27.1 C
Bhubaneswar
Sunday, January 23, 2022
Homeଓଡିଶାକରୋନା ସଚେତନତାର ଦ୍ଵିପଞ୍ଚାଶତଶତୋତ୍ତର ଦିବସୀୟ କାର୍ଯ୍ୟକ୍ରମ

କରୋନା ସଚେତନତାର ଦ୍ଵିପଞ୍ଚାଶତଶତୋତ୍ତର ଦିବସୀୟ କାର୍ଯ୍ୟକ୍ରମ

ଯାଜପୁର : ସମଗ୍ର ବିଶ୍ଵକୁ ମହାମାରୀ କରୋନାମୁକ୍ତ କରିବା ପାଇଁ ଜାତୀୟ, ଅନ୍ତର୍ଜାତୀୟ ତଥା ଆଞ୍ଚଳିକ ସ୍ତରରେ ବହୁ ପଦକ୍ଷେପ ନିଆଯାଉଥିବା ବେଳେ ସଚେତନତାର ଆବଶ୍ୟକତାକୁ ଉପଲବ୍ଧିକରି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନଦ୍ୱାରା ପରିଚାଳିତ ମଙ୍ଗଳପୁରସ୍ଥ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଆଜକୁ ଦୀର୍ଘ ୧୫୨ଦିନ ଧରି ଜାରିରଖିଛି ତା’ର ସଚେତନତା କାର୍ଯ୍ୟକ୍ରମ ଦେଶର ବିଭିନ୍ନ ସ୍ଥାନ ମାନଙ୍କରେ ।
ଆଜି ଓଡ଼ିଶା ରାଜ୍ୟର ବାବଲପୁରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ପୂର୍ବ ଯାଜପୁର ଜିଲ୍ଲାର ଓଡ଼ରଙ୍ଗ (ଉଡ୍ରଙ୍ଗ)ଗ୍ରାମ ପଞ୍ଚାୟତଠାରେ ସଚେତନଧର୍ମୀ ସାମାଜିକ ନାଟକ “କରୋନା ଦେଇଗଲା ଆଖିରେ ଲୁହ” ପରିବେଷଣ କରାଯାଇଥିବାର ଦେଖିବାକୁ ମିଳିଥିଲା।ଏଥିରେ ନିର୍ଦ୍ଦେଶକ ସାଧୁ ନିଲୁ ବାବା, ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ, ଡଲଫିନ୍ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର,ବିଂଝାରପୁର ନିର୍ବାଚନ ମଣ୍ଡଳୀର ସାତନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ମାମିନା ମଲ୍ଲିକ,ଉଡ୍ରଙ୍ଗ ପଂଚାୟତର ସରପଞ୍ଚ ନିଗମାନନ୍ଦ ଭଦ୍ର, ଅଭିନେତା ଶଶିକାନ୍ତ ପଣ୍ଡା,ମାନସ ସେଠ,ଭାଗବତ ମଲ୍ଲିକ,ବିଶ୍ଵଜିତ ଦାଶ, ସୁରେଶ କୁମାର ଦାସ,ବିଜୟ କୁମାର ଦାଶ, କିଶୋର ଚନ୍ଦ୍ର ଦାସ,ଶୁଶୀଲ କୁମାର ପାଠୀ,ମନଞ୍ଜୟ ଦାଶ, କିରଣ କୁମାର ଦାଶ, ମାନସ ପାଠୀଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାମାନେ ଯୋଗଦାନ କରି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ସମଗ୍ର ବିଶ୍ଵରୁ ମହାମାରୀ କରୋନାର ବିନାଶ ହେବାଯାଏ ଏହି ନିରସ୍ତ୍ର କରୋନା ଯୋଦ୍ଧାଙ୍କ ସଂଗ୍ରାମ ଜାରି ରହିବ ବୋଲି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାଶ ମତବ୍ୟକ୍ତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking