40.1 C
Bhubaneswar
Thursday, April 25, 2024
Homeଓଡିଶାଯାଜପୁର ଜିଲ୍ଲା ଅସଂଗଠିତ ଶ୍ରମିକ ମାନଙ୍କ ପକ୍ଷରୁ ଜୀବିକା ବଞ୍ଚାଓ ଅଭିଯାନ ନିମନ୍ତେ ବ୍ୟାପକ ପ୍ରସ୍ତୁତି

ଯାଜପୁର ଜିଲ୍ଲା ଅସଂଗଠିତ ଶ୍ରମିକ ମାନଙ୍କ ପକ୍ଷରୁ ଜୀବିକା ବଞ୍ଚାଓ ଅଭିଯାନ ନିମନ୍ତେ ବ୍ୟାପକ ପ୍ରସ୍ତୁତି

ଯାଜପୁର: କରୋନା ମହାମାରୀରେ 5ମାସ ଧରି ଦେଶରେ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ବିଶେଷ ପ୍ରଭାବିତ ହୋଇଛନ୍ତି । ଏହାର ଗୁରୁତ୍ୱ ଉପଲବ୍ଧି କରି ଅଖିଳ ଭାରତୀୟ କଂଗ୍ରେସ କମିଟି ର କାର୍ଯ୍ୟକାରୀ ସଭାପତି ସାଂସଦ ରାହୁଲ ଗାନ୍ଧୀ ଓ ଏ. ଆଇ. ୟୁ. ଡବ୍ଲୁ. ସି ର ରାଷ୍ଟ୍ରୀୟ ଅଧକ୍ଷ ଅରବିନ୍ଦ ସିଂ ଙ୍କ ନିର୍ଦେଶ କ୍ରମେ ଅଗଷ୍ଟ 15ଠାରୁ 31ତାରିଖ ମଧ୍ୟରେ ଦେଶ ତମାମ ଦେଶରେ 40 କୋଟିରୁ ଅଧିକ ଅସଂଗଠିତ ଶ୍ରମିକ ଆର୍ଥିକ ସଙ୍କଟ କୁ ସମାଧାନ ନିମନ୍ତେ 4ଗୋଟି ଦାବି ଯଥା ସମସ୍ତ ଙ୍କ ଜୀବିକା ବଞ୍ଚାଓ ଉପାୟ ନିମନ୍ତେ ପଦକ୍ଷେପ ନେବା, ସମସ୍ତ ଶ୍ରମିକ ଙ୍କ ନାମ ସରକାରୀ ଭାବେ ପଂଜିକୃତ କରିବା, ସମସ୍ତଙ୍କ ବ୍ୟାଙ୍କ ଖାତା କୁ 6ମାସ ପର୍ଯ୍ୟନ୍ତ ଅର୍ଥ ପ୍ରଦାନ କରିବା, ସମସ୍ତଙ୍କୁ ରେସନ କାର୍ଡ ପ୍ରଦାନ କରିବା ଦାବି ଗୁଡିକୁ ନେଇ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ସ୍ୱାକ୍ଷରିତ ପୋଷ୍ଟ କାର୍ଡ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରେରଣ କରି ଓ ଜିଲ୍ଲାର ସମସ୍ତ ବ୍ଲକ, ସଦର ମହକୁମା ଓ ପୌରାଞ୍ଚଳ ମାନଙ୍କ ଜରିଆରେ ଶ୍ରମିକ କଂଗ୍ରେସ ପକ୍ଷରୁ ତ୍ୱରିତ ପଦକ୍ଷେପ ନିମନ୍ତେ ସ୍ମାରକ ପତ୍ର ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ଉପରେ ଗୁରୁତ୍ୱ ଦେବା ପାଇଁ ଆଜିର ଭରଚୁଆଲ ବୈଠକରେ ଜିଲ୍ଲା ଅସଂଗଠିତ ଶ୍ରମିକ କଂଗ୍ରେସ ର ସଭାପତି ଚନ୍ଦ୍ରକାନ୍ତ ଖଣ୍ଡାଇ ଅଧକ୍ଷ୍ୟତା ରେ ନିଷ୍ପତି ନିଆଯାଇଛି । ବୈଠକର ପ୍ରାରମ୍ଭରେ ମହାମାରୀ ସମୟରେ ମୃତ୍ୟୁବରଣ କରିଥିବା ପ୍ରବାସୀ ଓ ବିଭିନ୍ନ ଶ୍ରମିକ ମାନଙ୍କ ନିମନ୍ତେ 1ମିନିଟ ନିରବ ପ୍ରାର୍ଥନା ଓ ବିଭିନ୍ନ ବ୍ଲକରେ ଦେଖାଦେଇଥିବା ସମସ୍ୟା ଓ ନିର୍ମାଣ ଶ୍ରମିକ ମାନେ ଅର୍ଥ ନପାଇବା ସମ୍ପର୍କରେ ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ ରିପୋର୍ଟ ଉପସ୍ଥାପନ କରିଥିଲେ । ଏଥିରେ ଜାତୀୟ ସଂଯୋଜିକା ଚନ୍ଦ୍ରରେଖା ପାଣ୍ଡେ, ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି, ଅନ୍ୟତମ ଅତିଥି ବାଲେଶ୍ୱର ସଭାପତି ବିକାଶ ଦାସ, ଅଜୟ କୁମାର ସାହୁ, ରାଇ ଚରଣ ମହାନ୍ତି, ବିଜୟ କୁମାର ବୋଇତାଇ, ଅଜୟ କୁମାର ଦାସ, ପଦ୍ମନାଭ ନାୟକ, ମାନଗୋବିନ୍ଦ ପତି, ଅଜିତ ଜେନା, ପ୍ରସନ୍ନ ରାଉତ,  ସେକ ଅବଦୁଲ କାଦିର, ମହେଶ୍ୱର ବେହେରା, ପ୍ରଦୀପ ଯେନା, ସେକ ଆତାର ଉଦ୍ଦିନ, ଅଭିମନ୍ୟୁ ପାତ୍ର, ପ୍ରଦୀପ କୁମାର ବଳ, ନିର୍ମଳ ପାତ୍ର, ଗଣେଶ୍ୱର ସାହୁ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଅଣ ସଂଗଠିତ ଶ୍ରମିକ ମାନଙ୍କ ପ୍ରତି ଉପେକ୍ଷା କରୁଥିବାରୁ ଏହି 4ଦଫା ଦାବି ଉପରେ ଲଗାତାର ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତି ନେଇଥିଲେ ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking