27.1 C
Bhubaneswar
Thursday, April 25, 2024
Homeଓଡିଶାଯାଜପୁର ରୋଡ଼ ଓ ଚଣ୍ଡିଖୋଲ ଟ୍ରକମାଲିକ ସଂଘ ପକ୍ଷରୁ ଡ଼ି.ଡ଼ି.ଏମ୍ ଯାଜପୁରରୋଡ଼ଙ୍କୁ ଦାବି ପତ୍ର

ଯାଜପୁର ରୋଡ଼ ଓ ଚଣ୍ଡିଖୋଲ ଟ୍ରକମାଲିକ ସଂଘ ପକ୍ଷରୁ ଡ଼ି.ଡ଼ି.ଏମ୍ ଯାଜପୁରରୋଡ଼ଙ୍କୁ ଦାବି ପତ୍ର

ଯାଜପୁର : ଆଜି ଯାଜପୁରରୋଡ଼ ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ପକ୍ଷରୁ ସ୍ଥାନୀୟ ଡ଼ି.ଡ଼ି.ଏମ.ଙ୍କୁ ନିମ୍ନ ପ୍ରଦତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ,  ଫାଷ୍ଟ କମ୍ ଫାଷ୍ଟଲୋଡ଼ିଙ୍ଗ ଆଳରେ କ୍ରୋମାଇଟି ପରିବହନ ଠିକାଦାରମାନେ ପରିବହନ ଭଡ଼ା ଧାର୍ଯ୍ୟ ଦରଠାରୁ କମ୍ ରେଟ୍‌ରେ ନେବା ସହିତ ତିନିଚାରିମାସରୁ ଉର୍ଦ୍ଧ ହେବ କିଛି ଟ୍ରକ୍ ମାଲିକଙ୍କୁ ପରିବହନ ଭଡ଼ା ଦେଇନାହାନ୍ତି । ନିୟମ ଅନୁଯାୟୀ ଲୋଡ଼ିଙ୍ଗ୍ ସମୟରେ ଟ୍ରାନ୍ସପୋର୍ଟ ଚାଲାଣରେ ଧାର୍ଯ୍ୟ ଭଡ଼ା ଆଦୌ ଲେଖାଯାଉନାହିଁ । ଯେଉଁଥିପାଇଁ କେଉଁଠିକୁ କେତେ ଭଡ଼ା ଟ୍ରକ୍ ମାଲିକମାନେ ଜାଣିପାରୁ ନାହାନ୍ତି । ଏହା ବାବଦରେ ଏହାର ଏକ ସ୍ଥାୟୀ ସମାଧାନ ନହେଲେ ଆଗକୁ ଆନ୍ଦୋଳନ ଓ ପରିବହନ କାର୍ଯ୍ୟକୁ ବନ୍ଦ୍ କରିବା ପାଇଁ ଯାଜପୁରରୋଡ଼ ଟ୍ରକମାଲିକ ସଂଘ ଓ ଚଣ୍ଡିଖୋଲ ଟ୍ରକମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଉଭୟ ସଂଘ ପକ୍ଷରୁ ଯାଜପୁର ଟ୍ରକମାଲିକ ସଂଘର ସଂପାଦକ ବ୍ରଜକିଶୋର ରାଉତ, ମୁଖ୍ୟ ଉପଦେଷ୍ଠା ହୃଦାନନ୍ଦ ସାମଲ, ଯୁଗ୍ମ ସଂପାଦକ ପବିତ୍ର ମହାନ୍ତି, ଉପସଭାପତି ପ୍ରଦ୍ୟୁମ୍ନ ବୋଇତେଇ, ଆନନ୍ଦ ଚନ୍ଦ୍ର ବଳ, ଅଶୋକ ନାୟକ, ରାଜକିଶୋର ପ୍ରଧାନ, ସୁନିଲ ଗୁପ୍ତା, ବସନ୍ତ କୁମାର ବଳ, ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ପକ୍ଷରୁ ସଂପାଦକ ପୁଷ୍ପରାଜ ନାୟକ, ଦେବରଞ୍ଜନ ସ୍ୱାଇଁ, ବିଜୟ ପାଲ ୟାଦବ ଓ ସତ୍ୟଜିତ୍ ବଳ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking