32.1 C
Bhubaneswar
Thursday, March 28, 2024
Homeଓଡିଶାଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

ଯାଜପୁର : ରାଜ୍ୟରେ କର୍ତବ୍ୟ ସାମ୍ବାଦିକ ମାନଙ୍କ ଉପରେ ବାରମ୍ବାର ଅତ୍ୟାଚାର କରାଯାଉଛି । ଥମିବାରେ ନା ଧରୁ ନାହିଁl ସାମ୍ବାଦିକ ସୁରେକ୍ଷl ବିଲ । ଆଣିବା ପାଇଁ ଦାବୀ କରାଯାଉଛି ସରକାର ସାମ୍ବାଦିକ ମାନଂକୁ ସୁରକ୍ଷା ଯୋଗାଇ ଦେବା ଦାବି କରି ଉତ୍କଳ ସାମ୍ବାଦିକ ସଙ୍ଘ ଯାଜପୁର ଶାଖା ପକ୍ଷରୁ ସଂଘର ସଭାପତି ହରିହର ସ୍ୱାଇଁଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଜରିଆରେ ସାମ୍ବାଦିକ ମାନଙ୍କର ବିଭିନ୍ନ ଦାବିନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମହାମାରୀ କରୋନା ବିପତ୍ତି ସମୟରେ ସାମ୍ବାଦିକ ମାନେ ନିଜ ଜୀବନକୁ ବାଜି ଲଗାଇ ସର କରଙ୍କ ବିଭିନ୍ନ ଜଣକଲ୍ୟାଣକାରି ଯୋଜନାର ସଫଳ ରୂପାୟନ ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି, ଜନସାଧାରଙ୍କ ବୋହୂବିଧ ସମସ୍ୟାକୁ ସକାରାତ୍ମକ ଶୈଳୀରେ ଉପସ୍ଥାପନ କରି ସମାଜର ଉର୍ନତିରେ ସହାୟତା ହୋଇପାରିଛନ୍ତି । ସାମ୍ପ୍ରତିକ ସ୍ଥିତି ରେ ରାଜ୍ୟର ପେସାଦାର ସାମ୍ବାଦିକମାନଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି ।

କରୋନା ସମୟରେ ସାମ୍ବାଦିକ ମାନେ ଆକ୍ରମଣ ର ଶିକାର ହେଉଥିବା ନଜିର ରହିଛି, ଏପରିପେକ୍ଷୀରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦାବିରେ ଦର୍ଶା ଯାଇଛି । ଗୋପ ଥାନା ଅଧିକାରୀ ସାମ୍ବାଦିକ ଙ୍କୁ ଗୁଳି ମାରିଦେବା ଧମକ, କେନ୍ଦ୍ରାପଡାର ଜଣେ କାର୍ଯ୍ୟ ରତ ସାମ୍ବାଦିକ ଙ୍କୁ ବିଚ ବଜାର ଉପରେ ମହିଳା କନେଷ୍ଟ ବଳ ଙ୍କ ଚାପୁଡ଼ା ମାରିବା ଘଟଣା ସମଗ୍ର ସାମ୍ବାଦିକ ଙ୍କ ପ୍ରତି କୋଠାର ଘାତ ହୋଇଛି,ତୁରନ୍ତ ଉକ୍ତ ମହିଳା କନେଷ୍ଟ ବଳ ଙ୍କୁ ନିଲମ୍ବିତ କରିବା, ଗୋପ ଥାନା ଅଧିକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଦାବି କରିଛି, ସରକାର ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ମାନ୍ୟତା ପ୍ରଦାନ କରିଥିଲା ବେଳେ ମାତ୍ରାଧିକ ଆର୍ଥିକ ଦୁର୍ଗତିର ଶିକାର ହୋଇଛନ୍ତି । ଏପରିପେକ୍ଷୀରେ ବାର୍ଷିକ ଏକ ଲକ୍ଷ୍ୟ ଟଙ୍କା ରପ୍ରୋତ୍ସାହନ ରାଶି ସାମ୍ବାଦିକ ମାନଙ୍କୁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ପତ୍ର ମାଧ୍ୟମ ରେ ଦାବି ରଖିଛନ୍ତି, ଏଥିରେ ଉତ୍କଳ ସାମ୍ବାଦିକ ସଂଘ ର କାର୍ଯ୍ୟ କାରୀ ସଭାପତି.ହାରାଧନ ବାନାର୍ଜୀ ଯାଜପୁର ଶାଖା ର ସାଧାରଣ ସମ୍ପାଦକରବିନାରାୟଣ କର, ଉପ -ସଭାପତି ବାଞ୍ଛାନିଧି ସାହୁ, ପିତ ବାସ ଭୂଇଁଆ, ଦୀପକ ମାହାନ୍ତି, ,ପ୍ରଦୀପ ଜେନା, ବିଦ୍ୟାଧର ବେହେରା, ଜୟନ୍ତ ଗୋସ୍ୱାମୀ,ବିଭୁତି ବଳିୟାର ସିଂ,ପ୍ରିୟ ରଞ୍ଜନ କର, ଦିବ୍ୟଜିତ ଦାଶ ପ୍ରମୁଖ ସାମ୍ବାଦିକ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking