39.1 C
Bhubaneswar
Tuesday, April 23, 2024
Homeଓଡିଶାସୁକିନ୍ଦା ନିର୍ବାଚନ ମଣ୍ଡଳୀ ୩ ଗ୍ରାମକୁ ବିଦ୍ୟୁତ ସଂଯୋଗ କରିବାପାଇଁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ...

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ୩ ଗ୍ରାମକୁ ବିଦ୍ୟୁତ ସଂଯୋଗ କରିବାପାଇଁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଆଦିବାସୀ ଅଧ୍ୟୁଷିତ ୩ଟି ଗ୍ରାମକୁ ବିଦ୍ୟୁତ ସଂଯୋଗ ହୋଇ ନାହିଁ ସୁକିନ୍ଦା ବ୍ଲକର ଖଣି ଅଞ୍ଚଳ ଟିକରପଡା, କେନ୍ଦ୍ରାପଡ଼ା ଓ ଜରକି ଗ୍ରାମରେ ବସ ବାସ କରୁଥିବା ୫୦୦ରୁ ଲୋକ ବିଦ୍ୟୁତ ସେବାରୁ ବଂଚିତ ସେ ଗ୍ରାମ ଗୁଡ଼ିକୁ ବିଦ୍ୟୁତ ସଂଯୋଗପାଇଁ ଆଜି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ବିଜୁଳି ଆଲୁଅ ଦେଖିବା ପାଇଁ ସେ ଗ୍ରାମର ଲୋକମାନଙ୍କ ପାଇଁ ସାତସପନ । ରାଜ୍ୟ ଓ କେନ୍ଦ୍ର ସରକାର ସବୁବେଳେ ଗାଁ କୁ ବିଜୁଳି ଆଲୁଅ ଯୋଗାଇ ଦେବା ପାଇଁ ଘୋଷଣା କରି ଚାଲିଛନ୍ତି । ଘୋଷଣା କାର୍ଯ୍ୟ କାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ଜ୍ୱଳନ୍ତ ଦେଖିବା ବାକୁ ମିଳିଛି । ୩ଟି ଆଦିବାସୀ ଗ୍ରାମର ୧୦୦ରୁ ଉର୍ଦ୍ଧ ପରିବାର ଅନ୍ଧାରରେ କାଳତିପାତ କରୁଛନ୍ତି । ବିଦ୍ୟୁତ ବିଭାଗ ବିଦ୍ୟୁତ ସଂଯୋଗି କରଣରେ ହେଳା ପ୍ରଦର୍ଶ ପାଇଁ ୩ଟି ଗ୍ରାମ ଲୋକ ମାନେ ବିଦ୍ୟୁତ ଆଲୁଅରୁ ବଂଚିତ ବୋଲି କୁହାଯାଉଛି । ସୁକିନ୍ଦା ପଂଚାୟତ ସମିତ ବୈଠକ ରେ ୩ଟି ଗ୍ରାମକୁ ବିଦ୍ୟୁତ ସଂଯୋଗ ପାଇଁ ପ୍ରସ୍ତାବମାନ ଗୃହୀତ କରାଯାଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଉଛି ଓ ବିଧାୟକ ଚିଠି ଲେଖିଲେ ମଧ୍ୟ କୌଣସି ଫଳ ମିଳୁ ନାହିଁ । ତେଣୁ ପୃର୍ବ ତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ 3ଟି ଆଦିବାସୀ ଅଧ୍ୟୁଷିତ ଗ୍ରାମ କୁ ବିଦ୍ୟୁତ ସଂଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଉପରୋକ୍ତ ୩ଟି ଗ୍ରାମ ଉପକୃତ ହେବେ ବୋଲି ଚିଠି ରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking