34.1 C
Bhubaneswar
Friday, March 29, 2024
Homeଓଡିଶାସୂଚନା ଫଳକ ମରା ନ ଯାଇ ଢ଼ଳେଇ ରାସ୍ତାର ପୁନଃ ନିର୍ମାଣ

ସୂଚନା ଫଳକ ମରା ନ ଯାଇ ଢ଼ଳେଇ ରାସ୍ତାର ପୁନଃ ନିର୍ମାଣ

ଯାଜପୁର : ଯାଜପୁର ଜିଲ୍ଲାର ବିଭିନ୍ନ ବିଭାଗର ରାସ୍ତା କାର୍ଯ୍ୟ କରାଯାଉଛି । ସରକାରଙ୍କ ନିୟମ ଅନୁସାରେ ରାସ୍ତା କାର୍ଯ୍ୟ କରିବା ପୂର୍ଵରୁ ସେହି ରାସ୍ତାର ନାମ କେତ ଟଙ୍କା ବିନିଯୋଗ କରାଯିବ, କେତେ ଦିନ ମଧ୍ୟରେ ପ୍ରୂଣ୍ଣାଙ୍ଗ ହେବ ଓ ଠିକା ଦାରଙ୍କ ନାମ ସୂଚନା ଫଳକରେ ଉଲେଖ କରାଯିବ । ଜନସାଧାରଣକୁ ଅବଗତି ନିମନ୍ତେ ସୂଚନା ଫଳକ ମରାଯାଇ ସେ କାର୍ଯ୍ୟ ଆରମ୍ଭ କରାଯିବ କିନ୍ତୁ ଯାଜପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ସୂଚନା ଫଳକ ମରା ଯାଉନାହିଁ । ଠିକାଦାର ଓ ବିଭାଗୀୟ ଯନ୍ତ୍ରୀମାନେ ଏହି ନିୟମକୁ ମାନୁନାହାନ୍ତି । ଏହାର ଦୁଷ୍ଟାନ୍ତ ଦେଖିବାକୁ ମିଳିଛି ଏହି ଜିଲ୍ଲାର ରସଲପୁର ବ୍ଲକର ମହେଶ୍ୱର ପୁର ପଂଚାୟତର ଇଦଗା ଛକ ରାସ୍ତାରେ । ଇଦଗା ଛକ ଠାରୁ କାସିମ ଡିଲର ଘର ରାସ୍ତା ଟି ପୁନଃ ନିର୍ମାଣ କରା ଯାଉଛି। ବିନା ଫଲକରେ ରାସ୍ତା କାର୍ଯ୍ୟ କରା ଯାଉଛି । ନିମ୍ନ ମାନର ଢ଼ଳେଇ କାରlଯାଉ ଥିବାରୁ କମ ଦିନ ମଧ୍ୟରେ ରାସ୍ତାରୁ ଢ଼ଳେଇଉଠି ଯିବ । ରାସ୍ତା ନିର୍ମାଣରେ ନିମ୍ନମାନର ଚିପିସି ସିମେଣ୍ଟ ବେବହାର କରାଯାଉଛି ଓ ଭାଗ ମାପ ଅନୁସାରେ ସିମେଣ୍ଟ ବାଲି ଚିପ୍ସିରେ ଢ଼ଳେଇ କରାଯାଉ ନାହଁ । ଫଳରେ ରାସ୍ତାର ସ୍ଥାଇତ୍ୱ ନେହି ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ଏହି ରାସ୍ତା ପାଇଁ 3ଲକ୍ଷ 50ହଜାର ଟଙ୍କା ପଂଚାୟତ ବିଭାଗ ପକ୍ଷରୁ ମଞ୍ଜୁରୁ ହୋଇଛି । ରାସ୍ତାଟି ସମ୍ପୂର୍ଣ ନଷ୍ଟ ହୋଇଯାଇ ଥିଲା । ଏହି ରାସ୍ତା ଉପରେ 5ଟି ପଂଚାୟତର ଲୋକମାନେ ନିର୍ଭର କରନ୍ତି । 5ଟି ପଂଚାୟତର ଲୋକମାନଙ୍କର ଜୀବନ ରେଖା ହୋଇ ଥିବାରୁ ବହୁ ଅଭିଯୋଗ ପରେ ରାସ୍ତା ନିର୍ମାଣ ପାଇଁ ଟଙ୍କା ମଞ୍ଜୁରୁ ହୋଇଥିଲା । ଏ ସମ୍ପର୍କରେ କନିଷ୍ଟ ଯନ୍ତ୍ରୀ ଅନିଲ ବିଶ୍ୱାଳ ପଚାରିବାରୁ ସେ କହିଲେ କାର୍ଯ୍ୟ ଠିକ ଭାଵରେ ହୋଇନଥିଲେ ସମ୍ପୂର୍ଣ ବିଲ କରା ଯିବ ନାହଁ । କାମାନୁସାରେ ବିଲ ହେବ ଓ ଫଲକ ମରାଯିବ । ଏଥି ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ନିମନ୍ତେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking