ସହାୟତାର ହାତ ବଢାଇଲେ ସୁକିନ୍ଦା ବିଧାୟକ

ଯାଜପୁର : ଯାଜପୁର ଜିଲାର ବନ ଜଙ୍ଗଲ ଖଣିଜ ଭରା ସମ୍ପଦ ସୁନାର ସୁକିନ୍ଦା ଓ ଶିଳ୍ପ ମାଳ ମାଳ କିନ୍ତୁ ଏହି ନିର୍ବାଚନ ମଣ୍ଡଳୀରେ ବନଜାତି ଅବହେଳିତ ନେଇ ନାନା ପ୍ରଶ୍ନ ନେଇ ଉଙ୍କି ମାରୁଛି । ଏହି ନିର୍ବାଚନ ମଣ୍ଡଳୀରେ ନାଗଡା ଶିଶୁମଡ଼କ ସାରା ବିଶ୍ୱରେ ଚର୍ଚ୍ଚା ପାଲିଟିଥିଲା । ପୃଷ୍ଟି ସାର ଅଭାବରୁ ଶିଶୁ ମୁର୍ତ୍ୟୁ ଘଟି ଥିଲା । ଏବେ ସୁଧାର ଆସିଛି କମ ବୟସରେ ବନ ଜାତି କେତେକ ଆଦିବାସୀ ସମ୍ପ୍ରଦାୟ ଲୋକ ନାନାଦି ରୋଗରେ ଘଟୁଛି ମୁତ୍ୟୁ ଘଟୁଛି । ସେମାନଙ୍କ ସନ୍ତାନ ସନ୍ତତି ବେସାହାରା ହୋଇ ପଡୁଛନ୍ତି । ହାକରିବାକୁ କେହି ନାହାନ୍ତି ଦିନେ ଖାଇ ଦୁଇ ଦିନ ଉପବାସରେ କାଳ ବିତାଉଛନ୍ତି । ଦିନକୁ ଦୁଇ ଓଳି ଖାଇବାକୁ ମିଳୁ ନାହିଁ, ପେଟ ପାଇଁ କାମ କରୁଛନ୍ତି । ଯେଉଁ ବୟସରେ ସିଲଟାଖଡ଼ିଧରି ସ୍କୁଲରେ ପାଠ ପଢିବା କଥା କିନ୍ତୁ ପେଟକୁ ଗଣ୍ଡେ ଦାନା ମିଳିବା ପାଇଁ ବାର ଦୁଆରେ ଶୁଣ୍ଡି ପିଣ୍ଡା ଓ କହଣ ବୟସ ଶିଶୁମାନେ କଠିନ କାର୍ଯ୍ୟ କରୁଛନ୍ତି । ଜିଲ୍ଲା ଶିଶୁ ସୁରେଖା ବିଭାଗ ନିରବଦ୍ରଷ୍ଟା ସାଜିଛି । ସେମାନଙ୍କୁ ଉଦ୍ଧାର କରାଯାଉ ନାହିଁ । ସେମାନେ ସରକାରୀ ଯୋଜନାରୁ ବଂଚିତ ଶିଶୁ ସୁରେଖା ବିଭାଗ ପଙ୍ଗୁ ପାଲିଟିଛି । ସୁକିନ୍ଦା ବେତିତ ଜିଲ୍ଲା ଅନେକ ଶିଶୁ ଅନାଥ ଅଛନ୍ତି ସେମାନଙ୍କ ପାଇଁ ଉଦିଷ୍ଟ ଯୋଜନା କାଗଜ କଲମରେ ସୀମିତ ରହିଛି । ଜିଲ୍ଲାର ଅନାଥ 5ବର୍ଷ ରୁ 16ବର୍ଷ ଶିଶୁ ମନେ ବିଭିନ୍ନ ଦୋକାନ ଗ୍ୟାରେଜ ବଡ଼ ଲୋକଙ୍କ ଘରେ ମାଡ ଗାଳି ଖାଇ ପେଟ ଚକାଣ୍ଡ ପାଇଁ ଚାକର କାର୍ଯ୍ୟ କରୁଛନ୍ତି । ରାଜନେତା ପ୍ରଶାସନ ଚୁପ ନିଜେ ଏହି କାର୍ଯ୍ୟ ସମ୍ପୃତି ଥିବା ଚୁପ ଏବେ ସୁକିନ୍ଦାର ବେଶରା ଅନାଥ ଶିଶୁମାନଂକୁ ଉଦାର କରିବ ଉଦ୍ୟମ ଜାରି ରଖିଛନ୍ତି।
ସୁକିନ୍ଦା ବ୍ଲକ ଅନ୍ତର୍ଗତ କଂସପଞ୍ଚାୟତ ସାରୁଆବିଲ୍(ଚିରୁସାହି) ଗ୍ରାମର ବୁଧୁରାମ ଥଟାରୀ ଓ ସ୍ତ୍ରୀ ବାଇଯାନୀ ଥଟାରୀଙ୍କ ଅକାଳ ବିୟୋଗ ପରେ ବେସାହାରା ଓ ଘୋର ଅଭାବ ଅନଟନରେ ଚାଲିଆସୁଥିବା ଦୁଇ ସନ୍ତାନ ପୁଟୁଳ ଥଟାରୀ ଓ ରେଖା ଥଟାରୀଙ୍କୁ ସହାୟତାର ହାତ ବଢାଇଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ। ଆଜି ମାନ୍ୟବର ସୁକିନ୍ଦା ବିଧାୟକଙ୍କ ଅନୁମୋଦନ କ୍ରମେ ଖଣି ଅଞ୍ଚଳର ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଆଶିଷ କୁମାର ଜେନା ଓ ସହଯୋଗୀ ଦୁଇ ସନ୍ତାନଙ୍କୁ ସାକ୍ଷାତ କରି ଚଳନି ପାଇଁ ସମସ୍ତ ରାସନ ସାମଗ୍ରୀ ଯୋଗାଇ ଦେବା ସହ କରୋନାଠାରୁ ରକ୍ଷା ପାଇଁ ମାସ୍କ୍ ଓ ସାନିଟାଇଯାର୍ ଯୋଗାଇ ଦେଇଛନ୍ତି। ଏହା ସହ ରେଖା ଥଟାରୀକୁ ଏକ ଆଶ୍ରମରେ ପଢ଼ାଇବା ସହ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ସ୍ଥିରକରିଛନ୍ତି ମାନ୍ୟବର ବିଧାୟକ।

LEAVE A REPLY

Please enter your comment!
Please enter your name here