28.9 C
Bhubaneswar
Wednesday, April 17, 2024
Homeଓଡିଶାକାଠ ଜବତ କରିବାକୁ ଯାଇ ହଟହଟା ବନବିଭାଗ

କାଠ ଜବତ କରିବାକୁ ଯାଇ ହଟହଟା ବନବିଭାଗ

ନୟାଗଡ଼ : କରୋନା ମହାମାରୀ ସମୟରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । କରୋନା ମହାମାରୀ ପ୍ରକୋପରୁ ଗ୍ରାମାଞ୍ଚଳର ଲୋକମାନେ ବଞ୍ଚିବା ପାଇଁ ଚିନ୍ତାରେ ଥୀବାବେଳେ, ବନବିଭାଗର ଆକ୍ରୋଶ ଭାବରଖି ହଇରାଣ କରିବା ମହଙ୍ଗା ପଡିଲା ବନବିଭାଗକୁ ।
ଏମିତିକା ଘଟଣା ଦେଖିବାକୁ ମିଳୁଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବାନାଞ୍ଚଳର ବାହାଡ଼ା ଝୋଲା ବାନପାଳଙ୍କ କାର୍ଯ୍ୟାଳୟ ଅଧୀନ “ଖଙ୍ଗାର ପଲ୍ଲୀ “ଗ୍ରାମରେ ‌। ଦିନ ଦିହିପହରେ ବଡବଡ ଶାଳ ସାଗୁଆନ କଟା ହୋଇ ଚାଲାଣ ହେଉଥୀବା ଓ ବନବିଭାଗରୁ ଲାଇସେନ୍ସ ପ୍ରାପ୍ତ କାଠ ଡିପୋ ଓ ଫର୍ଣିଚର ୟୁନିଟ୍ରେ ବ୍ୟାପକ ଅନିୟମିତତା ହେଉଥିବା ବେଳେ ସେଥିପ୍ରତି ବିଭାଗୀୟ ଅଧିକାରୀଙ୍କ ନଜର ପଡୁନଥୀବାରୁ ମୋଟା ଅଙ୍କର ହାତଗୁଞ୍ଜା କାରବାର ହେଉଥିବା ନେଇ ଚର୍ଚ୍ଚା ଚାଲିଛି ।

ସେହିପରି ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ବିଭିନ୍ନ ଗ୍ରାମରେ ଗଢ଼ିଉଠିଥିବା ବନସୁରକ୍ଷା ସମିତିଙ୍କୁ ଏଠାରେ ବନବିଭାଗ ତରଫରୁ ସମୂର୍ଣ୍ଣ ଅଣଦେଖା କରାଯାଉଛି । ବନବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତାରେ ବନ ସଂରକ୍ଷଣ ସମିତିର ମତାମତ ପ୍ରତି ଗୁରୁତ୍ବ ଦିଆଯାଉନଥବା ନେଇ ଅସନ୍ତୋଷ ବୃଦ୍ଧିପାଉଛି । ବନ ବିଭାଗ ଦ୍ବାରା ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ କରାଯାଇଥିବା ବୃକ୍ଷରୋପଣ ପ୍ରଭୃତି ବିଭିନ୍ନ କାମରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଆଲୋଚନା ହେଉଛି ।

ହେଲେ ଏଠି ବାତ୍ୟାରେ ନିଜ ଜମିରେ ଉପୁଡ଼ି ପଡ଼ିଥିବା ଗଛ ଓ ଗ୍ରାମ ଜଙ୍ଗଲ କମିଟିରୁ ନିଲାମରେ ନେଇଥିବା କାଠକୁ, ନିଜ ବ୍ୟବହାର ପାଇଁ ପ୍ରାୟ ୧୦/୧୫ ବର୍ଷ ତଳୁ “ବାଇନାଥ ନାୟକ” ନିଜ ଘରେ ସାଇତି ରଖିଥିବା ବେଳେ, ଏହି କାଠକୁ ଜବତ କରିବା ପାଇଁ ୫୦ ରୁ ଉର୍ଦ୍ଧ ବନ କର୍ମଚାରୀ ଓ ପୋଲିସ ସଦଳେ ବଳେ ଘରେ ପଶି କିଛି କାଠ ଜବତ କରିବା ଓ ଏମାନଙ୍କୁ ଦେଖି ଜଣେ ୭ ବର୍ଷର ଛୁଆ ଅଚେତ ହୋଇପଡ଼ିବା,ମାହାଙ୍ଗା ପଡିଲା ଓଡ଼ଗାଁ ବାନାଞ୍ଚଳ ଅଧିକାରୀ ଓ ବାହାଡାଝୋଲା ବନପାଳଙ୍କୁ।

ଅସହାୟ ପରିବାର ପାଇଁ ରାସ୍ତାରେ ବସିଲେ ଗ୍ରାମର ଶତାଧିକ ମହିଳା। ଗ୍ରାମରେ ଜନ ଅସନ୍ତୋଷ ବଢିବା ଦେଖି ହାରମାନିଲା ବନ ବିଭାଗ। ଗ୍ରାମର ସଭାପତି ବିନୋଦ କୁମାର ନାୟକଙ୍କୁ କାଠ ଜିମାଦେଇ ପଛଘୁଞ୍ଚା ଦେଲା ବନବିଭାଗ । ଏହି ଘଟଣା ପାଇଁ ଗ୍ରାମରେ ଅସନ୍ତୋଷ ଦେଖା ଦେଇଥିବାବେଳେ, ଜଣେ ଗରିବ ପରିବାର ପ୍ରତି ବନବିଭାଗର ଏତାଦୃଶ ଆକ୍ରୋଶ ମନୋଭାବକୁ ସାଧାରଣରେ ନିନ୍ଦା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking