28.1 C
Bhubaneswar
Thursday, March 28, 2024
Homeଓଡିଶାପରଲୋକରେ ଗାୟକ ହିରି ବଲ୍ଲଭ ଦାସ

ପରଲୋକରେ ଗାୟକ ହିରି ବଲ୍ଲଭ ଦାସ

ଯାଜପୁର : ଯାଜପୁର ଲୋକକାଳ ପାଲାଗାୟକ ତଥା ଗାୟକ ମହାରଥୀ ହିରି ବଲ୍ଲଭ ଦାସ ଙ୍କ ୭0 ବର୍ଷ ରେ ସ୍ୱର୍ଗବାସ ହୋଇଛି !କୋରେଇ ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରାମ ନିବାସୀ ପିଲାଟି ଦିନ ରୁ ପାଠ ପଢିବା ଦିନ ରେ ପାଲା ପ୍ରତି ଆକର୍ଷିତ ହୋଇ ପାଲା ଗାୟକ ଆରଂଭ କରିଦେଇଥିଲେ ଶିକ୍ଷାତା ଭିତରେ ପାଲା ପ୍ରତି ଦୁର୍ବଳତା ପରିଲିକ୍ଷିତ ହୋଇଥିଲା !ସେ ରାଜ୍ୟ ସ୍ତରୀୟ ଜଣେ ଉଚ୍ଚକୋଟି ର ପାଲା ଗାୟକ ଭାବେ ସୁନାମ ଅର୍ଜନ କରିଥିଲେ ! ସ୍ବର୍ଗତ ଦାସ ଜଣେ ଶିକ୍ଷାବିତ ଭାବେ କୋରେଇ, ବୈତରଣୀ ରୋଡ କାର୍ଯ୍ୟ କରିବା ସହ ବରୀ କାଇପଡା ଠାରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ ସୋସିଆଲ ମିଡ଼ିଆ ରେ ରେ ତାଙ୍କ ର ପାଲା ଫୋଲୱେର ଥିଲେ ବିଭିନ୍ନ ଟିଭି ଚାନେଲ ରେ ପାଲା ପରିବେଷଣ କରୁଥିଲେ !
ଗତ କିଛି ଦିନ ହେବ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ସେ କଟକ ରେ ଚିକିତ୍ସିତ ହେଉଥିବା ବେଳେ ଗତ କାଲି ହୃଦଘାତ ରେ ପରଲୋକ ଘଟିଛି !ତାଙ୍କ ପରଲୋକ ର ସୂଚନା ମିଳିବା ପରେ ବ୍ୟାସନଗର ସହର ରେ ଶୋକ ଛାୟା ଖେଳିଯିବା ସହ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚଦ୍ର ଘଡ଼ାଇ, ସୁକିନ୍ଦା ବିଧାୟକ ପ୍ରିତିରଂଜ ଘଡ଼ାଇ, ପୂର୍ବତନ କୋରେଇ ବିଧାୟିକା ସଞ୍ଚିତା ମହାନ୍ତି, ସମାଜ ସେବୀ ହରେକୃଷ୍ଣ ସାହୁ, ସାମ୍ବାଦିକ ଅଭିମନ୍ୟୁ ମିଶ୍ର, କବି ଦୟାନିଧି ନାୟକ, ବିଜେଡି ନେତା ତାରକା ମହାନ୍ତି, କାମୁଡ଼ାଇ ମଣ୍ଡଳ ପାଲା ଗାୟକ ସଙ୍ଘ ସଭାପତି ନରେଶ ଚନ୍ଦ୍ର ହୋତା ପ୍ରମୁଖ ଦୁଃଖ ଗଭୀର ପ୍ରକାଶ କରିଛନ୍ତି !ନିଜ ଗାଁ ରେ ଶେଷ କୃତ୍ୟ ସମ୍ପର୍ଣ ହୋଇ ଥିଲା !

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking