40.1 C
Bhubaneswar
Thursday, April 25, 2024
Homeଓଡିଶାବାବଲପୁରରେ ସାର୍ବଜନୀନ ଶାରଦୀୟ ଦୂର୍ଗାଙ୍କ ଅଷ୍ଟମୀ ଓ ନବମୀ ବିହୀତ ପୂଜା ସମାପନ।

ବାବଲପୁରରେ ସାର୍ବଜନୀନ ଶାରଦୀୟ ଦୂର୍ଗାଙ୍କ ଅଷ୍ଟମୀ ଓ ନବମୀ ବିହୀତ ପୂଜା ସମାପନ।

ଯାଜପୁର : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ନନ୍ଦୀପୁର ପଞ୍ଚାୟତସ୍ଥିତ ବାବଲପୁରସ୍ଥ ସାର୍ବଜନୀନ ଶାରଦୀୟ ଦୂର୍ଗାପୂଜା ୩୬ତମ ବର୍ଷରେ ପଦାର୍ପଣ କରିଛି। କୋଭିଡ ନିୟମାନୁଯାୟୀ ସାଧାରଣରେ ସାମାଜିକ ଦୂରତା ରକ୍ଷା ସହ ଏହିପୂଜା ପାଳନ କରାଯାଉଥିବାର ଦେଖିବାକୁ ମିଳିଛି। ଆଜି ମାଆଙ୍କ ପୀଠରେ ଅଷ୍ଟମୀ ଓ ନବମୀ ବିହୀତ ଵୋଧିନି କଳ୍ପ ପୂଜା,କୁଷ୍ମାଣ୍ଡ ପ୍ରୋକ୍ଷଣ,ଅଷ୍ଟଶତୋତ୍ତର ଦୀପ ଦାନ, ମହାନିରାଜନ ଆଦି କରାଯାଇ ପୂଜା ସମାପନ କରାଯାଇଥିବାର ଦେଖିବାକୁ ମିଳିଛି। କର୍ତ୍ତାଭାବେ ବୈଷ୍ଣବ ସେବକ କ୍ଷୀରୋଦ ଚନ୍ଦ୍ର ଦାସ,ପୂର୍ଣ୍ଣ ଚନ୍ଦ୍ର ଦାଶ,ପୂଜକ ଶ୍ରୀ ଗଣେଶ ଚନ୍ଦ୍ର ପାଠୀ,ଦିବାକର ପାଠୀ,ରବିନାରାୟଣ ପଣ୍ଡା,କର୍ମକର୍ତ୍ତା ଭାବେ ବୈଷ୍ଣବ ସେବାଧିକାରୀ ଦୀନଦୟାଲ ଦାଶ,କିଶୋର ଚନ୍ଦ୍ର ଦାସ,ପଞ୍ଚାନନ ବେହେରା, ରବିନାରାୟଣ ସାହୁ ଆଦି ଏହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking