27.1 C
Bhubaneswar
Thursday, April 25, 2024
Homeଓଡିଶାଯାଜପୁରରୋଡ ସହରରେ କୋଭିଡ୍ ନିୟମ ଅନୁସାରେ କାଳୀପୂଜା ହେବ

ଯାଜପୁରରୋଡ ସହରରେ କୋଭିଡ୍ ନିୟମ ଅନୁସାରେ କାଳୀପୂଜା ହେବ

ଯାଜପୁର : ଯାଜପୁର ଜିଲ୍ଲାର ଯାଜପୁର ଓ ଯାଜପୁର ରୋଡ ବ୍ୟାସନଗର ସହରରେ କାଳୀପୂଜା ଅତି ଜାକ ଯମକରେ ପାଳନ କରାଯାଏ । କୋରନ ମହାମାରି ଚଳିତ ବର୍ଷ କାଳୀପୂଜା ପୂଜାକୁ ଫିକା କରି ଦେଇଛି । କୋଭିଡ୍‌ କଟକଣା ଯୋଗୁ ପୂଜା କମିଟି ଗୁଡିକ ପକ୍ଷରୁ ପରମ୍ପରାକୁ ବଜାୟ ରଖିବା ପାଇଁ କେବଳ ପୂଜା କରାଯିବ ସାଜସଜା ଓ ଅନ୍ୟାନ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି । ଗୁରୁବାର ଯାଜପୁର ରୋଡ ପୋଲିସ ପକ୍ଷରୁ ସହରର 13ଟି ପୂଜା କମିଟିକୁ ଡକାଯାଇ ଥାନ ପରିସରରେ ଏକ ବୈଠକ କରାଯାଇଥିଲା । ଏହି ବୈଠକରେ ଚଳିତ ବର୍ଷ କାଳୀପୂଜା କୋଭିଡ୍‌ ନିୟମ ଅନୁସାରେ କରାଯିବା। ଏହି ନିୟମକୁ ପ୍ରତେକ ପୂଜା କମିଟି ମାନି ପୂଜା କରିବେ । ମୂର୍ତ୍ତି 4ଫୁଟ ଉଚତା ମଧ୍ୟରେ ରହିବ ପୂଜାରେ 7ଜଣ ବ୍ରାହ୍ମଣ କର୍ତ୍ତାରେ ସୀମିତ ରହିବେ । ସାଜସଜା ଓ ଅନ୍ୟାନ କାର୍ଯ୍ୟକ୍ରମ ବନ୍ଦ ରହିବ। ଏହି ବୈଠକରେ କଳିଙ୍ଗ ନଗର ଏ ଡି ଏମ, ଅତିରିକ୍ତ ଏସପି, ବ୍ୟାସନଗର ତହସିଲଦାର, ପୌରନିଵାହୀ ଅଧିକାର, 13ଟି ପୂଜା କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ। ଯାଜପୁର ରୋଡ ଥାନା ଅଧିକାରୀ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking