29.1 C
Bhubaneswar
Thursday, April 25, 2024
Homeଓଡିଶାସଚେତନ ନିଶା ନିବାରଣ କେନ୍ଦ୍ର ନା’ରେ ଚାଲିଛି ନିର୍ଯ୍ୟାତନା

ସଚେତନ ନିଶା ନିବାରଣ କେନ୍ଦ୍ର ନା’ରେ ଚାଲିଛି ନିର୍ଯ୍ୟାତନା

ଯାଜପୁର :  ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନା ନିକଟସ୍ଥ କହ୍ନେଇପୁରର ଏକ ସଚେତନ ନିଶା ନିବାରଣ କେନ୍ଦ୍ରରର କଥା । ଏଠି ଚାଲିଛି ନିଶା ନିବାରଣ ସଚେତନ ନିଶା ନିବାରଣ କେନ୍ଦ୍ର ନାମରେ ନିଷ୍ଠୁର ଅମlନନୀୟ ପଶୁ ଭଳି ନିଁସ୍ତୁର ନିର୍ଯାତନା । ଏହି କେନ୍ଦ୍ରର ଗୁମର ଏବେ ଲୋକ ଲୋଚନକୁ ଆସିଛି ।  ଜୈନିକ ବ୍ୟକ୍ତିଙ୍କୁ ପଶୁଭଳି ସାଙ୍ଘାତିକ ଭାବେ ମାଡ ମାରି ଅକଥନୀୟ ଅତ୍ୟାଚାର କରାଯାଇଛି। ପୀଡ଼ିତ ଜଣଙ୍କ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏଠି ନିଶା ନିବାରଣ କରିବା ପାଇଁ ପରିବାର ବର୍ଗ ନିଜର ଆତ୍ମୀୟ ଲୋକଙ୍କୁ ଛାଡିଥାନ୍ତି ଏବଂ ଏହାର ମାସିକ ପାହୁଣା ମଧ୍ୟ ଭରିଥାନ୍ତି। ସୂଚନାନୁଯାୟୀ ବ୍ରହ୍ମପୁର କୁଆଖିଆ ଅଞ୍ଚଳର ହରିହର ପାଲଙ୍କ ପୁଅ ଅସିତ ପାଲଙ୍କୁ ସଚେତନ ନିଶା ନିବାରଣ କେନ୍ଦ୍ରରେ ୨୦/୦୫/୨୦୨ରେ ଭର୍ତ୍ତି କରିଥିଲେ ।

ଅସିତଙ୍କ ରକ୍ଷଣବେକ୍ଷଣ ବାବଦରେ ମାସିକ ୮ ହଜାର ଟଙ୍କା ଦିଆଯାଉଥିଲା । କିନ୍ତୁ ଅସିତଙ୍କ ବଡ଼ ଭାଇ ୨୦/୦୬/୨୦୨୧ରେ ନିଶାନିବାରଣ କେନ୍ଦ୍ରରେ ଦେଖିଥିଲେ ଏଠି ନିଶା ନିବାରଣର ଭଳି କୌଣସି ପ୍ରକ୍ରିୟା ଦେଖିବାକୁ ମିଳିନଥିଲା ଏବଂ ଏକ ଛତ୍ରବାଦ ଶାସନ ଚାଲିଛି । କୌଣସି ବ୍ୟକ୍ତି କଥା ନ ମାନିଲେ ତାଙ୍କୁ କେତେବେଳେ ପ୍ଲାଷ୍ଟିକ ପାଇପରେ ତ କେତେବେଳେ ଲୁହାକଣ୍ଟା ବ୍ରଶରେ ଆଉ କେତେବେଳେ ହାତଗୋଡ଼ ବାନ୍ଧି ପଶୁଭଳି ମାଡ଼ ମରାଯାଏ । ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅସିତ କୁମାର ପାଲ।

ଏନେଇ ଆଜି ଯାଜପୁର ରୋଡ଼ କୋର୍ଟରେ ପୀଡିତ ଏକ ଏତଲା କରିଛନ୍ତି । ଏଭଳି ଅମାନୁଷିକ କାର୍ଯ୍ୟ ସବୁବେଳେ ଓ ସମସ୍ତଙ୍କ ସହିତ ମାଲିକ ଉପେନ୍ଦ୍ର ସାହୁ କରିଥାନ୍ତି ଏବଂ ଅସିତଙ୍କୁ ନିର୍ଯ୍ୟାତିତ ଅବସ୍ଥାରେ ଅନେକ ଥର ଦେଖିଛନ୍ତି ଓ ମରଣ କବଳରୁ ସେ ମୁକୁଳି ଆସିଛନ୍ତି ବୋଲି ନିଶାନିବାରଣ କେନ୍ଦ୍ରରେ ରହିଥିବା ସୁଶାନ୍ତ ସାହୁ କହନ୍ତି। ଏନେଇ ଆମ୍ଭେ ନିଶାନିବାରଣ କେନ୍ଦ୍ର ଶହ ଯୋଗାଯୋଗ କରିବାକୁ ଚାହିଁଥିଲୁ ହେଲେ ଯୋଗାଯୋଗ ହୋଇପାରିନଥିଲା। ଏଠି ପ୍ରଶ୍ନ ଉଠୁଛି କାହା ବାହୁବଳରେ ଏହି ସଚେତନ ନିଶାନିବାରଣ କେନ୍ଦ୍ରର ମାଲିକ ବଳିୟାନ ହେଉଛନ୍ତି..? ଆଇନକୁ ନିଜ ହାତମୁଠାରେ ରଖିଛନ୍ତି କହି କଣ ପ୍ରମାଣ କରିବାକୁ ଚାହୁଁଛନ୍ତି..? ଅଞ୍ଚଳରେ ଏହା ଏକ ବଡ଼ ପ୍ରଶ୍ନବାଚୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking