26.1 C
Bhubaneswar
Friday, March 29, 2024
Homeଓଡିଶାଖତ ଖାଉଛି ବସ୍ତା ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ବସ୍ତା

ଖତ ଖାଉଛି ବସ୍ତା ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ବସ୍ତା

ଯାଜପୁର : ଯାଜପୁର ଜିଲ୍ଲାର କରୋନା ମହାମାରୀ ଯୋଗୁ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି । ସ୍କୁଲର ଛାତ୍ର ଛାତ୍ରୀମାନଙ୍କ ପାଇଁ ଆସିଥିବା ମଧ୍ୟାହ୍ନଭୋଜନ ଚାଉଳ ବସ୍ତା ଗୁଡିକ ସ୍କୁଲରେ ପଡିରହି ଥିବାରୁ ଚାଉଳ ବସ୍ତା ଗୁଡିକ ଖତଖାଉଛି । ଚାଉଳ ବସ୍ତା ଗୁଡିକରେ ପୋକ ମଧ୍ୟ୍ୟ ଲାଗି ଗଲାଣି ଏଥି ପ୍ରତି ଶିକ୍ଷାବିଭାଗ ଓ ପ୍ରଶାସନର ନଜର ନାହିଁ । ଚାଉଳ ବସ୍ତାଗୁଡିକ ସ୍କୁଲ ପରିସର ବାହାରେ ଫିଙ୍ଗି ଦିଆଯାଇଛି । ଚାଉଳ ପଚି ଯାଇଥିବାରୁ ସେଥିରୁ ଦୃଗନ୍ଧ ବାହାରୁଚି । ଏହାର ଦୁଷ୍ଟାଣ୍ଟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ରସଲପୁର ମଙ୍ଗରାଜ ପୁର ପଂଚାୟତ ଖଣ୍ଡାସ ଗ୍ରାମ ପ୍ରାଥମିକ ବିଦ୍ୟାଳୟ ଓ କୁମୁଦ ଵାଲା ଉଚ୍ଚ ପ୍ରାଥମିକରେ। ବିଦ୍ୟାଳୟର ବାହାରେ ଚାଉଳ ବସ୍ତାଗୁଡିକ ଚାଉଳ ପଡିରହିଛି । ଚାଉଳ ବସ୍ତାଗୁଡିକ କିଏ ପକାଇଛି ତାହା ନେଇ ଗ୍ରାମବାସୀଙ୍କ ମନ ପ୍ରଶ୍ନ ଉଠିବାରୁ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସେ କହିଲେ ମହାମାରୀ ଯୋଗୁ ସ୍କୁଲ ବନ୍ଦ ରହିଥିଲା । ପିଲାମାନଂକୁ ମଧ୍ୟାହ୍ନ ଭୋଜନ ଦିଆଯାଇ ନଥିଲା । ଚାଉଳ ରହି ଯାଇଥିଲା ସେହି ସମୟରେ ବ୍ରlହ୍ମଣି ନଦୀରେ ବନ୍ୟା ଆସିଥିଲା । ସେ ବନ୍ୟା ଜଳ ବିଦ୍ୟାଳୟରେ ପ୍ରବେଶ କରି ଚାଉଳ ବସ୍ତା ଗୁଡିକୁ ନଷ୍ଟ କରିଥିଲା । ତେଣୁ ନଷ୍ଟ ହୋଇ ଥିବା ଚାଉଳ ବସ୍ତାଗୁଡିକୁ ଫିଙ୍ଗି ଦିଆଯାଇଛି । ଆହୁରି କିଛି ଚାଉଳ ବସ୍ତା ଏବେ ବି ସ୍କୁଲରେ ପଡିରହିଛି । ସରକାର ପିଲାମାନଂକୁ ପାଠପଡିବା ପାଇଁ ଆଗ୍ରହ ସୃଷ୍ଟି କରିବା ସହିତ ସେମାନଙ୍କ ପାଇଁ ପୃଷ୍ଟି ସାର ଖାଦ୍ୟ ଯୋଗାଇ ମେଧା ଶକ୍ତି ବୃଦ୍ଧି ପାଇଁ ମଧ୍ୟାହ୍ନ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ଏହି ଯୋଜନାକୁ ପ୍ରତ୍ୟେକ ସ୍କୁଲରେ କାଯ୍ୟ କାରି ହେଉଛି । ଏହି ଯୋଜନାର ଚାଉଳକୁ ବାଟମାରଣା କରାଯାଉ ଥିବାର ବହୁ ନଜିର ରହିଛି । ରସଲପୁର ବ୍ଲକର ମଙ୍ଗରାଜପୁର ପଂଚାୟତ ଖାଣ୍ଡସ ସ୍କୁଲର ଚାଉଳ ନଷ୍ଟ ପାଇଁ ଦାହି କିଏ ପ୍ରଶାସନିକ ସ୍ତରରେ ତଦନ୍ତ କରିବାକୁ ଦାବୀ ହେଉଛି । ଚାଉଳ ନଷ୍ଟ ପାଇଁ ଗ୍ରାମବାସୀମାନେ ପ୍ରଧାନଶିକ୍ଷକଙ୍କ ଅସାବଧାନତା ଯୋଗୁ ଏପରି ଅବସ୍ଥା ହେଲା ବୋଲି କୁହାଯାଉଛି । ଏଠାରେ ସରକାର କା ମାଲ ଦରିଆ ମେ ଡାଲ ବୋଲି ଗ୍ରାମବାସୀଙ୍କ ଠାରୁ ଶୁଣିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking