31.1 C
Bhubaneswar
Friday, March 29, 2024
Homeଓଡିଶାଧର୍ମଶାଳା ବିଜେପିକୁ ବଡ ଝଟ୍‌କା, ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ରମେଶ ଚନ୍ଦ୍ର ପରିଡା

ଧର୍ମଶାଳା ବିଜେପିକୁ ବଡ ଝଟ୍‌କା, ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ରମେଶ ଚନ୍ଦ୍ର ପରିଡା

ଯାଜପୁର:  ଯାଜପୁର ଜିଲ୍ଲାରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ଦୂର ଦୃଷ୍ଟିତା ଅଭାବ ଯୋଗୁ ଯାଜପୁର ଜିଲ୍ଲା ରେ ବିଜେପି ଧରାଶାୟୀ ହେବାକୁ ଯାଉଛି । ପଦ୍ମ ଫୁଲ ମଉଳି ଯାଉଛି । ଆମାଗୀ ପଂଚାୟତ ନିର୍ବାଚନ ବେଳକୁ ବିଜେପି ହେଭି ହୁଏତ ନେତା ବିଜେଡ଼ି ର ଜୟ ଗାନ କରୁଥିବେ ତାହାର ଆଭାସ ମିଳିଲାଣି । ସୁକିନ୍ଦା ପରେ ଧର୍ମଶାଳା ବିଜେପିକୁ ବଡ ଝଟକା । ଧର୍ମଶାଳାରୁ ତିନି ତିନି ଥର ପ୍ରାର୍ଥୀ ହୋଇଥିବା ରମେଶ ଚନ୍ଦ୍ର ପରିଡା ଓ ତାଙ୍କର ୧୧ ଜଣ ସମର୍ଥକ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ରମେଶ ଧର୍ମଶାଳା ବ୍ଲକ୍ ଅଧ୍ୟକ୍ଷ ଭାବେ ଧର୍ମଶାଳା ବିଜେଡିରୁ ରାଜନୀତି ଆରମ୍ଭ କରିଥିବା ବେଳେ ପରେ ବିଜେପିରେ ମିଶି ଧର୍ମଶାଳାରୁ ତିନି ଥର ବିଧାୟକ ଭାବେ ପ୍ରତିଦ୍ବନ୍ଦିତା କରିଥିଲେ । କଂଗ୍ରେସରୁ ଆସି ସ୍ମୃତିରେଖା ବିଜେପିରେ ମିଶିବା ପରେ ଅସନ୍ତୋଷ ଥିଲେ ରମେଶ । ଫଳରେ ସେ ଓ ତାଙ୍କର ସମର୍ଥକମାନେ ଦଳ ଛାଡିଥିବା ଜଣାପଡିଛି । ଯାଜପୁର ଜିଲ୍ଲାର ବିଜେପି ସ୍ଥିତ ସ୍ଥିତି ସମ୍ପର୍କ ରେ ଯାହା ପ୍ରକାଶ କରିଥିଲା ତାହା ସମ୍ପୂର୍ଣ ସତ୍ୟ ହେବାକୁ ଯାଉଛି ପଂଚାୟତ ଓ଼ ମୁନିସିପାଲିଟି ନିର୍ବାଚନ ପୂର୍ବରୁ ବିଜେପି ହେଭି ହୂଏଟେ ନେତା ବିଜେପି କୁ ବାୟ ବାୟ କରି ଛାଡି ବାର ଚର୍ଚ୍ଚା ଚାଲିଛି । ବିଜେପି ଏହି ଜିଲ୍ଲାର ରେ ତାର ସତ୍ତା ହରାଇ ବାର ଦେଖା ଗଲାଣି ଜିଲ୍ଲାର 7ଟି ନିର୍ବାଚନ ମଣ୍ଡଳୀ ରେ ବିଜେପି ର ଅନ୍ତ ଦ୍ଵନ୍ଦ ଲାଗି ରହିଛି । କଂଗ୍ରେସ ଦଳ ରୁ ଯେଉଁ ମାନେ ବିଧାୟକ ହେବା ଆଶା ରେ ବିଜେପି ଯୋଗ ଦେଇ ବିଧାୟକ ପ୍ରାର୍ଥୀ ହୋଇ ଥିଲେ ବିଜେପି ସେମାନଙ୍କୁ ତର ତର ଭାବ ରେ ଦଳ ରେ ମିଶାଇ ପ୍ରାର୍ଥୀ କରା ଯାଇଥିଲା ବିଜେପି ର ସଙ୍ଘଠନ ଯେଉଁମାନେ କରୁ ଥିଲେ ସେମାନଙ୍କୁ ଅଣଦେଖା କରି ଚାଲିଲା ଏଥି ପାଇଁ ଜଣେ କେନ୍ଦ୍ର ମନ୍ତ୍ରୀ ଦାହି ବୋଲି ବିଜେପି ର ବରିଷ୍ଠ ନେତା ମତ ପ୍ରକାଶ କରୁଛନ୍ତି କଷ୍ଟ କରି ଦଳ କୁ ଯେଉଁ ମାନେ ବଞ୍ଚାଇ ଥିଲେ ସେମାନ କେନ୍ଦ୍ର ମନ୍ତ୍ରୀ ଙ୍କ ନିକଟରେ ହୀନ ହୋଇ ଗଲା ଦଳୀୟ କାର୍ଯ୍ୟକ୍ରମ ରଃ ବାଦ ଦିଆ ଗଲା । କୋରେଇ, ବରୀ ଧର୍ମଶାଳା ସୁକିନ୍ଦା ପ୍ରଭୁତି ରୁ ହେବି ହୂଏଟେ ନେତା ଦଳ ଛାଡିବା ପାଇଁ ମନସ୍ତ କଲେନି ଯାଜପୁର ଜିଲ୍ଲାର ବିଜେଡ଼ି ର ହେଭି ହୂଏଟେ ନେତା ସ ଯୋଗ ସୄତ୍ର ସରି ଯାଇଛି କେବଳ ମିଶିବା ର ବାକି ରହିଛି । ବିଜେପି ଦଳ ଜିଲ୍ଲା କର୍ମ କର୍ତ୍ତା ବ୍ଲକ କର୍ମ କର୍ତ୍ତା ଦଳ ଛାଡିଵା ପାଇଁ ଦଳ ର ଜିଲ୍ଲା ସଭାପତି ଓ଼ ରାଜ୍ୟ ସଭାପତି ଙ୍କ ନିକଟ କୁ ଇସ୍ତାପ ପତ୍ର ପଠାଇ ଥିବା ର ବିଶେଷ ସୄତ୍ର ରୁ ଖବର ହସ୍ତ ଗତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking