28.1 C
Bhubaneswar
Thursday, March 28, 2024
Homeଓଡିଶାପତଞ୍ଜଳି ଯୋଗସମିତି ପକ୍ଷରୁ ଯୋଗଦିବସ ପାଳନ

ପତଞ୍ଜଳି ଯୋଗସମିତି ପକ୍ଷରୁ ଯୋଗଦିବସ ପାଳନ

ଯାଜପୁର : ଆଜି ୬ଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ । ଏହି ଅବସରରେ ଯାଜପୁରରେ ପତଞ୍ଜଳି ଯୋଗ ସମିତି ପକ୍ଷରୁ ଯୋଗ ଦିବସ ପାଳନ କରାଯାଇଛି । କରୋନା କଟକଣା ପାଇଁ ଅଳ୍ପ କିଛି ଲୋକଙ୍କୁ ନେଇ ଏହି ଯୋଗାଭ୍ୟାସ କରାଯାଇଥିଲା । ଏହି ଶିବିରରେ ଯୋଗଗୁରୁ ସୁବାସ ଚନ୍ଦ୍ର ତ୍ରିପାଠୀ ଓ ମନ୍ମଥ ସାମଲ ଯୋଗାଭ୍ୟାସ କରାଇଥିଲେ । ମଣିଷ ଜୀବନକୁ ସୁସ୍ଥ ଓ ନିରୋଗ ରଖିବାରେ ଯୋଗ ସହାୟକ ହୋଇଥାଏ । ଯୋଗ ଦ୍ୱାରା ମହାମାରି କୋରୋନାକୁ ହରାଇପାରିବେ ବୋଲି ମତ ଦେଇଥିଲେ । ଏହି ଅବସରରେ ସୀମାରେ ସହୀଦ ହୋଇଥିବା ବୀର ଜବାନଙ୍କ ସ୍ମୃତି ଉଦ୍ଧେଶ୍ୟରେ ନିରବ ପ୍ରାର୍ଥନା ସହିତ ଭାରତୀୟ ଜବାନଙ୍କ ଜୟଗାନ କରାଯାଇଥିଲା ।
ଯାଜପୁର କୋଦଣ୍ଡପୁର ଗାଁରେ ସମାଜସେବୀ ଅନୁଷ୍ଠାନ ସୂର୍ଯ୍ୟାଲୋକ ଅନୁଷ୍ଠାନ ପକ୍ଷରୁ ସୀମାରେ ସହୀଦ ଯବାନଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏକ କ୍ୟାଣ୍ଡେଲ ରାଲି ଆୟୋଜନ କରାଯାଇଥିଲା । ଅନୁଷ୍ଠାନର କର୍ମକର୍ତ୍ତା ବସୁବନ୍ଧୁ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରାଲିରେ ଅନୁଷ୍ଠାନର ସଦସ୍ୟମାନେ ଯୋଗଦେଇ ଭାରତୀୟ ଯବାନଙ୍କ ସାହସିକତାକୁ ସଲାମ ଜଣାଇଥିଲେ । ଏଥି ସହିତ ଚିନରୁ ଆମଦାନୀ ହେଉଥିବା ସମସ୍ତ ଦ୍ରବ୍ୟକୁ ବର୍ଜନ କରିବା ପାଇଁ ଶପଥ ନେଇଥିଲେ । ଶେଷରେ ସହିଦ ହୋଇଥିବା ବୀର ଜବାନଙ୍କ ଉଦ୍ଧେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ ।
ଯାଜପୁର ବୈଷ୍ଣବ ଦତ୍ତ ହାଇସ୍କୁଲ ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧ ଦିବସ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ନିଶିଥ କୁମାର ଦାସଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସ୍ମୃତିସଭାରେ ବରିଷ୍ଠନାଗରିକମାନେ ଯୋଗ ଦେଇ ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ପୁଷ୍ପଗୁଛ ପ୍ରଦାନ କରିଥିଲେ । ପ୍ରଦୀପ ପଜ୍ୱଳନ କରିବା ସହିତ ସଂକିର୍ତନ ମାଧ୍ୟରେ ଗୋପବନ୍ଧୁଙ୍କ ସ୍ମୃତିଚାରଣ କରିଥିଲେ । ଗୋପବନ୍ଧୁଙ୍କ ତ୍ୟାଗ ଆଜି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛି ବୋଲି ମତପ୍ରକାଶ ପାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking