33.1 C
Bhubaneswar
Thursday, April 25, 2024
Homeଓଡିଶାଯାଜପୁର ଜିଲାରେ ବନ୍ୟାର ତାଣ୍ଡବ ଲୀଳା, 50ହଜାର ଲୋକ ବିପନ୍ନ ହୋଇଛନ୍ତି 

ଯାଜପୁର ଜିଲାରେ ବନ୍ୟାର ତାଣ୍ଡବ ଲୀଳା, 50ହଜାର ଲୋକ ବିପନ୍ନ ହୋଇଛନ୍ତି 

ଯାଜପୁର : ସମଗ୍ର ଯାଜପୁର ଜିଲ୍ଲାର 10ଟି ବ୍ଲକ ଗୋଟିଏ ମୁନିସିପାଲିଟି ବନ୍ୟାରେ କ୍ଷୟ କ୍ଷତି ଘଟିଛି । ବୈତରଣୀ, କାଣୀ, ବ୍ରାହ୍ମଣି, ଖରସ୍ରୋତା ନଦୀରେ 21ଟି ବଡ଼ ବଡ଼ ଘାଇ ମାନ ସୃଷ୍ଟି ହୋଇଛି । ଏହି ଘାଇ ସୃଷ୍ଟି ହେବା ଦ୍ୱାରା ବନ୍ୟା ଜଳ ଗ୍ରାମ ଓ କ୍ଷେତକୁ ପ୍ରବେଶ କରି ନାହିଁ ନଥିବା କ୍ଷତି ଘଟାଇଛି । ଯାଜପୁର ବ୍ଲକର ବୈତରଣୀ ନଦୀରେ 5ଟି ଘାଇ ଦଶରଥ ପୁରରେ 2ଟି, ବିଂଝାରପୁରରେ 3ଟି ଘାଇ, ବରିରେ 7ଟି, ରସୁଲପୁରରେ 3ଟି ଓ ସୁକିନ୍ଦାରେ 1ଟି ଘାଇ ସୃଷ୍ଟି ହୋଇଛି । ବିଶେଷ କରି ଦଶରଥ ପୁର, ବରୀ ବ୍ୟାପକ ବନ୍ୟା ଜଳରେ କ୍ଷତି ଗ୍ରସ୍ତ ହୋଇଛି । ଯାଜପୁର, ଦଶରଥ ପୁର, ବରୀ, କୋରେଇ, ବଡ଼ଚଣା, ଧର୍ମଶାଳା, ଦାନଗଦି ଓ ସୁକିନ୍ଦା ବ୍ଲକର 124ଟି ପଞ୍ଚାୟତ ର 530ଗ୍ରାମ ବନ୍ୟା ଜଳ ତାଣ୍ଡବ ରଚୁଛି । 100ରୁ ଉର୍ଦ୍ଧ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ।  2ଟି ଓଡ୍ରାଫ ଟିମ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ପ୍ରଶାସନ ପକ୍ଷରୁ 227ଟି ଅସ୍ଥାୟୀ ଶିବିର ରେ 2490 ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଅଛି ।ରିଲିଫ ଏପର୍ଯ୍ୟନ୍ତ କୌଣସି ଗ୍ରାମରେ ପହଂଚି ପାରି ନାହିଁ । ବିଧାୟକ, ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଅଛି । ହଜାର ହଜାର ହେକ୍ଟର ଚାଷ ଜମିରେ ଧାନ ଫସଲ ଧୋଇ ହୋଇଯାଇଛି ।

କରୋନା ମହାମାରୀ ରୂପ ନେଇଥିବାବେଳେ, ବନ୍ୟା ଲୋକମାନଙ୍କୁ ଦୁଇ ଗୁଣ ଦୁଃଖ ଦେଇଅଛି । କରୋନା ରୋଗ ବନ୍ୟାଞ୍ଚଳରେ କାୟା ବିସ୍ତାର କରିପାରେ ବୋଲି ଏଡାଇ ଦିଆଯାଇନପାରେ । ଘରେ ପାଣି ପଶି କଛା ଘର ଗୁଡିକ ଭାଙ୍ଗି ପଡିଛି । ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଜିଲ୍ଲାପାଳ ମିହିର କୁମାର ମହାନ୍ତି, ପ୍ରକଳ୍ପ ଅଧିକାରୀ ଓ ଜିଲ୍ଲାର ପଦସ୍ତ ଅଧିକାରୀମାନେ ପରିଦର୍ଶନ କରୁଛନ୍ତି ଏବଂ 10ଟି ବ୍ଲକ ର ବିଡିଓ, ତହସିଲଦାର ବନ୍ୟାଞ୍ଚଳ ପରିଦର୍ଶନ କରି ଲୋକମାନଙ୍କ ସମସ୍ୟା ବୁଝୁଛନ୍ତି । ରାଜ୍ୟ ବିଜେଡି ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇ, କୋରେଇ ବିଧାୟକ ଅଶୋକ କୁମାର ବଳ, ଧର୍ମଶାଳା ବିଧାୟକ, ବରୀ ବିଧାୟିକା, ବଡ଼ଚଣା ବିଧାୟକ ବନ୍ୟାଞ୍ଚଳ ପରିଦର୍ଶନ କରି ଜିଲ୍ଲାର ଜିଲ୍ଲାପାଳ, ବିଡିଓ, ତହସିଲଦାରଙ୍କ ସହିତ ଆଲୋଚନା କରି ବନ୍ୟାର ମୁକାବିଲା କରୁଛନ୍ତି ।ବନ୍ୟାଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ଥିବାରୁ ରାତ୍ର ସମୟରେ ବନ୍ୟା ଜାଲରେ ଭାସି ଆସୁଥିବା ବିଭିନ୍ନ ପ୍ରକାର ସରୀସୃପ  ଭୟଭୀତ କରାଇଛି । ଏପର୍ଯ୍ୟନ୍ତ ସରକାରୀ ଭାବେ କ୍ଷୟକ୍ଷତିର ଆକଳନ ହୋଇପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking