28.1 C
Bhubaneswar
Saturday, April 20, 2024
Homeଓଡିଶାଧନ୍ୟବାଦ ଟିକିନା ଭାଇ ତୁମ ପାଇଁ ମୁଁ ନୂଆ ଜୀବନ ପାଇଲି : ବଣ୍ଟି

ଧନ୍ୟବାଦ ଟିକିନା ଭାଇ ତୁମ ପାଇଁ ମୁଁ ନୂଆ ଜୀବନ ପାଇଲି : ବଣ୍ଟି

ଯାଜପୁର : କୋଭିଡ ୧୯ ଯେତେବଳେ ପୁରା ବିଶ୍ୱରେରେ ବୋହୁଳ ମାତ୍ରାରେ ସଂକ୍ରମିତ ହେଉଥାଏ ଏହି ସମୟରେ ଭାରତ ସରକାର ସମଗ୍ର ଭାରତରେ ସଟ୍ ଡାଉନ୍ ଘୋଷଣା କରିଥିଲେ । ଏମିତି କି ସମସ୍ତ ମେଡ଼ିକାଲ୍କୁ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହି ସମୟରେ ସମସ୍ତ ଗାଡିଘୋଡା ବନ୍ଦ୍ ହୋଇଥିଲା । ଲୋକମାନେ ଖାଦ୍ୟ ଟିଏ ଖାଇବା ପାଇଁ ଘରୁ ପଦାକୁ ବାହାରୁ ନଥିଲେ । ଠିକ୍ ଏହି କରୋନା ସଂକ୍ରମିତ ସମୟରେ ବ୍ୟାସନଗର ୨୫ନଂ ୱାର୍ଡରେ ଏକ ଆଦିବାସୀ ବସ୍ତିରେ ପ୍ରତାପ ମୁଣ୍ଡିଆଙ୍କ ପୁଅ କିଛି ମାସ ହେବ ଇଲେକ୍ଟ୍ରି ଖୁଣ୍ଟରୁ ପଡି ଗୋଟି ଗୋଡ ଭାଙ୍ଗି ଯାଇଥିଲା । ଡାକ୍ତର ତାଙ୍କୁ କଟକ ରେଫର କରିଥିଲେ କିନ୍ତୁ ପ୍ରତାପ ମୁଣ୍ଡିଆଙ୍କ ପାଖରେ ଖାଇବାକୁ ଟଙ୍କା ଟିଏ ନାହିଁ ଓ ସଟ୍ ଡାଉନ୍ କାରଣରୁ ଘରୁ ପଦାକୁ ବାହାରି ପାରୁନାହାନ୍ତି । ଏହି କାରଣରୁ ବଣ୍ଟିକୁ ବୋହୂ କଷ୍ଟରେ ଘରେ ରଖିଲେ ବୋହୁତ କଷ୍ଟ ପାଇ ବଣ୍ଟିକୁ ତାଙ୍କ ମା’ ଯାଜପୁର ରୋଡ ମେଡିକାଲ୍କୁ ନେଇ ବଣ୍ଟିକୁ ଇଞ୍ଜେକ୍ସନ ଦେଉଥାନ୍ତି ଓ ଡାକ୍ତର ତୁରନ୍ତ ବଣ୍ଟିକୁ ୩ ବୋତଲ ରକ୍ତ ଦେବାକୁ କହିଲେ । ଏହି କଥା ଶୁଣି ବଣ୍ଟି ମା ମୁଣ୍ଡରେ ଚଡ଼କ ପଡ଼ିଲା କିନ୍ତୁ ମେଡିକାଲ୍ କର୍ମଚାରୀମାନେ ବଣ୍ଟି ମା’ କୁ କହିଲେ ତୁମେ କ୍ଲବ୍ ଦି ୟୁଥ୍ ମାସ ସହ ଯୋଗାଯୋଗ କର ତୁମକୁ ସବୁ ସୁବିଧା ଯୋଗାଇ ଦେବେ । ଏହି କଥା ଶୁଣି ପ୍ରୀତି ମେଡିକାଲ୍ କର୍ମଚାରୀଙ୍କ ଠାରୁ ନମ୍ୱର୍ ନେଇ ଯୁବ ସମାଜସେବୀ ରାଜେଶ୍ କୁମାର ରାଉତ, ବା ଶ୍ରଧୟ ଟିକିନା ଭାଇଙ୍କୁ ଯୋଗାଯୋଗ କରିଥିଲେ । ତୁରନ୍ତ ରାଜେଶ୍ ଆସି ଦେଖିବା ପରେ ଆବଶ୍ୟକୀୟ ରକ୍ତ ଯୋଗାଇ ଦେଇଥିଲେ ଓ କଟକ ପଠାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହି ଗୋଡ ବୋହୁତ ଦିନ ହେବ ଭାଙ୍ଗିଥିବାରୁ ବଣ୍ଟି କେମୋ ନେଉଥିଲେ ବୋଲି କହିଲେ ଓ ଏବେ ଅପରେସନ କରିବା ପାଇଁ ଡାକ୍ତର କହିଥିଲେ କିନ୍ତୁ ଅାମ ହାତରେ ଟଙ୍କା ନାହିଁ ସେଥି ପାଇଁ ଆମେ ଘରେ ରଖିଛୁ ଏହି ସଟ୍ ଡାଉନ୍ ସମୟରେ ବୋହୂ ଘାତ ପ୍ରତି ଘାତରେ ଗଣମାଧ୍ୟମଙ୍କ ସାହିଯୋଗ୍ରେ ବଣ୍ଟିର କଥା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ଓ ବୋହୁ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ରାଜେଶ୍ ବଣ୍ଟିକୁ ପ୍ରଶାସନର ସହୋଯୋଗରେ କଟକ ପଠାଇ ସଫଳ ଅସ୍ତ୍ର ପ୍ରଚାର ପରେ ଗୋଟିଏ ଗୋଡ କଟାଗଲା ଓ କଟକରେ କିଛିଦିନ ରହିବା ପରେ ବଣ୍ଟି ଘରକୁ ଫେରିଥିଲା କିନ୍ତ୍ ବଣ୍ଟି ଫେରିବାର ତିନି ମାସ ପୂରିବା ପରେ ମଧ୍ୟ ତାଙ୍କୁ ହୂଇଲ୍ ଚେୟାର ଟିଏ ମିଳି ନଥିଲା । ଏଥିପାଇଁ ରାଜେଶ୍ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ବ୍ୟାସନଗର ନିର୍ବାହୀ ଅଧିକାରୀ ପ୍ରତାପଙ୍କ ଘରେ ପହଞ୍ଚି ବଣ୍ଟିକୁ ଏକ ହୂଇଲ ଚେୟାର ଦେବାସହ ତାଙ୍କ ବାପାଙ୍କୁ ରୋଜଗାର କ୍ଷମ ପାଇଁ ପୌର ପ୍ରଶାସନ ତରଫରୁ ଏକ ଆର୍ଥିକ ସହିଯୋଗ ଦେବେ ବୋଲି କହିଚନ୍ତି ଏହି ହୂଇଲ ଚେୟାର ପାଇବା ପରେ ବଣ୍ଟି ଓ ତାଙ୍କ ପରିବାର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା ଓ ଯୁବ ସମାଜସେବୀ ରାଜେଶ୍ ରାଉତଙ୍କୁ ସାଧୁବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking