁବ ବିଜେଡି ଉପସଭାପତି ନରୋତ୍ତମ ବେହେରା ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ । ଯୁବ ବିଜେଡି ଯୁବକମାନଙ୍କୁ ଦଳରେ ସାମିଲକରି ଲୋକମାନଙ୍କ ନିକଟରେ ଦଳ ଓ ସରକାରଙ୍କ ଯୋଜନା ଗୁଡିକ ସଫଳକରିବାକୁ ଯୁବ ବିଜେଡି କର୍ମକର୍ତ୍ତା ଓ କର୍ମୀମାନେ ଯତ୍ନ ବାନ ହେବା ପାଇଁ ଆହ୍ୱାନ କରାଯାଇ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking