26.1 C
Bhubaneswar
Sunday, July 20, 2025
Homeଓଡିଶାଜଗନ୍ନାଥ ମନ୍ଦିରରେ ଗୀତି ଗୋବିନ୍ଦ ଲୋଗୋ ଉନ୍ମୋଚନ

ଜଗନ୍ନାଥ ମନ୍ଦିରରେ ଗୀତି ଗୋବିନ୍ଦ ଲୋଗୋ ଉନ୍ମୋଚନ

ଯାଜପୁର : ଯାଜପୁର ବିରିପଟା ଜଗନ୍ନାଥ ମନ୍ଦିର ପରିସରରେରେ ଗୀତ ଗୋବିନ୍ଦ ଲୋଗୋ ଉନ୍ମୋଚନ ହୋଇଅଛି । ଏହି ଲୋଗୋ ଉନ୍ମୋଚନ ଉଛବରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରତାପ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ହରିହର ସ୍ଵାଇଁ ଯୋଗ ଦେଇଥିବା ବେଳେ ଉଦ୍ଘାଟକ ଭାବେ ଜୁନଭଦ୍ରା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ଚନ୍ଦନ ଶ୍ରୀକ୍ଷେତ୍ର କମିଟିର ସଭାପତି ସୁବାଷ ଚନ୍ଦ୍ର ରାଉତ ଓ ସଂମାନନୀୟ ଅତିଥି ଭାବେ ରିଜିଓନାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.କୈଳାଶ ଚନ୍ଦ୍ର ବେହେରାଯୋଗ ଦେଇ ଜଗନ୍ନାଥଙ୍କ ଲୋଗୋ ଉନ୍ମୋଚନ କରିଛନ୍ତି। ଏହା ପରେ ନୁର୍ତ୍ୟ ଅଭିନୟରେ ସୋମେ ୟା ପତି ଓ ଶର୍ମିଷ୍ଠା ପଣ୍ଡା ଓଡିଶୀ ନୁର୍ତ୍ୟ ଅଭିନୟ କରି ଶୂଟିଂ ହୋଇଯାଇଛି । ଏହାକୁ ସମାଜ ସେବୀ ଘନଶ୍ୟାମ ରାୟ ସମସ୍ତ କାର୍ଯ୍ୟକୁ ସଞ୍ଚାଳନ କରିଛନ୍ତି। ଶେଷରେ ମୁଖ୍ୟ ଅତିଥି ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ଶ୍ରୀ ସ୍ଵାଇଁଙ୍କ ସମେତ ଅନ୍ୟ ଅତିଥିମାନଙ୍କୁ ଜଗନ୍ନାଥ କମିଟି ପକ୍ଷରୁ ଉପାଧୋକନ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking