ପତ୍ନୀଙ୍କୁ ରାସ୍ତା ଉପରେ ବସ୍ତ୍ର ହରଣ କରି ପିଟିଲା ମଦ୍ୟପ ସ୍ଵାମୀ

ଯାଜପୁର : ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ କାଚରାସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ମୁତାବକ ନଟ ବାରିକ ପୁଅ ସୁଶାନ୍ତ ବାରିକ ମଦ୍ୟପାନ କରି ଘରକୁ ଆସୁଥିଲେ । ସେଠାରେ ତାଙ୍କ ପତ୍ନୀ ରିତୁ ବାରିକଙ୍କୁ ବିନା କାରଣରେ ରାସ୍ତା ଉପରେ ଘୋଷାଡି ବସ୍ତ୍ର ହରଣ କରି ନିସ୍ତୁକ ମାଡ଼ ମାରିଥିଲେ। ନିତୁ ଯେତେ କାକୁତି ମିନତି ହୋଇଥିଲେ ମଧ୍ୟ ତାଙ୍କୁ ସ୍ଵାମୀ ସୁଶାନ୍ତ ନମାନି ମାଡ଼ ମାରିଥିଲେ ଏସବୁ ଫଟୋ ଓ ଭିଡ଼ିଓ ଭାଇରାଲା ହୋଇଥିଲା ସୋସିଆଲ ମିଡିଆରେ଼। ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲାରେ ଗତ ଦୁଇଦିନ ତଳେ ଘଟିଥିଲା ବୋଲି ଦେଖିବାକୁ ମିଳିଥିଲା । ଯଖପୁରା ଥାନା ଏରିଆର ଯଖପୁରା ଠାରେ ପୁଣି ପୂର୍ଣ୍ଣ ବାର ଯାଜପୁର କୋରେଇ ଥାନା ଅନ୍ତର୍ଗତ କାଚରାସାହିରେ ରାସ୍ତା ଉପରେ ବସ୍ତ୍ର ହରଣ କରି ଘୋଷାଡି ଆଣି ମାଡ଼ ମାରିଥିବା ଭିଡ଼ିଓ ଭାଇରାଲାକୁ ନେଇ ଯାଜପୁର ଜିଲ୍ଲାରେ ଏଘଟଣାକୁ ବଡ଼ ନିନ୍ଦାର ଘଟଣା ବୋଲି ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜନସାଧାରଣଙ୍କ ଠାରୁ ଆରମ୍ଭ କରି ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଲୋକମାନେ ଏହି ଘଟଣାକୁ ନେଇ ଯାଜପୁର ଜିଲ୍ଲା ପ୍ରଶାସନକୁ ଦାବି କରିବେ ଏଭଳି କାଣ୍ଡ କରିଥିବା ଯୁବକଙ୍କୁ ପୋଲିସ ଗିରଫ ନକରି ନିରବ ରହିଥିବାରୁ ସୁକାନ୍ତ ମହାନ୍ତ ଯାଜପୁର ପୋଲିସର କାର୍ଯ୍ୟ କଳାପକୁ ନିନ୍ଦା କରିଛନ୍ତି । କହିଛନ୍ତି ଆଗାମୀ ଦିନରେ ମହିଳାମାନଙ୍କ ଉପରେ ଆକ୍ରମଣ ଅତ୍ୟାଚାରକୁ ନେଇ ଜାତୀୟ ରାଜପଥ ଅବରୋଧ କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here