28.9 C
Bhubaneswar
Wednesday, April 17, 2024
Homeଓଡିଶାଓଡିଶା ଜୀବିକା ମିଶନ୍ ମାଧ୍ୟମରେ ୬ ବ୍ଲକ୍ ର ୪୫୨ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କୋଭିଡ...

ଓଡିଶା ଜୀବିକା ମିଶନ୍ ମାଧ୍ୟମରେ ୬ ବ୍ଲକ୍ ର ୪୫୨ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କୋଭିଡ ସହାୟତା ପ୍ୟାକେଜ ରାଶି ଅନୁମୋଦନ

ଯାଜପୁର : ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା କୋଭିଡ ସହାୟତା ପ୍ୟାକେଜ ଘୋଷଣା କରାଯାଇଛି । ଯାହା ମାଧ୍ୟମରେ କୋଭିଡ ପରିସ୍ଥିତି ପାଇଁ ବିଭିନ୍ନ ସମସ୍ୟାରେ ଥିବା ଉଦ୍ୟୋଗୀ, ଉତ୍ପାଦିକା ଗୋଷ୍ଠୀ, ଅଭାବୀ ଓ ନିରାଶ୍ରୟ ପରିବାର ଏବଂ ଗୃହକୁ ପ୍ରତ୍ୟାବର୍ତନ କରିଥିବା କୁଶଳୀ/ଅର୍ଦ୍ଧକୁଶଳୀ ପ୍ରବାସୀମାନଙ୍କୁ ସେମାନଙ୍କର ଜୀବିକା ଏବଂ ଉଦ୍ୟୋଗର ପୂନରୁର୍ଦ୍ଧାର ପାଇଁ ଆର୍ଥିକ ସହାୟତାକୁ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପରିଚାଳିତ ମହାସଂଘ ମାଧ୍ୟମରେ କମ୍ ସୁଧ ଆକାରରେ ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି । ଏହି କୋଭିଡ ସହାୟତା ପ୍ୟାକେଜ୍ କୁ ୪ଟି ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରଥମ ପ୍ୟାକେଜ୍ ଅନୁସାରେ ଅତି ସୂକ୍ଷ୍ମ ଏବଂ ଅଣୁ ବ୍ୟବସାୟ କରୁଥିବା ଉଦ୍ୟୋଗୀମାନଙ୍କ ପାଇଁ ବର୍ଷକୁ ୭ ପ୍ରତିଶତ ସୁଧ ହାରରେ ସର୍ବାଧିକ ଟ୫୦୦୦୦/ ଋଣ ରାଶି, ଦ୍ୱିତୀୟ ପ୍ୟାକେଜ୍ ଅନୁସାରେ ୫ରୁ ଅଧିକ ସଭ୍ୟ/ସଭ୍ୟା ଥିବା ଉଦ୍ୟୋଗୀ ଗୋଷ୍ଠୀ ଏବଂ ଉତ୍ପାଦିକା ଗୋଷ୍ଠୀ ପାଇଁ ସର୍ବନିମ୍ନ ୨ ପ୍ରତିଶତରୁ ସର୍ବାଧିକ ୫ ପ୍ରତିଶତ ସୁଧ ହାରରେ ସର୍ବାଧିକ ଟ ୧,୫୦,୦୦୦/- ଋଣ ରାଶି, ତୃତୀୟ ପ୍ୟାକେଜ୍ ଅନୁସାରେ ଅଭାବୀ ପରିବାରରେ ଥିବା ଜୀବିକାର ପୁର୍ନରୁଦ୍ଧାର ପାଇଁ ୪ ପ୍ରତିଶତ ସୁଧ ହାରରେ ସର୍ବାଧିକ ଟ୨୦୦୦୦/- ଋଣ ରାଶି ଏବଂ ଚତୁର୍ଥ ପ୍ୟାକେଜ୍ ଅନୁସାରେ ଗୃହକୁ ପ୍ରତ୍ୟାବର୍ତନ କରିଥିବା କୁଶଳୀ/ଅର୍ଦ୍ଧକୁଶଳୀ ପ୍ରବାସୀମାନଙ୍କର ଥିବା କୁଶଳତାକୁ ଅଧାରରକରି ନୂତନ ବ୍ୟବସାୟ/ଉଦ୍ୟୋଗ ଆରମ୍ଭ ପାଇଁ ୭ ପ୍ରତିଶତ ସୁଧ ହାରରେ ସର୍ବାଧିକ ୧ ଲକ୍ଷ ଟଙ୍କାର ଋଣ ରାଶିକୁ ଓଡିଶା ଜୀବିକା ମିଶନ୍ ମାଧ୍ୟମରେ ପରିଚାଳିତ ସ୍ୱୟଂସହାୟକ ଗୋଷ୍ଠୀର ମହାସଂଘରେ ଗଚ୍ଛିତ ଥିବା ଅର୍ଥରୁ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।

ଏହି ପରିପ୍ରକ୍ଷୀରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଗ୍ରାମ୍ୟଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଲ୍ଲା ସ୍ତରୀୟ ପ୍ରରିଚାଳନା କମିଟି ବୈଠକରେ ପ୍ରଥମ ପର୍ଯ୍ୟାୟରେ ୪୫୨ ଜଣ ହିତାଧିକାରୀଙ୍କ ପାଇଁ ସମୁଦାୟ ୧,୩୭,୩୪,୩୦୦/- ଅର୍ଥରାଶିକୁ ଅନୁମୋଦନ କରାଯାଇଛି । ଯେଉଁଥିରେ ପ୍ୟାକେଜ-୧ ପାଇଁ ୩୩୦ ଜଣ, ପ୍ୟାକେଜ-୩ ପାଇଁ ୧୧୧ ଜଣ ଏବଂ ପ୍ୟାକେଜ-୪ ପାଇଁ ୧୧ ଜଣ ହିତାଧିକାରି ଅଛନ୍ତି । ଏଥିମଧ୍ୟରୁ ବଡଚଣା ବ୍ଲକ୍ ର ୧୪ ଜଣ ହିତାଧିକାରୀଙ୍କ ପାଇଁ ୨ଲକ୍ଷ ୮୦ ହଜାର ଟଙ୍କା,ଦଶରଥପୁର ବ୍ଲକ୍ ର ୭୯ ଜଣ ହିତାଧିକାରୀଙ୍କ ପାଇଁ ୯ ଲକ୍ଷ ୭୩ ହଜାର ଟଙ୍କା, ଦାନଗଦି ବ୍ଲକ୍ ର ୧୦୪ ଜଣ ହିତାଧିକାରୀଙ୍କ ପାଇଁ ୪୭ ଲକ୍ଷ ୪୫ ହଜାର ଟଙ୍କା, ଧର୍ମଶାଳା ବ୍ଲକ୍ ର ୬୧ ଜଣ ହିତାଧିକାରୀଙ୍କ ପାଇଁ ୨୫ ଲକ୍ଷ ୧୦ ହଜାର ଟଙ୍କା, ସୁକିନ୍ଦା ବ୍ଲକ୍ ର ୧୧୯ ଜଣ ହିତାଧିକାରୀଙ୍କ ପାଇଁ ୨୪ ଲକ୍ଷ ୨୧ ହଜାର ୩ ଶହ ଟଙ୍କା, ରସୁଲପୁର ବ୍ଲକ୍ ର ୭୫ ଜଣ ହିତାଧିକାରୀଙ୍କ ପାଇଁ ୨୮ ଲକ୍ଷ ୫ ହଜାର ଟଙ୍କାର ଅର୍ଥରାଶିକୁ ମଂଜୁର କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ, ବିଜୟଲକ୍ଷ୍ମୀ ପଣ୍ଡା , ଓଡିଶା ଜୀବିକା ମିଶନ୍ ର ପ୍ରକଳ୍ପ ପରିଚାଳକ ପ୍ରଶାନ୍ତ ପାଢୀ, ଓରମାସ୍‌ର ଡେପୁଟି ସି.ଇ.ଓ, ଖିତିଶ ବଳ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ୍ ପରିଚାଳକ, ମନୋଜ କୁମାର ପ୍ରଧାନୀ ଏବଂ ଡି.ଏମ୍‌.ଏଫ୍ ର ଟିମ୍ ଲିଡର, କୁମାର ସୁବାଶିଷ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking