30.1 C
Bhubaneswar
Thursday, April 25, 2024
Homeଓଡିଶାସ୍ମୃତିରେ ଝରଣା" ପୁସ୍ତକ ଉନ୍ମୋଚିତ

ସ୍ମୃତିରେ ଝରଣା” ପୁସ୍ତକ ଉନ୍ମୋଚିତ

ଯାଜପୁର : ବ୍ୟାସନଗର ଅଞ୍ଚଳର ବ୍ୟାସସରୋବରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କବି ଶ୍ରୀଯୁକ୍ତ ହେମେନ୍ଦ୍ର ମହାପାତ୍ରଙ୍କ ସ୍ବରଚିତ କବିତା ପୁସ୍ତକ “ସ୍ମୃତିରେ ଝରଣା” ବିଶିଷ୍ଟ ଅତିଥି ମାନଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି। କୋବିଡ ୧୯ ନିୟମ ଅନୁଯାୟୀ ସାମାଜିକ ଦୂରତ୍ବ ରକ୍ଷା ପୂର୍ବକ ମାଷ୍କ୍ ପରିଧାନ କରି କାର୍ଯ୍ୟକ୍ରମ ପାଳନ କରାଯାଇଥିଲା।ଆଜିର ଏହି ଶୁଭ ଉନ୍ମୋଚନ ରେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରାଯାଇ ଥିଲା ପରେ ପୁସ୍ତକ ଉନ୍ମୋଚନ ନିମନ୍ତେ ମହେଶ୍ୱର ନାୟକ ମଞ୍ଚ ଉପରକୁ ଅତିଥି ମାନଙ୍କୁ ନିମନ୍ତ୍ରଣ କରିଥିଲେ।ଅଧ୍ୟାପିକା ରୀନା ମହାପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।କବିତା ପୁସ୍ତକ ସ୍ମୃତିର ଝରଣା ଉନ୍ମୋଚିତ ପୂର୍ବରୁ ମନ୍ଦିର ର ପୂଜକ ପୀତବାସ ପତି ଶର୍ମା ଏବଂ ଗୋପାଳ ଚନ୍ଦ୍ର ପତି ବେଦପାଠ କରିଥିଲେ। ବରିଷ୍ଠ କବି ଗାଳ୍ପିକ ତଥା ନାଟ୍ୟକାର ଡଃ ରମେଶ ଚନ୍ଦ୍ର ମହାନ୍ତି ଙ୍କ ଦ୍ଵାରା ପୁସ୍ତକ ଉନ୍ମୋଚିତ ହୋଇଥିଲା।ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିନୋଦ ବିହାରୀ ସାହୁ,ଅଲେଖ ମହାରଣା,ସରୋଜ କୁମାର ଶତପଥୀ, ସନ୍ଧ୍ୟାରାଣୀ ଘଡେଇ , ବ୍ରଜେଶ୍ୱରୀ ସିଂହ ଅତିଥି ଭାବେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମଧୁସ୍ମିତା ନାୟକ ଅଶାନ୍ତି ସାମଲ,ପ୍ରତିଭା ପାତ୍ର, ଇଂ ସୁବାସ ଚନ୍ଦ୍ର ସାହୁ, ଅଧ୍ୟାପକ ମନୋଜ ମହାପାତ୍ର, ଦେବେନ୍ଦ୍ର କୁମାର ରାଉତ,ଈଂ ଦେବାଶିଷ ଜେନା, ଇଂ ବିପ୍ର ମୋହନ ପରିଡ଼ା, ଡଲିପ୍ରଭା ପାତ୍ର, ମୀନା କୁମାରୀ ମହାପାତ୍ର,ଲିନା କୁମାରୀ ମହାପାତ୍ର,ଦେବଶ୍ରିତା ଜେନା, ଭଗ୍ୟଶ୍ରୀ ମହାପାତ୍ର,ସୁଭସ୍ମିତା ସାହୁ, ସାମ୍ବାଦିକ ସୁଜିତ୍ ମଲ୍ଲିକ,ଜ୍ଞାନରଞ୍ଜନ ଓଝା, ଜୟସଙ୍କର ଦାସ,ବିଶ୍ୱଜିତ୍ ମାଝୀ ଉପସ୍ଥିତ ଥିଲେ।ଶେଷରେ ଅଶାନ୍ତି ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।ସହଧର୍ମିଣୀ ଶ୍ରୀମତୀ ସ୍ନେହଲତା ମହାପାତ୍ର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking