26.1 C
Bhubaneswar
Friday, March 29, 2024
Homeଅପରାଧସ୍ତ୍ରୀର ଅଶ୍ଳୀଳ ଭିଡିଓ ପଠାଇ ସ୍ୱାମୀ.....

ସ୍ତ୍ରୀର ଅଶ୍ଳୀଳ ଭିଡିଓ ପଠାଇ ସ୍ୱାମୀ…..

ଯାଜପୁର: ଯାଜପୁର ଜିଲ୍ଳା କୁଆଖିଆ ଥାନା ମାନପୁର ଗାଁରୁ ଆସିଲା ଲଜ୍ଜାକର ଭଳି ଘଟଣା । ସ୍ତ୍ରୀର ଅଶ୍ଳୀଳ ଭିଡିଓ ଶ୍ୱଶୁର ଘରକୁ ପଠାଇ ସ୍ୱାମୀ ଗିରଫ ହୋଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ୨୦୧୬ ମସିହା ଜୁଲାଇ ୧୫ ତାରିଖରେ ସତ୍ୟବ୍ରତ ପଣ୍ଡାଙ୍କୁ ବିବାହ କରିଥିଲେ ଅଭିଯୋଗକାରିଣୀ ମହିଳା । ବିବାହ କିଛି ଦିନ ଭଲରେ ଚାଲିଥିଲା ସଂସାର। ହେଲେ ପରେ ସ୍ୱାମୀ ସତ୍ୟବ୍ରତର ଅତ୍ୟାଚାର ଧୀରେ ଧୀରେ ବଢ଼ି ଯାଇଥିଲା। ମାଡ଼ ମାରିବା ସହ ସ୍ତ୍ରୀର ଅଶ୍ଲୀଳ ଭିଡିଓ ଶ୍ୱଶୁର ଘରକୁ ପଠାଉଥିଲା ସ୍ୱାମୀ। କେବଳ ଏତିକି ନୁହେଁ, ଏହା ସହ କିଛି କହିଲେ ଭାଇରାଲ କରିଦେବାର ଧମକ ମଧ୍ୟ ଦେଉଥିଲା ସ୍ୱାମୀ। ନିର୍ଯାତନା ସହି ନପାରି ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ସ୍ୱାମୀ ସତ୍ୟବ୍ରତକୁ ଗିରଫ କରିଛି କୁଆଖିଆ ଥାନା ପୁଲିସ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking