28.1 C
Bhubaneswar
Friday, March 29, 2024
Homeଓଡିଶାଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସରଙ୍କ କୋରାନରେ ଦେହାନ୍ତ

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସରଙ୍କ କୋରାନରେ ଦେହାନ୍ତ

ଯାଜପୁର : ଯାଜପୁରରୋଡ ଷ୍ଟେଟବ୍ୟାଙ୍କ ଆର୍‌ବିଓରେରେ କାର୍ଯ୍ୟରତ ମୁଖ୍ୟ ପ୍ରବନ୍ଧକ ଶ୍ରୀଯୁକ୍ତ ଜୟଦ୍ରତ ବଳଙ୍କର କରୋନାରେ କୋଲକାତାରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ଏକ ମାସ କରୋନାରେ ପୀଡିତ ହୋଇ ଭୁବନେଶ୍ୱର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ସେଠାରେ କୋଣସି ପ୍ରକାର ସ୍ୱାସ୍ଥ୍ୟରେ ଉନ୍ନତି ନହେବାରୁ ତାଙ୍କୁ କୋଲକାତାର ଏକ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ୧୯.୬.୨୦୨୧ ରେ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ECMO ମାଧ୍ୟମରେ ଚିକିତ୍ସା ଚାଲିଥିବା ସମୟରେ ଗତ ୯.୭.୨୧ ରେ ଦେହାନ୍ତ ହୋଇଥିଲା. ତାଙ୍କର ଶେଷକୁତ୍ୟ କୋଲକାତା ସିଏମ୍‌ସିର କୋଭିଡ୍ ଗାଇଡ୍‌ଲାଇନ୍‌ ଅନୁସାରେ ସମ୍ପର୍ଣ୍ଣ କରାଯଇଥିଲା । ଗତକାଲି ତାଙ୍କର ଏକାଦଶାହ କ୍ରିୟା ସମ୍ପର୍ଣ୍ଣ ହୋଇଛି।ତାଙ୍କର ଅକାଳ ମୃତ୍ୟରେ ତାଙ୍କ ବୃଦ୍ଧମା, ଧର୍ମ ପତ୍ନୀ ଓ ଏକ ମାତ୍ର ଝିଅ,ବନ୍ଧୁ କୁଟୁମ୍ବ ତଥା ଯାଜପୁର ଆର୍‌ବିଓରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଦୁଃଖ ରେ ମିୟମାଣ ହୋଇପଡିଛନ୍ତି। ତାଙ୍କର ଦୃଢ଼ କାର୍ଯ୍ୟ ନିଷ୍ଠା ,ସାହାଯ୍ୟ ପରାୟଣ ମନୋବୃତ୍ତି ପାଇଁ ଷ୍ଟେଟ ବ୍ୟାଙ୍କ,ଯାଜପୁର ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଥିବା ସମସ୍ତ ୪୮ ଟି ଶାଖାରେ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଛି। ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ଏ ଦାରୁଣ ବିପତ୍ତିରେ ସହାୟ ହୁଅନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking